• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରେମ କେତେବେଳେ କାହାକୁ ହୁଏ କହି ହୁଏନା । କଥାରେ ଅଛି ପ୍ରେମ ଦେଖେନି ଜାତି, ଧର୍ମ । ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ପ୍ରେମ କାହାଣୀ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ବେଳେ ବେଳେ ଆପଣ ଆଶ୍ଚର୍ଯ୍ୟ କଲା ଭଳି ପ୍ରେମ କାହାଣୀ ମଧ୍ୟ ଶୁଣିଥିବେ କିନ୍ତୁ ଏ ପ୍ରେମ କାହାଣୀ ଟିକେ ଭିନ୍ନ ରହିଛି । ଜଣେ ୩୯ ବର୍ଷୀୟ ମହିଳା 'ପ୍ରେମରେ ପଡ଼ିଲେ ଅନ୍ଧ ହୋଇଯାଆନ୍ତି ବୋଲି' କଥାକୁ ପ୍ରମାଣ କରି ଦେଖାଇଛନ୍ତି । 

 ଏହି ୩୯ ବର୍ଷୀୟ ମୋରେସ୍  ‘ମାର୍ସେଲୋ’ ନାମକ ଘର ତିଆରି କଣ୍ଢେଇକୁ ପ୍ରେମ କରୁଥିଲେ । ଯାହା ତାଙ୍କ ମା’ ତାଙ୍କୁ ଉପହାର ଭାବରେ ଦେଇଥିଲେ କାରଣ ମୋରେସ୍ ଅବିବାହିତ ଥିଲେ । କିନ୍ତୁ ଏହି ହାତ ତିଆରି କଣ୍ଢେଇ ସହ କିଛି ଦିନ ବିତାଇବା ପରେ ସେ ତାଙ୍କୁ ବିବାହ କରିଥିଲେ । ଯେଉଁଥିରେ ପ୍ରାୟ ୨୫୦ ଅତିଥି ଯୋଗ ଦେଇଥିଲେ । ଆହୁରି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ହେଉଛି ମୋରେସ୍ ଓ ତାଙ୍କ ସ୍ବାମୀ ଦୁଇ ଯାଆଁଳା ଶିଶୁ  ମଧ୍ୟ ପାଇଛନ୍ତି ।

 ଅନ୍ୟପଟେ ମୋରିସ୍‌ ତାଙ୍କ ଭାବନାକୁ ପ୍ରକାଶ କରି କହିଛନ୍ତି ଯେ, "ଆମ ପରିବାର ବଢିବାରୁ ଆମର ସମସ୍ତ ପ୍ରକାର ଖର୍ଚ୍ଚ ବଢିବାରେ ଲାଗିଛି । ତେଣୁ ‘ମାର୍ସେଲୋ’ ଟିକେ ଚିନ୍ତାରେ ରହୁଛନ୍ତି । ଡ଼୍ରେସ୍ , ଖାଇବା , ଔଷଧଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଖର୍ଚ୍ଚ ବଢିବାରେ ଲାଗିଛି । ତେଣୁ ଆମେ ଅଧିକ ଖୁସି ହୋଇପାରୁ ନାହୁଁ ।  "

ସେମାନଙ୍କର ପ୍ରେମ ଧୀରେ ଧୀରେ ବଢିବାରେ ଲାଗିଲା ଓ ୨୧ ମେ ୨୦୨୨ରେ ସେମାନେ ନିଜ ପୁଅ ମାର୍ସେଲିର ଜନ୍ମ ଦିନ ପାଳନ କରିଥିଲେ । ପ୍ରାୟ ୨୦୦ ଲୋକ ଲାଇଭ୍ ଷ୍ଟ୍ରିମ୍ ମାଧ୍ୟମରେ ଉପସ୍ଥିତି ଥିଲେ । ନିକଟରେ, ଏହି ଦମ୍ପତି ଘୋଷଣା କରିଛନ୍ତି ଯେ ସେମାନେ ପୁନର୍ବାର ଯାଆଁଳା ଶିଶୁ ପାଇବେ ବୋଲି ଆଶା ରଖିଛନ୍ତି ।

ମାର୍ସେଲୋଙ୍କ ସହିତ ତାଙ୍କ ଦାମ୍ପତ୍ୟ ଜୀବନକୁ ବର୍ଣ୍ଣନା କରି ମୋରେସ୍ ସେମାନଙ୍କ ସମ୍ପର୍କରେ ପାଇଥିବା ଆନନ୍ଦ ଏବଂ ପୂର୍ଣ୍ଣତା ଉପରେ ଗୁରୁତ୍ୱାରୋପ ମଧ୍ୟ କହିଛନ୍ତି । ତାଙ୍କ କହିବାନୁସାରେ, ମାର୍ସେଲୋ ଏକ ଉପଯୁକ୍ତ ସାଥୀ, ସର୍ବଦା ବୁଝାମଣା ଓ ଝଗଡା ଠାରୁ ଦୂରରେ ରହିଥାନ୍ତି । 

ତେବେ ତାଙ୍କ ସମ୍ପର୍କକୁ ନେଇ ହେଉଥିବା ସମାଲୋଚନାକୁ ନେଇ ମୋରେସ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ତାଙ୍କ ପାରମ୍ପରିକ ପରିବାରରେ ପାଇଥିବା ସୁଖ ସତ୍ତ୍ବେ ମାର୍ସେଲୋଙ୍କ ସହ ଥିବା ସମ୍ପର୍କର ସତ୍ୟତା ଉପରେ ପ୍ରଶ୍ନ କରୁଥିବା ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକ ରିପୋର୍ଟରେ ସମାଲୋଚନା କରୁଥିବା ଲୋକଙ୍କୁ ସେ କହିଛନ୍ତି, "ଏମିତି କହିବା ଦ୍ବାରା ମୋତେ ପ୍ରବଳ ରାଗ ଲାଗେ । ମୁଁ ଜଣେ ଭିନ୍ନ ଚରିତ୍ରର ମହିଳା, ଏବଂ ମୋ ବାପା ଓ ମାଆ ମୋତେ ସଚ୍ଚୋଟ ହେବାକୁ, ଜଣେ ଭଲ ମଣିଷ ହେବାକୁ ଏବଂ କୌଣସି ଜିନିଷର ଫାଇଦା ନ ନେବାକୁ ଶିଖାଇଛନ୍ତି । ତେଣୁ ମୁଁ କାହାର ଫାଇଦା ନେବାକୁ ଚେଷ୍ଟା କରେ ନାହିଁ । "