Advertisment

ନିଶାରେ ଉବୁଟୁବୁ ଡ୍ରାଇଭର: ଫୁଲ୍‌ ସ୍ପିଡ୍‌ରେ ଆସିଲେ, ଫିଲ୍ମ ଷ୍ଟାଇଲରେ କାର୍‌କୁ ଘୋଷାଡ଼ି ନେଇ ପଳାଇଲେ...

ନିଶାରେ ଉବୁଟୁବୁ ଜଣେ କଣ୍ଟେନର ଡ୍ରାଇଭର ଏକ କାର୍‌କୁ ରାସ୍ତାରେ ୪ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି।ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଅଦ୍ୟତନ ହୋଇଛି
Drunk UP Man Drags Car With Container Truck

Container driver dragged the car for 4 kms

Advertisment

ଫୁଲ୍‌ ସ୍ପିଡ୍‌ରେ ଗାଡ଼ିରେ ଆସି ଘୋଷାଡ଼ି ନେଇ ଚାଲିଗଲେ। ନିଶାରେ ଉବୁଟୁବୁ ଜଣେ କଣ୍ଟେନର ଡ୍ରାଇଭର ଏକ କାର୍‌କୁ ରାସ୍ତାରେ ୪ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି।ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି। ରାସ୍ତାରେ ଏହି ଛାତିଥରା ଦୃଶ୍ୟକୁ ଯେକେହିବି ଦେଖୁଥିଲେ ଚିତ୍କାର କରି ଗାଡ଼ି ଅଟକାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ଅଭିଯୁକ୍ତ ଡ୍ରାଇଭର କାହା କଥାବି ଶୁଣି ନଥିଲେ ଓ ସେମିତି କଣ୍ଟେନରରେ କାର୍‌କୁ ଘୋଷାଡ଼ି ଘୋଷାଡ଼ି ୪ କି.ମି. ଯାଏ ନେଇଥିଲେ। 

Advertisment

ଅଧିକ ପଢ଼ନ୍ତୁ: ଫୁଲ୍‌ ସ୍ପିଡ୍‌ରେ ଆସି ବାଇକ୍‌କୁ ଧକ୍କା ଦେଇ ୩ କି.ମି.ଘୋଷାଡ଼ି ନେଲା କାର୍‌...

ସୌଭାଗ୍ୟବଶତଃ କାର୍‌ରେ ଥିବା ୪ ଯୁବକ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ ଦେଇଥିଲେ। ଫଳରେ ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାଟି ମିରଟ ଥାନା ଅନ୍ତର୍ଗତ ପରତାପୁର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି।

Advertisment

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ଧଳା ରଙ୍ଗର ଏକ କଣ୍ଟେନର, କାର୍‌କୁ ଘୋଷାଡ଼ି ଘୋଷାଡ଼ି ନେଉଛି। ଏହି ସମୟରେ କାର୍‌ରେ ୪ ଜଣ ଯୁବକ ଥିଲେ। କାର୍‌ ଭିତରେ ଥିବା ୪ ଯୁବକ କୌଣସି ପ୍ରକାରେ ନିଜ ଜୀବନକୁ ବଞ୍ଚାଇ ଦେଇଥିବା ବେଳେ ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରକୁ ଅଟକାଇ ଡ୍ରାଇଭରଙ୍କୁ ଗିରଫ କରିଥିଲେ।

Advertisment
Viral Video Hit And Run Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ