Advertisment

ଆଶ୍ଚର୍ଯ୍ୟ ! ହଠାତ୍‌ ନଦୀରେ ଭାସିଲା ଶହ ଶହ ମଦ ବୋତଲ, ଭାଇରାଲ୍‌ ହେଉଛି ଫଟୋ...

ଶହ ଶହ ମଦ ବୋତଲ ପାଣିରେ ଭାସୁଥିବା ମତ୍ସଜୀବୀ ଦେଖିବାକୁ ପାଇଥିଲେ। ଏହାଦେଖି ମତ୍ସଜୀବୀ ମାଛ ଧରିବା ଛାଡ଼ି ମଦ ବୋତଲ ଗୋଟାଇବା ଆରମ୍ଭ କରି ଦେଇଥିଲେ।

ଅଦ୍ୟତନ ହୋଇଛି
Montana Train Derailment Spills Beer And Clay

Derailed train in Montana spills beer into river

Advertisment

ନଦୀକୁ ମାଛ ଧରିବାକୁ ଯାଇଥିଲେ ମତ୍ସଜୀବୀ। ହେଲେ ସେଠାରେ ସେମାନଙ୍କ ହାତରେ ଏମିତି ଜିନିଷ ଲାଗିଥିଲା, ଯାହା କେବେବି ସେମାନେ କଳ୍ପନା ହିଁ କରିନଥିଲେ। ଶହ ଶହ ମଦ ବୋତଲ ପାଣିରେ ଭାସୁଥିବା ମତ୍ସଜୀବୀ ଦେଖିବାକୁ ପାଇଥିଲେ। ଏହାଦେଖି ମତ୍ସଜୀବୀ ମାଛ ଧରିବା ଛାଡ଼ି ମଦ ବୋତଲ ଗୋଟାଇବା ଆରମ୍ଭ କରି ଦେଇଥିଲେ। ଆମେରିକାର ମୋଣ୍ଟାନାରେ ଏହି ଘଟଣା ଦେଖିବାକୁ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଏତେ ଧନୀ ! ଭୋଜିରେ ଟିସୁ ପେପର ନୁହେଁ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ...!

Derailed train in Montana spills beer into river(ଏଣେତେଣେ ହୋଇ ପଡ଼ିଛି ଶହ ଶହ ମଦ ବୋତଲ)

ଡେଲି ଷ୍ଟାର ରିପୋର୍ଟ ଅନୁସାରେ, ଏକ ଡଙ୍ଗାରେ ୩ ଜଣ ମତ୍ସଜୀବୀ ମୋଣ୍ଟାନା ନଦୀରେ ମାଛ ଧରିବା ପାଇଁ ବାହାରିଥିଲେ। ତେବେ ନଦୀ ନିକଟରେ ଥିବା ୧୦୦ ବର୍ଷର ସୁଡ଼ଙ୍ଗ ଦେଇ ଅତିକ୍ରମ କରୁଥିବା ବେଳେ ଏକ ମାଲ୍‌ବାହୀ ଟ୍ରେନ୍‌ ରେଲ୍‌ ଟ୍ରାକ୍‌ରୁ ବାହାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ୭ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ବଗିରେ ଥିବା ମଦ ପେଟି ନଦୀକୁ ଖସି ପଡ଼ିଥିଲା। ଯେତେବେଳେ ମତ୍ସଜୀବୀମାନେ ଏହା ନିକଟରେ ପହଞ୍ଚିଥିଲେ, ଚାରିଆଡ଼େ ଖାଲି ମଦ କେନ୍‌ ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ମାଲ୍‌ବାହୀ ଟ୍ରେନ୍‌ରେ Coors Light ଓ Blue Moon କମ୍ପାନୀର ମଦ ବୋତଲ ବୋଝେଇ ହୋଇ ଯାଉଥିଲା।

Advertisment
Derailed train in Montana spills beer into river(ଦୁର୍ଘଟଣାଗ୍ରସ୍ତ ମାଲ୍‌ବାହୀ ଟ୍ରେନ୍)‌

ରବିବାର ଘଟିଥିବା ଏହି ଘଟଣାର ଦୃଶ୍ୟ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି। ଏକ ଫଟୋରେ ଡଙ୍ଗାରେ ୩ ଜଣ ଲୋକ ବସିଛନ୍ତି। ହାତରେ ସେମାନେ କାତ ଧରି ଥିବାବେଳେ ଆଖପାଖରେ ମଦ ପେଟି ସବୁ ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବଗି ଲାଇନ୍‌ଚ୍ୟୁତ ହେବା ପରେ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।

Derailed train in Montana spills beer into river(ମାଲ୍‌ବାହୀ ଟ୍ରେନ୍‌ର ବଗି ଲାଇନ୍‌ଚ୍ୟୁତ<)/span>

ଘଟଣାକୁ ନେଇ ରେସ୍କ୍ୟୁ ଟିମ୍‌ ଅଧିକାରୀ କହିଛନ୍ତି, ସୁଡ଼ଙ୍ଗରେ ମାଲ୍‌ବାହୀ ଟ୍ରେନ୍‌ ୭ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। କେଉଁ କାରଣ ପାଇଁ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଲା ସେନେଇ ଯାଞ୍ଚ ଚାଲିଛି। 

Advertisment
Derailed train in Montana spills beer into river(ମାଲ୍‌ବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ)
Train Accident Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ