Viral Video
ଥାନାରେ ଷଣ୍ଢ ଆତଙ୍କ । କେତେବେଳେ ଥାନା ଭିତରେ କୁକୁର କେତେବେଳେ ମାଙ୍କଡ ପଶିଯାଇଥିବା ଖବର ଶୁଣିଥିବେ । ତାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଥାନା ଭିତରେ ଷଣ୍ଢ ପଶିଯିବା ବଡ଼ କଥା ନୁହେଁ । କିନ୍ତୁ ହୋହଲ୍ଲା ସେତେବେଳେ ଘଟଥିଲା ଯେତେବେଳେ ଷଣ୍ଢଟି ଥାନାର ତୃତୀୟ ମହଲାକୁ ଚଢ଼ିଯାଇଥିଲା । ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର ବଦାୟୁଁରେ ।
ହଠାତ ଗୋଟିଏ ଷଣ୍ଢ ଉଝାନୀର ଥାନା ପରିସରରେ ପଶିଯାଇଥିଲା । ପ୍ରଥମେ ଲୋକଙ୍କୁ ଲାଗିଲା ଷଣ୍ଢଟି କିଛି ସମୟ ବୁଲିବ ତାପରେ ଚାଲିଯିବ । କିନ୍ତୁ ଷଣ୍ଢଟି ବାହାରକୁ ନଯାଇ ଥାନାର ବିଲଡିଂ ଭିତରେ ପଶିଥିଲା ଓ ସିଡ଼ି ଚଢ଼ିକି ସିଧା ତୃତୀୟ ମହଲାରେ ପହଞ୍ଚିଯାଇଥିଲା ।
ଏହି ଦୃଶ୍ୟ ଦେଖି ପୋଲିସ କର୍ମଚାରୀ ଓ ଥାନାକୁ ଆସିଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଥାନାଟି ତିନି ମହଲା ବିଲଡିଂ । ଷଣ୍ଢଟି ଏତେ ଉପରକୁ ଚଢ଼ିଯାଇଥିବା ଦେଖି ଲୋକମାନେ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ସବୁ ଲୋକ ଏଣେତେଣେ ଦୌଡ଼ିବାକୁ ଲାଗିଲେ । କେହି ବି ଭାବିନଥିଲେ ଏତେ ଓଜନର ଷଣ୍ଢ ଏତେ ଉପରକୁ ସିଡ଼ି ଚଢ଼ି ଯାଇପାରିବ ।
ଅଧିକ ପଢ଼ନ୍ତୁ: ଗେଟ ଖୋଲୁ ଖୋଲୁ ଏ କ’ଣ ହେଲା ? ସିସିଟିଭି ଭିଜୁଆଲ ଭାଇରାଲ
ଘଟଣା ବିଷୟରେ ସୂଚନା ମିଳିବା ପରେ ନଗର ପାଳିକା ଓ ପଶୁପାଳନ ବିଭାଗର ଟିମ ଆସି ପହଞ୍ଚିଥିଲେ । ସମସ୍ତେ ଷଣ୍ଢକୁ ସୁରକ୍ଷିତ ଭାବେ ତଳକୁ ଆଣିବାର ଯୋଜନା ଉପରେ କାମ କରିବାକୁ ଆରମ୍ଭ କରିଦେଇଥିଲେ । ଷଣ୍ଢର ରେସକ୍ୟୁରେ ଲାଗିଥିଲେ ପାଖାପାଖି ଡର୍ଜନେ ଲୋକ ।
ତୃତୀୟ ମହଲାରେ ଫସିଥିବା ଷଣ୍ଢକୁ ତଳକୁ ଆଣିବା ଏତେ ସହଜ ନଥିଲା । ଷଣ୍ଢଟି ତଳକୁ ଆସିପାରୁନଥିବାରୁ ରାଗରେ ଉତ୍ତେଜିତ ହୋଇପଡିଥିଲା। ସେଥିପାଇଁ ଷଣ୍ଢଟିକୁ ତଳକୁ ଆଣିବା ପାଇଁ ତାକୁ ବେହୋଶ କରିବାକୁ ପଡ଼ିଲା । ଯେମିତିକି ସେ କାହାକୁ ଆଘାତ ନକରିବ ଓ ଷଣ୍ଢର ବି କିଛି କ୍ଷତି ହେବନି । ସେଥିପାଇଁ ପଶୁ ଚିକିତ୍ସକ ଷଣ୍ଢଟିକୁ ଇଂଜେକ୍ସନ ଦେଇ ବେହୋସ କରିଥିଲେ । ଏହା ପରେ ରଶି ଦ୍ବାରା ଅନେକ ଲୋକଙ୍କ ସାହାଯ୍ୟରେ ଷଣ୍ଢଟିକୁ ତଳକୁ ଅଣାଯାଇଥିଲା ।
ତଳକୁ ଆଣିବା ପ୍ରକ୍ରିୟାରେ ଷଣ୍ଢଟିକୁ ଆଘାତ ଲାଗିଛି । ରେସକ୍ୟୁ ଅପରେସନ ପାଖାପାଖି ୩ଘଣ୍ଟା ଧରି ଚାଲିଥିଲା । ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଷଣ୍ଢଟି ଏତେ ଉପରକୁ କେମିତି ଚଢ଼ିଗଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753265349.jpg)