Advertisment

ଫଟାଫଟ୍ ଇଂରାଜୀ କହୁଛନ୍ତି ଏହି ବୁଲା ବିକାଳି...ସୋସିଆଲ ମିଡିଆର ଭାଇରାଲ ଭିଡିଓ କରିବ ଆଶ୍ଚର୍ଯ୍ୟ

ଅତି ସାଧାରଣ ବେଶ ପୋଷାକରେ ଥିବା ମହିଳା ଜଣକ ଗୋଆର ଭ୍ୟାଗେଟର୍ ବିଚ୍‌ରେ ଚୁଡି ବିକ୍ରି କରନ୍ତି। ତେବେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସହ ସେ ପ୍ରାଞ୍ଜଳ ଭାବରେ ଇଂରାଜୀରେ କଥା ହେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Bangle Vendor Wins Hearts

Bangle Vendor Wins Hearts

ଅନେକ ସମୟରେ ଆମେ ଆଶା କରିନଥିବା ବ୍ୟକ୍ତି ଆମକୁ ଆଶ୍ଟର୍ଯ୍ୟ ଚକିତ କରିଦିଅନ୍ତି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚୁଡି ବିକ୍ରି କରୁଥିବା ଜଣେ ସାଧାରଣ ମହିଳା ଏପରି ଇଂରାଜୀ କରୁଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ ।

Advertisment

ଅତି ସାଧାରଣ ବେଶ ପୋଷାକରେ ଥିବା ମହିଳା ଜଣକ ଗୋଆର ଭ୍ୟାଗେଟର୍ ବିଚ୍ ରେ ଚୁଡି ବିକ୍ରି କରନ୍ତି। ତେବେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସହ ସେ ପ୍ରାଞ୍ଜଳ ଭାବରେ ଇଂରାଜୀରେ କଥା ହେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓର କ୍ୟାପସନରେ ଲେଖା ଅଛି, 'ଜୀବନ ଯେପରି ହେଉନା କାହିଁକି ଭାଇ, ଭଲରେ ବଞ୍ଚିବାର ଅଛି’।

ଭିଡିଓରେ ସେ କହିଛନ୍ତି ସେ କେବେଠୁ ଏହି କାମ କରୁଛନ୍ତି। ସେ ଇଂରାଜୀରେ କହୁଛନ୍ତି କରୋନା ମହାମାରୀ ପରେ ବିଚ୍ ରେ କ’ଣ ସବୁ ପରିବର୍ତ୍ତନ ଆସିଛି। ଏହା ସହିତ ସେ କହିଛନ୍ତି ଭ୍ୟାଗେଟର୍ ବିଚ୍ କଳା ଚଟାଣ ଓ ନିର୍ମଳ ଜଳ ପାଇଁ ଖୁବ ଜଣାଶୁଣା। ଅନେକ ଦିନରୁ ଗୋଆର ଜନଗହଳି ପୂର୍ଣ୍ଣ ସମୁଦ୍ର ତଟକୁ ଅନେକ ସ୍ଥାନରୁ ପର୍ଯ୍ୟଟକ ଆସି ଶାନ୍ତି ପାଆନ୍ତି। ଏହାଛଡା ସମୁଦ୍ର କୂଳରେ ବଦଳୁଥିବା ସ୍ଥିତି ବିଷୟରେ ଇଂରାଜୀରେ କହିଛନ୍ତି।

Advertisment

ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୦.୯୪ଲକ୍ଷରୁ ଅଧିକ ଲାଇକ୍ ପାଇଛି। କେବଳ ଏତିକି ନୁହେଁ, ଯେଉଁମାନେ ଭିଡିଓ ଦେଖିଛନ୍ତି ସେମାନେ ମହିଳାଙ୍କ ସ୍ପଷ୍ଟ ଇଂରାଜୀକୁ ବି ଭୁରିଭୁରି ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, 'ମହିଳା ଜଣକ ଖୁବ ସୁନ୍ଦର ଇଂରାଜୀ କହୁଛନ୍ତି’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ମହିଳାଙ୍କ ଇଂରାଜୀ ତାଙ୍କ ଅପେକ୍ଷା ଭଲ'। ଅନ୍ୟ ଜଣେ ଲେଖିଛନ୍ତି, 'ସେ ପ୍ରମାଣ କରିଛନ୍ତି ଯେ ଇଂରାଜୀ କେବଳ ଏକ ଭାଷା, ଜ୍ଞାନ ନୁହେଁ’।

Viral Video
Advertisment
Advertisment