Advertisment

Viral Video: ଗଛ ଉପରେ ଝୁଲୁଛି କାର୍; ଏହା କ’ଣ ଦୁର୍ଘଟଣା…

ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିବେ ଯେ ଏକ କାର୍‌ ଏପରି ସ୍ଥାନରେ ଝୁଲି ରହିଛି ଯେଉଁଠାରେ ଏହା ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।

ଅଦ୍ୟତନ ହୋଇଛି
Car landed on tree people shocked to see this

Car landed on tree people shocked to see this

Advertisment

ସୋସିଆଲ ମିଡିଆ ଏପରି ଏକ ଜାଗା ଯେଉଁଠାରେ କେତେବେଳେ କ’ଣ ଭାଇରାଲ୍ ହେବ ତାହା କେହି କହିପାରିବେ ନାହିଁ। ଏହି ପ୍ଲାଟ୍‌ଫର୍ମରେ ଆମେ ଏପରି ଜିନିଷ ଦେଖିବାକୁ ପାଉ, ଯାହା ବିଷୟରେ ଆମେ କେବେ ବି ଭାବି ନ ଥାଉ। ଏହିସବୁ ଜିନିଷ ଆମକୁ ଚକିତ କରିଦିଏ।

Advertisment

ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିବେ ଯେ ଏକ କାର୍‌ ଏପରି ସ୍ଥାନରେ ଝୁଲି ରହିଛି ଯେଉଁଠାରେ ଏହା ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।

ଗଛରେ ଝୁଲୁଥିବା ଏହି କାର୍‌ଟି ଦେଖିବା ପରେ, ଆପଣ ଭାବୁଥିବେ ଯେ ଏହା AI କିମ୍ବା ଏଡିଟିଂର ଯାଦୁ ହୋଇପାରେ। କିନ୍ତୁ ଏହା ଆଦୌ ନୁହେଁ। ଏହା ଏକ ସମ୍ପୂର୍ଣ୍ଣ ବାସ୍ତବ ଫଟୋ। ତେବେ ଏମିତି କେମିତି ହେଲା ଆଉ କିଏ କଲା ଆତ୍ଃଆ ହିଁ ପ୍ରଶ୍ନବାଚୀ।

Advertisment

ଅଧିକ ପଢ଼ନ୍ତୁ: ବଢିଗଲା ସ୍ୱାମୀ-ସ୍ତ୍ରୀଙ୍କ ଝଗଡା; ଛାତ ଉପରୁ ସ୍ୱାମୀଙ୍କୁ ଠେଲିଦେଲେ ମହିଳା, ଦେଖନ୍ତୁ ଭିଡିଓ…

ଯିଏ ବି ଏହି ଗାଡ଼ିଟିକୁ ଗଛ ଉପରେ ପଡ଼ିଥିବାର ଦେଖୁଛି ସେ କିଛି ସମୟ ପାଇଁ ଭାବିବାକୁ ଲାଗୁଛି ଯେ ଗାଡ଼ିଟି ଏଠାକୁ କିପରି ଆସିଲା?

Advertisment

ଏହି ଭାଇରାଲ୍‌ ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଗଛ ଉପରେ ଏକ କାର୍‌ ଝୁଲୁଛି। ଗାଡ଼ିଟି ଏପରି ଭାବରେ ଝୁଲୁଛି ଯେ ଏହାକୁ ଦେଖି ଆପଣ ବୁଝିପାରିବେ ଯେ ଏହାକୁ ସେଠାରେ ନିଶ୍ଚୟ ସେଟ୍ କରି ରଖାଯାଇଥିବ।

ଏହି ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ସେଠାରେ ଏକାଠି ହେଉଥିବାର ଦେଖାଯାଉଛି। ସେମାନେ ଏହାକୁ ନେଇ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଛନ୍ତି। ସେମାନେ ଆଲୋଚନା କରୁଛନ୍ତି ଯେ ଯଦି କାର୍‌ଟି ଗଛରୁ ଖସିପଡ଼େ, ତେବେ ଏହା ସିଧା ତଳେ ପଡ଼ିବ ଏବଂ ଯଦି ଏଥିରେ କେହି ଥିବେ, ତେବେ ତାଙ୍କର ବଞ୍ଚିବାର ସମ୍ଭାବନା ଶେଷ ହୋଇଯିବ।

ତେବେ ଏହା ଏକ ଦୁର୍ଘଟଣା ନା ଜାଣିଶୁଣି ଏମିତି କରାଯାଇଛି ସେ ବିଷୟରେ କୌଣସି ସୂଚନା ନାହିଁ।

ଏହି ଭାଇରାଲ୍ ଭିଡିଓଟିକୁ @ankurprajapati600 ନାମକ ଜଣେ ୟୁଜର ଏପ୍ରିଲ ୧୦ ତାରିଖରେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିଲେ। ଖବର ଲେଖାହେବା ବେଳକୁ ଭିଡିଓଟିକୁ ୫୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଲୋକମାନେ ଭିଡିଓଟିରେ ବହୁତ କମେଣ୍ଟ ଦେଇ ନିଜର ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ଏବଂ ମଜା ମଧ୍ୟ ନେଉଛନ୍ତି।

ଜଣେ ଲେଖିଛନ୍ତି – କେଉଁ ବାପାଙ୍କ ପରୀ ଏହା କରିଛନ୍ତି। ଆଉ ଜଣେ ଲେଖିଛନ୍ତି – ଭଗବାନ ଠିକ୍ ସମୟରେ ପହଞ୍ଚିଗଲେ। ଅନ୍ୟ ଜଣେ ଲେଖିଛନ୍ତି – ଏହା ପ୍ରଥମେ ଏକ ଉଡ଼ାଜାହାଜ ଥିଲା ଏବଂ ପରେ ଏହାକୁ ଏକ କାର୍‌ରେ ପରିବର୍ତ୍ତନ କରାଯାଇଛି। କିନ୍ତୁ ଏହା ଆଜି ମଧ୍ୟ ଉଡ଼ିବା ଏବଂ ଅବତରଣ କରିବା ଭୁଲି ନାହିଁ। ଆଉ ଜଣେ ଲେଖିଛନ୍ତି – ଭାଇ, କେହି ମୋତେ କହିପାରିବେ କି ଆମେ ଏହି ଭିଡିଓକୁ ଦେଖି ହସିବା ନା ଚିନ୍ତା କରିବା ନା ଦୁଃଖ ପ୍ରକାଶ କରିବା।

ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ ମା-ପୁଅଙ୍କ ରୋମାଣ୍ଟିକ୍ ଭିଡିଓ; ଲୋକେ କହିଲେ ଏମିତି

Viral Video Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ