Advertisment

ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କରି ବାଇକ୍‌ରେ ବସିଥିଲେ, ଅଟାକାଇଲା ପୋଲିସ ! ୧୧୦୦୦ ଫାଇନ୍‌...

ଏମିତି ଏକ ମଜାଦାର ତଥା ସଚେତନତା ମୂଳକ ଭିଡିଓ ପୁଣି ଭାଇରାଲ କରିଛି ଦିଲ୍ଲୀ ପୋଲିସ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Delhi Police Viral Video

Delhi Police Viral Video

ଏବେ ସୋସିଆଲ ମିଡିଆର ଯୁଗ । ୟୁଜରମାନେ ନିଜର ଛୋଟ ଛୋଟ କଥାଠୁ ଆରମ୍ଭ କରି ବଡ଼ ବଡ଼ ଘଟଣା ଓ ଦୁର୍ଘଟଣା ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୁର୍ତ୍ତକୁ ସୋସିଆଲ ମିଡିଆ ମାଧ୍ୟମରେ ଅନ୍ୟ ବନ୍ଧୁ ମାନଙ୍କୁ ସେୟାର କରନ୍ତି । ଏମିତିକି କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଓ ନେତା, ମନ୍ତ୍ରୀ, ସଚିବ ମାନେ ମଧ୍ୟ ସୋସିଆଲ ମିଡିଆର ସାହାରା ନେଉଛନ୍ତି । କିଛି ଆନୁଷ୍ଠାନିକ ଘୋଷଣା ପାଇଁ ବିଭିନ୍ନ ସଂସ୍ଥାମାନେ ତଥା ସରକାରୀ ବିଭାଗଗୁଡ଼ିକ ସୋସିଆଲ ମିଡିଆର ସାହାରା ନେଉଛନ୍ତି ।

Advertisment

ତେବେ ଏହି କ୍ରମରେ ଦିଲ୍ଲୀ ପୋଲିସ ମଧ୍ୟ ଖୁବ୍‌ ଆଗରେ । ବିଭିନ୍ନ ସମୟରେ ଦିଲ୍ଲୀ ପୋଲିସର ଟ୍ୱିଟର ହାଣ୍ଡେଲରୁ ଅନେକ କିଛି ମଜାଦାର ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥାଏ । ସେମିତି ଏକ ମଜାଦାର ତଥା ସଚେତନତା ମୂଳକ ଭିଡିଓ ପୁଣି ଭାଇରାଲ କରିଛି ଦିଲ୍ଲୀ ପୋଲିସ ।

ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଜଣେ ଯୁବକ ତାଙ୍କ ବାନ୍ଧବୀଙ୍କୁ ବାଇକ୍‌ରେ ନେଇ ଯାଉଛନ୍ତି । କଥାଟା ସେଇଠି ନାହିଁ, କଥାଟା ହେଲା ଯୁବତୀ ଜଣକ ବାଇକ୍‌ ପଛରେ ନୁହେଁ ବରଂ ଆଗରେ ବସିଛନ୍ତି । ତାହା ପୁଣି ବାଇକ୍‌ ଟାଙ୍କି ଉପରେ । ଆଉ ଆଗରେ ବସିବା ସହ ନିଜର ଯୁବକ ବନ୍ଧୁଙ୍କ ଆଡ଼କୁ ବୁଲିକି ବସିଛନ୍ତି । ଖାଲି ବସିଛନ୍ତି ତାହା ନୁହେଁ ଯୁବକଙ୍କୁ ଆଲିଙ୍ଗନ କରି ବସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିରେ ଖୁବ୍‌ ଭାଇରାଲ ହେଉଛି । ଅନେକ ଏହି ଭିଡିଓ ଦେଖି ମଜା ନେବା ସହ ଅନେକ ସମାଲୋଚନା ମଧ୍ୟ କରିଛନ୍ତି ।

Advertisment

ତେବେ ଆପଣ ଭାବୁଥିବେ ଏଭଳି ଭିଡିଓ ଦିଲ୍ଲୀ ପୋଲିସ କାହିଁକି ଭାଇରାଲ କଲା ? କ’ଣ ରହିଛି ତାର ଉଦେଶ୍ୟ ? ଉତ୍ତର ହେଲା, ଏଭଳି ଜନଗହଳି ପୂର୍ଣ୍ଣ ରାସ୍ତାରେ ଅସଭ୍ୟ ତଥା ବେପରୁଆ ଗାଡ଼ି ଚଳାଇବା ବନ୍ଦ କରନ୍ତୁ ଯୁବପିଢ଼ି । କାରଣ ଏଭଳି ଗାଡ଼ି ଚଲାଇ ଭାଇରାଲ ହୋଇଥିବା ଯୁବକ ଯୁବତୀଙ୍କୁ ଧରି ପୋଲିସ ୧୧ହଜାର ଟଙ୍କା ଜରିମାନା ଆଦାୟ କରିଛି । ତେଣୁ ଏଭଳି ଜରିମାନାରୁ ବର୍ତ୍ତିବାକୁ ହେଲେ ବେପରୁଆ ଗାଡ଼ିଚାଳନା ବା ଅସଭ୍ୟ ଭଳି ଗାଡ଼ି ଚଳାଇବା ବନ୍ଦ କରିବାକୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । 

ଆଗକୁ ଯଦି କୌଣସି ଯୁବକ ଯୁବତୀ ଏଭଳି ଗାଡ଼ି ଚଲାନ୍ତି ବା ରାସ୍ତାରେ ଏମିତି ଯାଆ ଆସ କରନ୍ତି ତେବେ ସେମାନଙ୍କୁ ୧୧ ହଜାର ନୁହେଁ ବରଂ ଆହୁରି ମୋଟା ଅଙ୍କର ଜରିମାନା ସହ ଜେଲଦଣ୍ଡ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଦିଲ୍ଲୀ ପୋଲିସ ଚେତାବନୀ ଦେଇଛି ।

ଏହି ଯୁବକ ଯୁବତୀ ବାଇକ୍‌ ଚଳାଇବା ବେଳେ ହେଲ୍‌ମେଟ୍‌ ପିନ୍ଧି ନଥିଲେ କିମ୍ବା ତାଙ୍କ ପାଖରେ ଗାଡ଼ି ଚଲାଇବାର ଲାଇସେନ୍ସ ବି ନଥିଲା । ଖାଲି ସେତିକି ନୁହେଁ ବେପରୁଆ ଗାଡ଼ି ଚଳାଉଥିଲେ । ଏହି ସବୁ କାରଣ ପାଇଁ ପୋଲିସ ଜରିମାନା ଆଦାୟ କରିଛି ।

Viral Video
Advertisment
Advertisment