• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୃଦ୍ଧ ବାପା-ମା’ଙ୍କ ପ୍ରତି ବଢ଼ୁଛି ଅତ୍ୟାଚର । ସୋସିଆଲ ମିଡିଆରେ ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ଘଟଣାର ଭିଡିଓ । ପୂର୍ବରୁ ବୃଦ୍ଧ ବାପା-ମା’ଙ୍କ ଉପରେ ହେଉଥିବା କିଛି ଅତ୍ୟାଚାରର ଘଟଣା ନଜରକୁ ଆସିଥିବାବେଳେ ପୁଣି ବର୍ତ୍ତମାନ ଏବେ ଜଣେ ବୋହୂର ଅତ୍ୟାଚର ସାମ୍ନାକୁ ଆସିଛି । ଜଣେ ଶଯ୍ୟାଶାୟୀ ବୃଦ୍ଧ ଶ୍ୱଶୁରକୁ ଜୀଅନ୍ତା ଜାଳି ମାରିଦେବାକୁ ଉଦ୍ୟମ କରିଛି ବୋହୂ । ରାଗ ତମତମ ହୋଇ ଶ୍ୱଶୁର ଶୋଇଥିବା ବେଡ୍‌ ଉପରକୁ ଫିଙ୍ଗିଦେଉଛି ନିଆଁ । ଯାହାର ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇଥିବାବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ସୂଚନା ଅନୁସାରେ ବୋହୂ ଜଣକ ନିଜ ପୁଅକୁ ଖାଇବାକୁ ଦେବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଅସୁସ୍ଥ ବୃଦ୍ଧ ଶ୍ୱଶୁର ଶୋଇବାକୁ ଚାହୁଁଥିଲେ । ଯାହାକୁ ନେଇ ବୋହୂ ରାଗି ଯାଇଥିଲେ । ପରେ ସେହି କଥାକୁ ନେଇ ଶ୍ୱଶୁରଙ୍କୁ ଜାଳିଦେବାକୁ ରାଗରେ ଉଦ୍ୟମ କରିଥିବା ଜଣାପଡ଼ିଛି । ଶ୍ୱଶୁରଙ୍କ ବେଡସିଟରେ ନିଆଁ ଲଗାଇ ଦେଉଥିବା ଭିଡିଓରେ ଦେଖି‍ବାକୁ ମିଳୁଛି । ଏସବୁ ଦେଖିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଗାଳି ଦେଉଛନ୍ତି । ତାହା ସହ ସେ ପୁରା ଘଟଣାର ଏକ ଭିଡିଓ ମଧ୍ୟ କରିଛନ୍ତି । ଭିଡିଓରେ ତାଙ୍କ ସ୍ୱାମୀ ଏପରି କାର୍ଯ୍ୟକୁ ବିରୋଧ କରୁଥିବା ଶୁଣିବାକୁ ମିଳୁଛି ।

ଭିଡିଓଟିକୁ @ShoneeKapoor ନାମକ ଜଣେ ଉପଭୋକ୍ତା ସୋସିଆଲ ମିଡିଆ ଟ୍ୱିଟର Xରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ୟୁଜର୍ସ ଏଥିରେ ମତାମତ ମଧ୍ୟ ଦେଇଛନ୍ତି । ମହିଳାଙ୍କ କାର୍ଯ୍ୟକୁ ଅନେକ ଲୋକ ନିନ୍ଦା କରିଛନ୍ତି । ସେହିପରି ଜଣେ ୟୁଜର୍ସ ‘କାହାକୁ ଏପରି ଦିନ ଦେଖିବାକୁ ନମିଳୁ’ ବୋଲି ମତ ଦେଇଛନ୍ତି ।

ତେବେ ଘଟଣାଟି କେଉଁ ଅଞ୍ଚଳର ଜଣାପଡ଼ିନାହିଁ । ହେଲେ ଏପରି ଘଟଣାକୁ ସୋସିଆଲ ମିଡିଆରେ ଦୃଢ଼ ନିନ୍ଦା କରାଯାଉଛି । ବାପା-ମା’ଙ୍କ ପ୍ରତି ଥିବା ବୋହୂର କର୍ତ୍ତବ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ଅନେକ ୟୁଜର୍ସ ।