/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679679239.jpg)
Cute little girl
କୁନି ଝିଅଟି ଦଉଡ଼ି ଗଲା, ପାଖରେ ଛିଡା ହୋଇଥିବା ପୋଲିସ ଅଫିସରଙ୍କୁ ଦେଖି ସାଲ୍ୟୁଟ୍ ବି ମାରିଲା । ହଠାତ୍ କୁନି ଝିଅର ସାଲ୍ୟୁଟ୍ ଦେଖିବା ପରେ ପୋଲିସ ବାବୁ ତାଙ୍କୁ ସାଲ୍ୟୁଟ୍ ମାରୁଛନ୍ତି ଆଉ ହସୁଛନ୍ତି । ପୋଲିସ ବାବୁଙ୍କ ସ୍ମାଇଲ ଦେଖିବା ପରେ କୁନି ଝିଅଟି ଖୁସିରେ ଗଦଗଦ ହୋଇଯାଉଛି । ଏମିତି ଭିଡିଓ ଦେଖିବା ପରେ ଆପଣ ନିଶ୍ଚୟ ଖୁସି ହେବେ ।
କେରଳ ପୋଲିସ ନିଜ ଇନଷ୍ଟାଗ୍ରାମ୍ ପେଜ୍ରେ ସେୟାର କରିଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ସାଧାରଣ ଭାବରେ ପୋଲିସ ଦେଖିଲେ କୁନି ପିଲାମାନେ ଡରନ୍ତି, ପାଖକୁ ଯିବାକୁ ଭୟ କରନ୍ତି । ହେଲେ ଏଇଠି ପୂରା ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଅଫିସରଙ୍କୁ ଦେଖି ତାଙ୍କ ପାଖକୁ ଦଉଡ଼ି ଯିବା ସହିତ କୁନି ଝିଅଟି ତାଙ୍କୁ ସାଲ୍ୟୁଟ୍ ମାରୁଛି ।
ଭାଇରାଲ ହେଉଥିବା ଭିଡିଓରେ ଶିଶୁର ଏଭଳି ସମ୍ମାନ ଦେଖି ପୁଲିସ ଅଧିକାରୀ ଶିଶୁ ସ୍ୟାଲୁଟର ପ୍ରତି ସ୍ୟାଲୁଟ ବି ଦେଇଥିଲେ। ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ପୁଲିସ ଅଧିକାରୀ ଓ ଶିଶୁଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓକୁ କ୍ୟାମେରାରେ କଏଦ କରିଥିଲେ। ପରେ ଏହାକୁ ସୋସିଆଲ ମିଡିଆ ସାଇଟ୍ରେ ଅପଲୋଡ୍ କରାଯାଇଥିଲା । ଯାହା ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ଦର୍ଶକବନ୍ଧୁ ଆମେ ଅନେକ ସମୟରେ ଦେଖିଛନ୍ତି ପୋଲିସକୁ ଅନେକ କ୍ଷେତ୍ରରେ ପିଲାଠୁ ବୟସ୍କ ସମସ୍ତେ ଭୟ କରନ୍ତି । ଏମିତିକି ପୋଲିସ୍ ମଧ୍ୟ ସାଧାରଣ ଲୋକଙ୍କ ସହ ଖୋଲା ଭାବରେ ମିଶେ ନାହିଁ । ହେଲେ ଏଇ ଦୃଶ୍ୟ ଦେଖିବା ପରେ ଆପଣ କହିବେ ସବୁ ପୋଲିସ ସମାନ ନୁହଁନ୍ତି କି ସବୁ ପିଲା ପୋଲିସକୁ ଡରନ୍ତି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)