• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜୀବନ ସୃଷ୍ଟି କରେ ମାଆ । ମାଆ ଶବ୍ଦରେ ଅଛି ଅମୃତର ସ୍ୱାଦ । କୁହାଯାଏ ମାଆ ଥିଲେ ବଇରୀ ହାରେ । ଜୀବନର ସାହା ହେଉଛି ମାଆ । ମାଆ ଶବ୍ଦରେ କେତେ ଯେ ମହତ୍ୱ ରହିଛି ତାହା କଳନା ବାହାରେ । ସୃଷ୍ଟି ଆବାହନୀର ପ୍ରଥମ ଶବ୍ଦ ମାଆ । ଏହି ଶଦ୍ଦରୁ ହିଁ ଦିନର ଆରମ୍ଭ ଓ ଶେଷ ହୋଇଥାଏ ।

କୁହାଯାଏ ମାଆର ଋଣ ମରିବା ପର୍ଯ୍ୟନ୍ତ ମଧ୍ୟ ସୁଝା ଯାଇପାରିବ ନାହିଁ । ମାଆର ପଣତକାନିରେ ଦୁନିଆର ସବୁ ଖୁସି ମିଳିଥାଏ । ସବୁ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ମାଆର ପଣତକାନିରେ ଲୀନ ହୋଇଥାଏ । ମାଆର କୋଳ ଯେତିକି ଆରାମଦାୟୀ ସେତିକି ନିରାପଦ ମଧ୍ୟ । “ମାଆ"। ଏହି ଦୁଇଟି ଅକ୍ଷରରୁ ହିଁ ଜୀବନର ଆରମ୍ଭ ହୋଇଥାଏ ।

ସଂସାରର ସର୍ବଶ୍ରେଷ୍ଠ ଆଧାର ହେଉଛି ମାଆ । ଗର୍ଭଧାରଣ ଠାରୁ ଆରମ୍ଭ କରି ପ୍ରସବ ଯନ୍ତ୍ରଣା ପର୍ଯ୍ୟନ୍ତ ସମସ୍ତ କଷ୍ଟକୁ ସେ ହସି ହସି ନିଜ ମଧ୍ୟରେ ଆପଣେଇ ନିଏ । ଆକାଶ ପରି ତା ହୃଦୟ ବିଶାଳ ଓ ନିର୍ମଳ .. ସାଗର ପରି ଗଭୀର ତା‘ର ଭଲ ପାଇବା । କୁହାଯାଏ, ପିତା ସ୍ୱର୍ଗ ହେଲେ ମାଆ ସ୍ୱର୍ଗାଦପୀ ଗରିୟସୀ । ନିଖିଳ ବ୍ରହ୍ମାଣ୍ଡର ସୃଷ୍ଟିଠାରୁ ଆରମ୍ଭ କରି ବିନାଶକାରୀ ପ୍ରଳୟର ସେ ଅଧିକାରିଣୀ । ସେ ହିଁ ଦୁର୍ଗା, ମହାମାୟୀ ଓ ଆଦ୍ୟଶକ୍ତି । ତେଣୁ ସଂସ୍କୃତରେ ଏକ ଶ୍ଲୋକ ଅଛି, “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।

ସେ ପଶୁ ହେଲେ ବି ମାଆ । ସାପ କବଳରୁ ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ସେ ବାଜିରେ ଲଗାଇ ଦେଇପାରେ । ତଳେ ଥିବା ଦୃଶ୍ୟକୁ ଦେଖନ୍ତୁ, କେମିତି ମାଆ ମୂଷା ନିଜକୁ ବଞ୍ଚାଇବା ପାଇଁ ପ୍ରାଣ ପଣେ ଟେଷ୍ଟା କରୁଛି । ବୀରାଙ୍ଗନା ପରି ସାପକୁ ମାତ୍ ଦେଇ ନିଜ ଛୁଆର ଜୀବନ ରକ୍ଷା କରୁଛି । ଖାଦ୍ୟ ଖାଦକର ଏ ସଂଘର୍ଷରେ ବିଜୟୀ ହେଉଛି ମାଆ ।

ଏହି ଜବରଦସ୍ତ ଭିଡିଓରେ ଦେଖା ଯାଉଛି ଯେ, ଗୋଟେ ସାପ ଛୋଟ ମୂଷା ଛୁଆକୁ ମାରି ଖାଇବାରୁ ଧରିଛି । ଏହି ସମୟରେ ମାଆ ମୂଷାଟି ସାପ ସହ ଲଢ଼େଇ କରିବାକୁ ଚେଷ୍ଟା କରୁଛି । ନିଜର ନିର୍ଭିକ ସାହସ ଓ ଅଦମ୍ୟ ପ୍ରତିବଦ୍ଧତା ବଳରେ ମୃତ୍ୟୁ ଫାଶରୁ ଛୁଆକୁ ଛଡ଼ାଇ ଆଣୁଛି । ଏନେଇ ଅନେକ ୟୁଜର୍ସ ମାଆ ମୂଷାର ସାହସକୁ ସାଲ୍ୟୁଟ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ସାହସିକତାର କି ମହାନ ପ୍ରଦର୍ଶନ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ମାଆ ପ୍ରେମର ଅନନ୍ୟ ନିଦର୍ଶନ । ଏହାର ବ୍ୟାଖ୍ୟା କରାଯାଇପାରିବ ନାହିଁ ।