Advertisment

ପାର୍ଲରରୁ ବୟଫ୍ରେଣ୍ଡ୍‌ ସହ କନ୍ୟା ଫେରାର, ଏପଟେ ବିବାହ ମଣ୍ଡପରେ ଅପେକ୍ଷା କରିଛି ବର...

ବାହାଘର ପାଇଁ ବିୟୁଟି ପାର୍ଲରକୁ ମେକ୍‌ଅପ୍‌ ହେବା ପାଇଁ ଯାଇଥିଲେ, ହେଲେ ସେଠାରୁ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା କନ୍ୟା। ଆଉ ଏପଟେ ୱେଡିଂ ଭେନ୍ୟୁରେ ଅପେକ୍ଷା କରିଛି ବର।

ଅଦ୍ୟତନ ହୋଇଛି
Bride Elopes With Lover From Beauty Salon

Bride elopes with lover from beauty parlour

Advertisment

ବାହାଘର ପାଇଁ ବିୟୁଟି ପାର୍ଲରକୁ ମେକ୍‌ଅପ୍‌ ହେବା ପାଇଁ ଯାଇଥିଲେ, ହେଲେ ସେଠାରୁ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା କନ୍ୟା। ଆଉ ଏପଟେ ୱେଡିଂ ଭେନ୍ୟୁରେ ଅପେକ୍ଷା କରିଛି ବର। ବିବାହ ମଣ୍ଡପରେ କନ୍ୟା ପହଞ୍ଚିବାରେ ବିଳମ୍ବ ହେବାରୁ ଖୋଜାଖୋଜି ହୋଇଥିଲା। ପରେ ଜଣାପଡ଼ିଥିଲା ଯୁବତୀ ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଯାଇଛନ୍ତି। ରାଜସ୍ଥାନରେ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ଅଧା ରାସ୍ତାରେ କାର୍‌ରୁ କନ୍ୟା ଫେରାର୍‌ । କାନମୁଣ୍ଡ ଆଉଁସି ଘରକୁ ଫେରିଲା ବର

ଲାଇଭ୍‌ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ବିବାହ ମଣ୍ଡପରେ ବରଯାତ୍ରୀମାନେ କନ୍ୟାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ତାଙ୍କର କୌଣସି ଦେଖା ସାକ୍ଷାତ ନଥିଲା। ଖୋଜାଖୋଜି ପରେ ଜଣାପଡ଼ିଥିଲା ବୟଫ୍ରେଣ୍ଡ୍‌ ସହ ଯୁବତୀ ଜଣକ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନ ଧଉଲପୁର ବରିର ସମ୍ପୃକ୍ତ ଯୁବତୀଙ୍କ ସହ ମୋରେନାର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ବିବାହ ଦିନ ବରଯାତ୍ରୀ ଧରି ବର ଗ୍ରାଣ୍ଡ୍‌ ପ୍ରୋସେସନ କରି ବିବାହ ମଣ୍ଡପରେ ପହଞ୍ଚିଥିଲେ।

Advertisment

ବିବାହ ମଣ୍ଡପରେ ପହଞ୍ଚିବା ପରେ ବର ଓ ବରଯାତ୍ରୀ ଦୀର୍ଘ ସମୟ ଧରି କନ୍ୟାକୁ ଅପେକ୍ଷା କରିଥିଲେ। ଫଳରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବ। ହେଲେ କନ୍ୟାର କୌଣସି ଦେଖା ସାକ୍ଷାତ ନଥିଲା। ଏହାପରେ ବର ପକ୍ଷଙ୍କ ସନ୍ଦେହ ଧୀରେ ଧୀରେ ବଢ଼ିଥିଲା। ଏନେଇ ବରର ଭାଇ କନ୍ୟାର ପରିବାର ଲୋକଙ୍କ ସହ କଥା ହୋଇଥିଲେ। ହେଲେ ଝିଅ ପାର୍ଲର ଯାଇଥିବା କଥା ପରିବାର ଲୋକ କହିଥିଲେ। 

କିଛି ସମୟ ଅପେକ୍ଷା ପରେ ବରର ଭାଇ ପାର୍ଲର ସହ ଯୋଗାଯୋଗ କରିଥିଲେ ଓ ଜାଣିବାକୁ ପାଇଥିଲେ ବହୁ ସମୟ ହେବ କନ୍ୟା ଜଣେ ଯୁବକଙ୍କ ସହ ମୋଟର ସାଇକେଲ୍‌ରେ ବସି ବାହାରି ଯାଇଥିଲେ। ଏହାଶୁଣି ବର ପକ୍ଷ ଆଶ୍ଚର୍ଯ୍ୟ ହୋଇ କନ୍ୟାର ପରିବାର ଲୋକଙ୍କୁ ପ୍ରଶ୍ନ କରିଥିଲେ। ଆଉ ଏହାପରେ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଯୌତୁକରେ ମିଳିଲାନି BMW, ଏୟାରପୋର୍ଟରେ କନ୍ୟାକୁ ଛାଡ଼ି ଫେରାର୍‌ ମାରିଲା ଡାକ୍ତର ବର

ଘଟଣାକୁ ନେଇ ବରର ଭାଇ ଥାନାରେ କନ୍ୟା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହାସହ ସେମାନେ ଦେଇଥିବା ସୁନା ଅଳଙ୍କାର ଓ ମୋବାଇଲ୍‌ ଫେରାଇ ଦେବା ପାଇଁ କହିଛନ୍ତି। 

Viral Video Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ