• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜନ୍ମଦିନରେ ବିଧାୟକ ପିନ୍ଧିଲେନି ଫୁଲମାଳ । ଗଳାରେ ଗୁଡ଼ାଇଦେଲେ ସାପ । ଫୁଲମାଳ ପିନ୍ଧିବାକୁ ମନାକରିବା ସହ ନିଜ ଗଳାରେ ସାପ ଗୁଡ଼ାଇଲେ ବିଧାୟକ । ଗତ ଶୁକ୍ରବାର ଦିନ ଜଣେ ବିଧାୟକ ତାଙ୍କ ଜନ୍ମଦିନକୁ ଏପରି ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ପରିଧୀକୁ ଆସିଛି । ଜନ୍ମଦିନ ପାଳନ ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ସୂଚନା ମୁତାବକ ଏହି ଘଟଣା ମଧ୍ୟପ୍ରଦେଶର ଶୋହେପୁରର । ଗତ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ବାବୁ ଜାଣ୍ଡେଲଙ୍କ ଜନ୍ମଦିନ ଥିଲା । ସେ ତାଙ୍କ ଜନ୍ମଦିନକୁ ଏକ ନିଆରା ଭାବରେ ପାଳନ କରିଥିଲେ । ତାଙ୍କ ସମର୍ଥକଙ୍କ ଦ୍ୱାରା ଦିଆଯାଇଥିବା ଫୁଲମାଳକୁ ଗ୍ରହଣ ନକରି ବାବୁ ଜାଣ୍ଡେଲ ତାଙ୍କ ବେକରେ ଏକ ଜୀବନ୍ତ ସାପକୁ ଗୁଡ଼ାଇଥିଲେ ।

ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି । ଭିଡିଓରେ ବିଧାୟକ ବାବୁ ଜାଣ୍ଡେଲ ବେକରେ ସାପକୁ ଗୁଡ଼ାଇ ତାଙ୍କ ସମର୍ଥକଙ୍କ ନିକଟରେ ନିଜର ପ୍ରତିକ୍ରିୟା ରଖୁଛନ୍ତି । ସାପଟିର ରଙ୍ଗ କଳା ହୋଇଥିବା ଦେଖିବାକୁ ମିଳୁଛି ।

ଏହି କାର୍ଯ୍ୟକ୍ରମ ସାରିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ବାବୁ ଜାଣ୍ଡେଲ କହିଛନ୍ତି, ‘ମୁଁ ମୋର ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରେ । ପଶୁମାନେ ମୋର ବନ୍ଧୁ ପରି । ମୋ ଘରର ପଛପଟ ବଗିଚାରେ ଏକ ଜସ୍ମିନ୍ ପ୍ଲାଣ୍ଟ ଅଛି । ସାପମାନେ ପ୍ରାୟତ ସେଠାକୁ ଆସନ୍ତି । ତେଣୁ ମୁଁ ଏହି ସାପକୁ ଗୁଡ଼ାଇ ଦେଲି ।’ କଂଗ୍ରେସ ବିଧାୟକଙ୍କ ଏହି ଅଜବ ବିବୃତ୍ତି ପରେ ମଧ୍ୟପ୍ରଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।