/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713509425.jpg)
IPL-Themed Wedding Invitation
ବିବାହ ଏକ ବିଶେଷ ଉତ୍ସବ ଏବଂ କିଛି ଲୋକ ଏହାକୁ ଭିନ୍ନ ଢଙ୍ଗରେ ଆୟୋଜନ କରିବାକୁ ଚେଷ୍ଟା କରନ୍ତି । କିଛି ଲୋକ ଧୁମ୍ଧାମରେ ମଧ୍ୟ ପାଳନ କରନ୍ତି । ସେମିତି ଏକ ଘଟଣା ଘଟିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାମିଲନାଡୁର ଏପରି ଜଣେ ଦମ୍ପତି ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ‘ଲୋଗୋ’ ବ୍ୟବହାର କରି ସେମାନଙ୍କ ବିବାହ ପାଇଁ ନିମନ୍ତ୍ରଣ କାର୍ଡ଼ ଦେଇଛନ୍ତି । ଏହି ନିମନ୍ତ୍ରଣ କାର୍ଡ଼ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଏଥିରେ CSK ଲୋଗୋ ଭିତରେ ବର ଓ କନ୍ୟାଙ୍କ ନାମ ରହିଛି । ନିମନ୍ତ୍ରଣ କାର୍ଡ଼ ଆଇପିଏଲ୍ ଟିକେଟ୍ ପରି ହୋଇଛି । କାର୍ଡ଼ରେ ବ୍ୟବହୃତ ହୋଇଥିବା ଭାଷା ମଧ୍ୟ କ୍ରିକେଟ୍ ମ୍ୟାଚ୍ରେ ବ୍ୟବହୃତ ଭାଷା ପରି ଲେଖା ହୋଇଛି । ଏହି ବିବାହ ନିମନ୍ତ୍ରଣ କାର୍ଡ଼ର ଫଟୋ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୮୦,୦୦୦ରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି ।
ଏହି ପୋଷ୍ଟରେ ନବ ବିବାହିତା ଦମ୍ପତି ଟ୍ରଫି ପରି କଟ-ଆଉଟ୍ ପୋଷ୍ଟର କାର୍ଡ଼ ଧରି ଫଟୋସୁଟ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଲୋକମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଏକ ସଫଳ ଜୀବନ କାମନା କରିଛନ୍ତି । ଜଣେ ବ୍ୟକ୍ତି କମେଣ୍ଟ ଦେଇ ଲେଖିଛନ୍ତି, ‘ଅତି ସୁନ୍ଦର ଯୋଡ଼ି ଏବଂ ଆଗାମୀ ଜୀବନ ସୁଖମୟ ହେଉ ବୋଲି କହିଛନ୍ତି । ’
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୨ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ଏବଂ ୨୬ ମେ ପର୍ଯ୍ୟନ୍ତ ଚାଲିବ । ଟି-୨୦ ଟୁର୍ନାମେଣ୍ଟର ୧୭ ତମ ସଂସ୍କରଣ ଭାରତର ୧୩ଟି ସହରରେ ଅନୁଷ୍ଠିତ ହେଉଛି ଏବଂ ଏଥିରେ ୧୦ଟି ଟିମ୍ ଭାଗ ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)