Advertisment

ଉତୁରିଗଲା ପ୍ରେମ ନିଶା: ବିଚ୍‌ ରାସ୍ତାରେ ମହିଳାଙ୍କୁ ପ୍ରପୋଜ କରି ଚପଲ ମାଡ଼ ଖାଇଲେ କଲେଜ ଯୁବକ

ଯୁବକ ଜଣକ ନିଜ ବୟସଠୁ ଅଧିକ ବୟସର ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ରାଗିଯାଇ ସମ୍ପୃକ୍ତ ମହିଳା ବିଚ୍‌ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଚପଲରେ ମାଡ଼ ମାରିଥିଲେ।

ଅଦ୍ୟତନ ହୋଇଛି
Viral Video

College boy proposes to woman gets thrashed with slippers video goes viral

Advertisment

ପ୍ରେମ ମାନେ ନାହିଁ ବନ୍ଧ ବାଡ଼। ଏହା ଜାତି, ଅଜାତି, ଧନୀ, ଗରିବ, ଧର୍ମ, ବୟସ ଦେଖେ ନାହିଁ। କେତେବେଳେ ମଣିଷ କାହା ପ୍ରେମରେ ପଡ଼ିଯିବ ତାହା କେହିବି କହିପାରିବେ ନାହିଁ। ଭଲ ପାଉଥିବା ମଣିଷକୁ ନିଜର ମନ କଥା କହିବା କୌଣସି ଅପରାଧ ନୁହେଁ, ହେଲେ ଏହା କରିବା ପୂର୍ବରୁ ଏହାର ପରିଣାମ କ’ଣ ହେବ ଏହା ଥରଟେ ଭାବିବା ଉଚିତ୍‌। ଏବେ ସୋସିଆଲ୍‌ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ନିଜ ମନର କଥା କହିବା ପରେ ଯୁବକଙ୍କୁ ଚପଲ ମାଡ଼ ଖାଇବାକୁ ପଡ଼ିଛି। ପ୍ରକୃତରେ ଯୁବକ ଜଣକ ନିଜ ବୟସଠୁ ଅଧିକ ବୟସର ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ରାଗିଯାଇ ସମ୍ପୃକ୍ତ ମହିଳା ବିଚ୍‌ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଚପଲରେ ମାଡ଼ ମାରିଥିଲେ। ରାସ୍ତା ମଝିରେ ଏହି ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା।

Advertisment

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ମହିଳା ଜଣକ ରାସ୍ତା ମଝିରେ ପାଟିତୁଣ୍ଡ କରୁଥିବା ବେଳେ ଲୋକମାନେ ଛିଡ଼ା ହୋଇ ଏହା ଦେଖୁଛନ୍ତି। ଏହି ସମୟରେ ଉକ୍ତ ମହିଳା କହୁଛନ୍ତି, ‘ସେ(ଯୁବକ ଜଣକ) ମୋତେ ବହୁତ ଖରାପ କଥା କହିଲା। ଯାହାକି ସର୍ବସମ୍ମୁଖରେ କହିବା ପାଇଁ ମୋତେ ଲାଜ ଲାଗୁଛି। ତା’ ବୟସ କେତେ ଓ ମୋ ବୟସ କେତେ ! ସେ ମୋ ବୟସର ନୁହେଁ। ମୋ ଛୁଆ ତା ବୟସର ହେବ’।

Advertisment

ଏହାପରେ ସମ୍ପୃକ୍ତ ମହିଳା ଯୁବକଙ୍କୁ କହିଥିଲେ, ‘ତୁମକୁ ଟିକେ ଖରାପ ଲାଗୁନି ! ଆଉ ଏବେ କହୁଛ, ଅଙ୍କଲ ଜୀ, ଅଙ୍କଲ ଜୀ। ଖରାପ କଥା କହିବା ପାଇଁ ତୁମକୁ ଟିକେ ଲାଜ ଲାଗିଲା ନାହିଁ। ଏପରିକି ଏସବୁ କଥା ମୁଁ ସର୍ବସମ୍ମୁଖରେ ମଧ୍ୟ କହିପାରିବି ନାହିଁ।’ ଏହାପରେ ଯୁବକ ଜଣକ ମହିଳାଙ୍କ ଆଡ଼େ ଚାହିଁ ତାଙ୍କୁ ‘ଆଣ୍ଟି’ ବୋଲି ଡାକି ଥିଲେ। ଏଥିରେ ସମ୍ପୃକ୍ତ ମହିଳା ଆହୁରି ରାଗି ଯାଇଥିଲେ ଓ କହିଥିଲେ ‘ଓଃ, ଏବେ ମୁଁ ଆଣ୍ଟି ହୋଇଗଲି ନାହିଁ’। ହଠାତ୍‌ ଏହି ସମୟରେ ଜଣେ ବୃଦ୍ଧ ଯୁବକଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ମହିଳା ଜଣକ ମଧ୍ୟ ଚପଲରେ ଯୁବକଙ୍କୁ ପିଟି ଥିଲେ। ଏହି ଭିଡିଓଟି ଟ୍ୱିଟରରେ Ghar Ke Kalesh ପକ୍ଷରୁ ଶେୟାର କରାଯାଇଛି। 

(ବି.ଦ୍ର: ଆମେ କୌଣସି ପ୍ରକାରର ହିଂସା କିମ୍ବା ଦୁର୍ବ୍ୟହାରକୁ ସମର୍ଥନ କରୁନାହୁଁ। ଉପରୋକ୍ତ ଘଟଣା କେବଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଦୃଶ୍ୟ ଉପରେ ଆଧାରିତ)

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ