Advertisment

Viral Video: ଦିଦି ଶାଢୀ ପିନ୍ଧିଲେ ସୁନ୍ଦର ଲାଗନ୍ତି କହି ଚର୍ଚ୍ଚାରେ କୁନି ଛାତ୍ର

ସୋସିଆଲ୍‌ ମିଡିଆରେ ପିଲାମାନଙ୍କର ଭିଡିଓକୁ ଖୁବ ବହୁତ ଭଲପାଇବା ମିଳେ। ଏସବୁ ଦେଖି ଲୋକେ ଖୁବ୍ ମନୋରଞ୍ଜନ ମଧ୍ୟ କରନ୍ତି। ବର୍ତ୍ତମାନ ଏହିପରି ଏକ ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଥିବା ଦେଖାଯାଉଛି। ଏହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
child praised madam's saree

child praised madam's saree

ସୋସିଆଲ୍‌ ମିଡିଆରେ ପିଲାମାନଙ୍କର ଭିଡିଓକୁ ଖୁବ ବହୁତ ଭଲପାଇବା ମିଳେ। ଏସବୁ ଦେଖି ଲୋକେ ଖୁବ୍ ମନୋରଞ୍ଜନ ମଧ୍ୟ କରନ୍ତି। ବର୍ତ୍ତମାନ ଏହିପରି ଏକ ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଥିବା ଦେଖାଯାଉଛି। ଏହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

Advertisment

ଭିଡିଓରେ ଦେଖାଯାଏ ଯେ ଏକ କୁନି ପିଲା ଶିକ୍ଷକ ପଚାରିଥିବା ପ୍ରଶ୍ନର ଉତ୍ତରକୁ ନଦେଇ କିପରି ଚାଲାକି କରୁଛି। ପିଲାଟିର ଉତ୍ତର ଶୁଣିବା ପରେ ଆପଣ ନିଜକୁ ହସିବା ଏବଂ ମନ୍ତବ୍ୟ ଦେବାରେ ଅଟକାଇ ପାରିବେ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହା ସହିତ କମେଣ୍ଟର ବର୍ଷା ମଧ୍ୟ ଲାଗି ରହିଛି।

ଭାଇରାଲ ହେଉଥିବା ଏହି ଭିଡିଓ ଏକ ସ୍କୁଲ୍‌ ଶ୍ରେଣୀର। ଏଥିରେ ଜଣେ ଶିକ୍ଷୟିତ୍ରୀ ନିଜ କୁନି ଛାତ୍ରଙ୍କ ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଛାତ୍ର ଜଣକ ତା’ର ଦିଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ ତା’ ଦିଦିଙ୍କୁ କହୁଛି ଯେ ସେଦିନ ଆପଣ ଯେତେବେଳେ ଶାଢୀ ପିନ୍ଧି ଆସିଥିଲେ, ବହୁତ ସୁନ୍ଦର ଦେଖାଯାଉଥିଲେ।”

Advertisment

ଏହାପରେ ଶି‍କ୍ଷୟିତ୍ରୀ ଯେତେବେଳେ କାହିଁକି ବୋଲି ପଚାରିଲେ କୁନି ପିଲାଟି ଖୁବ ଚତୁରତାର ଉତ୍ତର ଦେଇଥିଲା। ପିଲାଟି କହିଲା ଯେ “ତୁମେ ମୋର ପ୍ରିୟ ମ୍ୟାଡାମ୍”। ଏହା ଶୁଣି ଦିଦି ବହୁତ ଖୁସି ହୋଇଯାଆନ୍ତି ଆଉ ତାଙ୍କୁ ଧନ୍ୟବାଦ ଦିଅନ୍ତି। ଏହାର ପ୍ରତି ଜବାବରେ ସେ ‘ୱେଲ୍‌କମ୍’ ବୋଲି ମଧ୍ୟ କୁହେ।

ଭାଇରାଲ ହେଉଥିବା ପିଲାଟିର ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓ ଟ୍ୱିଟରରେ @ Sunilpanwar2507 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି, 'ହୋମ୍‌ୱାର୍କକୁ ଏଡ଼ାଇବା ପାଇଁ ପଦକ୍ଷେପ'।

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧୪୮ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଭିଡିଓ ଦେଖିବା ପରେ ଜଣେ ଲେଖିଛନ୍ତି, 'ନିର୍ଦ୍ଦୋଷତା ଏବଂ ନିରିହପଣିଆ ଗୋଟିଏ ଜାଗାରେ'।

Social Media Viral Video
Advertisment
Advertisment