/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675853396.jpg)
couple fighting on the street goes viral
କଳି ପାଇଁ ରାଜରାସ୍ତାରେ ଲାଗିଲା ଗହଳି । ସ୍ୱାମୀ-ସ୍ତ୍ରୀଙ୍କ ବଚସା ଯୋଗୁଁ ରାସ୍ତା ହେଲା ଜାମ୍ । ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ସହ ଛିଡ଼ା ହେଲେ ଲୋକେ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦମ୍ପତିଙ୍କ କଳିକୁ ନେଇ ଅନେକ ଲୋକ ଅନେକ କଥା ଭିଡିଓରେ ମତାମତ ଦେଇଥିବା ଦେଖିବାକୁ ମିଳୁଛି ।
ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି ଓ ଜଣେ ମହିଳା ଖୁବ୍ ଜୋର୍ରେ କଳି କରୁଥିବା ଦେଖିବାକୁ ମିଳୁଛି । ଉଭୟ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଥିବା ବେଳେ ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କୁ ଗାଙ୍ଗୁଲାରେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି ।
ଖାଲି ଏତିକିରେ ସରୁନାହିଁ ଦମ୍ପତିଙ୍କ କଳି । ସ୍ୱାମୀ ମଧ୍ୟ ସ୍ତ୍ରୀଙ୍କୁ ନିର୍ଧୂମ୍ ମାଡ଼ ମାରୁଥିବା ଦେଖାଯାଉଛି ।
ସ୍ତ୍ରୀଙ୍କ ହାତରୁ ଗାଙ୍ଗୁଲାଟିକୁ ଛଡ଼ାଇ ତାଙ୍କୁ ବାଡେଇବାକୁ ଲାଗୁଛନ୍ତି ସ୍ୱାମୀ । ବିଚ୍ ବଜାର ଉପରେ ସ୍ୱାମୀ-ସ୍ତ୍ରୀଙ୍କ ଏପରି ହାଇଡ୍ରାମା ଦେଖି ଲୋକ ମାନେ ଗହଳି କରୁଥିବା ଦେଖିବାକୁ ମିଳୁଛି ।
Couple goals... pic.twitter.com/kKhtFyZyGX
— Hasna Zaroori Hai (@HasnaZarooriHai) February 6, 2023
ସେପଟେ ସେହି ରାସ୍ତା ଦେଇ ଯାଇଥିବା ଗାଡ଼ି ମଟର ଗୁଡ଼ିକ ମଧ୍ୟ ଅଟକି ରହୁଛି । ପତୀ-ପତ୍ନୀଙ୍କ କଳହ ଘରର ୪ କାନ୍ଥରୁ ବାହାରି ରାଜରାସ୍ତାରେ ଗଡ଼ୁଛି । ଘଟଣାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମଧ୍ୟମରେ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ ଲୋକମାନେ ପ୍ରତିକ୍ରିୟା ରଖୁଛନ୍ତି ।
ଗତକାଲି ଭିଡିଓଟିକୁ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟରରେ ରାତି ୯ଟା ୧୬ ମିନିଟରେ ପୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ଖାଲି ସେତିକି ନୁହେଁ, ୭୫୦ରୁ ଅଧିକ ଲାଇକ୍ ଓ ଅନେକ କମେଣ୍ଟ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)