Advertisment

ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା, ସୃଷ୍ଟ ଖାଲରେ ଝୁଲି ରହିଲା କାର୍

ବର୍ଷା ଯୋଗୁଁ ରାସ୍ତାରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା। ରାସ୍ତାଟି ଧସିଯାଇ ଏକ ଗୁମ୍ଫାର ଭ୍ରମ ସୃଷ୍ଟି କରୁଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Road Collapse In Lucknow Due To Heavy Rain

RoadCollapse

ପ୍ରବଳ ବର୍ଷାରେ ଧସିଲା ରାସ୍ତା। ଆଉ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତରେ ଲଟକି ରହିଲା କାର୍। ଉତ୍ତରପ୍ରଦେଶ ଲକ୍ଷ୍ନୌର ଏହି ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିକାଶ ନଗର ଅଂଚଳରେ ଏହି ଦୃଶ୍ୟ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ ରାସ୍ତାରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା। ରାସ୍ତାଟି ଧସିଯାଇ ଏକ ଗୁମ୍ଫାର ଭ୍ରମ ସୃଷ୍ଟି କରୁଥିଲା। ତେବେ ଏହି ଗର୍ତ୍ତରେ ଏକ ନାଲି ରଂଗର କାର୍ ଝୁଲି ରହିଥିଲା। କାରର ଆଗ ୨ଟି ଚକା ରାସ୍ତା ଉପରେ ଓ ପଛ ୨ଟି ଚକା ଗର୍ତ୍ତ ଭିତରକୁ ରହିଥିଲା।

Advertisment

ତେବେ କାରରେ ଥିବା ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଅପରାହ୍ନ ପ୍ରାୟ ୨ଟା ୩୦ରେ ଏହି ଘଟଣା ଘଟିଥିବା ବେଳେ ଲକ୍ଷ୍ନୌ ମ୍ୟୁନିସିପାଲଟି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ବାହାର କରିଥିଲେ। ଲକ୍ଷ୍ନୌ ବିଭାଗୀୟ କମିଶନର ରୋଶନ ଯାଦବ ୨୪ ଘଣ୍ଟା ମଧ୍ୟରେ ଜନସମ୍ପର୍କ ବିଭାଗରୁ ରିପୋର୍ଟ ମାଗିଛନ୍ତି। ତୁରନ୍ତ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଉତ୍ତରପ୍ରଦେଶର କିଛି ଅଂଚଳରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହୋଇଛି. ବଜ୍ରପାତରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ପ୍ରଭାବିତ ଜିଲ୍ଲାର ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Advertisment
Advertisment