• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଚ୍‌ ରାସ୍ତାରେ ପୁଅ-ବୋହୂକୁ ମାଡ଼ ମାରିଲା ମାଆ । ଆଜି ବିଶ୍ୱ ମାତୃ ଦିବସରେ ଏଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାଆ ସର୍ବଦା ପିଲାଙ୍କ କଲ୍ୟାଣ ପାଇଁ ଚିନ୍ତା କରେ । ଯେମିତିକି କୌଣସି ବାଧାବିଘ୍ନ ପିଲାଙ୍କୁ ସ୍ପର୍ଶ ନକରୁ । ତେବେ ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ ମାଆଟି ପୁଅ-ବୋହୂଙ୍କୁ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ବିଚ୍‌ ରାସ୍ତାରେ ପିଟୁଛନ୍ତି । ତେବେ ଜାଣନ୍ତୁ ପୂରା ଘଟଣା..

ମାୟା ଶର୍ମା ନାମକ ଜଣେ ମହିଳା ନିଜ ଟ୍ୱିଟର୍‌ ପେଜ୍‌ରେ ଏହି ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି ଏଭଳି ମାଆଙ୍କୁ ସାଲ୍ୟୁଟ୍‌, ଯିଏ କି ନିଜ ପୁଅ-ବୋହୂଙ୍କୁ ହେଲମେଟ୍‌ ପିନ୍ଧିଥିବାରୁ ବିଚ୍‌ ରାସ୍ତାରେ ପିଟୁଛନ୍ତି । ବାସ୍ତବରେ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦିନ ଦ୍ୱିପହରରେ ପୋଲିସ ରାସ୍ତାରେ ହେଲମେଟ୍‌ ଚେକିଂ କରୁଛନ୍ତି । ଠିକ୍‌ ସେହି ସମୟରେ ଜଣେ ଦମ୍ପତ୍ତି ପୋଲିସ ଅଭିମୁଖେ ଆସୁଥିଲେ । ତା’ର କିଛି ସେକେଣ୍ତ ପୂର୍ବରୁ ଜଣେ ମହିଳା ସେହି ଦମ୍ପତ୍ତିଙ୍କୁ ଅଟକାଇ ହେଲମେଟ୍‌ ନପିନ୍ଧିଥିବା ନେଇ ପାଟି କରିବା ସହ ମାଡ଼ ମଧ୍ୟ ମାରିଥିଲେ । ମହିଳା ଜଣକ ତାଙ୍କ ମାଆ ବୋଲି ଜଣାପଡ଼ିଛି । ତେବେ ସେ କାହିଁକି ହେଲମେଟ୍‌ ପିନ୍ଧିନାହାନ୍ତି ବୋଲି ପ୍ରଶ୍ନ ମଧ୍ୟ ପଚାରିଛନ୍ତି ।

ମାଆ ପୁଅ-ବୋହୂଙ୍କୁ କହୁଛନ୍ତି ଯେ, ’ତୁମମାନଙ୍କୁ ମୁଁ କେତେଦୂରରୁ ଡାକି ଆସୁଛି, ହେଲେ ତୁମେମାନେ ମତେ ଶୁଣିପାରୁନାହଁ । ତମେମାନେ କାହିଁକି ହେଲମେଟ୍‌ ପିନ୍ଧିନାହଁ । ଜାଣିନ ଏବେ ହେଲମେଟ୍‌ ନ ପିନ୍ଧିବା କାରଣରୁ କେତେ ଲୋକଙ୍କ ମୃତ୍ୟୁ ହେଉଛି’ । ଏହି ସମୟରେ ପୋଲିସ ବାବୁ ଜଣକ ଆସି ମହିଳାଙ୍କୁ ମାଡ଼ ମାରିବାରୁ ଅଟକାଉଛନ୍ତି ।

 

ତେବେ ଆଜି ବିଶ୍ୱ ମାତୃ ଦିବସ ଅବସରରେ ଏହା ଏକ ସଚେତନତାର ଭିଡିଓ । ମାଆ ଯେପରି ଘରେ ପିଲାଙ୍କୁ ଭଲ କଥା ଶିଖାଇଥାଏ । ସେହିପରି ରାସ୍ତାରେ ମଧ୍ୟ ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ହାତ ଉଠାଇବାକୁ ପଛାଇ ନାହିଁ । ତେବେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୫.୬ ହଜାର ୟୁଜର୍ସ ଦେଖିସାରିଲେଣି । ଯେଉଁଥିରେ ୫୨୭ ଲାଇକ୍‌ ଓ ୧୨୫ ରିଟ୍ୱିଟ୍‌ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । କମେଣ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ମାଆର ତୁଳନା ନାହିଁ..ଏହି ଭିଡିଓ ନିଶ୍ଚୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।