Advertisment

ଭୁଲ୍‌ରେ ଫ୍ୟାମିଲି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଏମିତି ଫଟୋ ଶେୟାର କରିଦେଲେ ଯୁବକ, ତା’ପରେ ଘଟିଲା ଏମିତି କିଛି...

ଯୁବକଙ୍କ ସହ ‌ଏମିତି କିଛି ଘଟିଛି, ଯାହା ସେ କେବେ କଳ୍ପନା ବି କରିନଥିଲେ। ଯୁବକ ଜଣ ଭୁଲ୍‌ବଶତଃ ଫ୍ୟାମିଲି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଏମିତି ଫଟୋ ଶେୟାର କରି ଦେଇଥିଲେ, ଯାହାକି ଘରର ଲୋକଙ୍କ ସାମ୍ନାରେ ତାଙ୍କ ପୋଲ୍‌ ଖୋଲି ଦେଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Boy wrongly shares beer pic on family WhatsApp group

Boy wrongly shares beer pic on family WhatsApp group

ସାଧାରଣତଃ ଭାରତୀୟ ପିଲାମାନେ, କିଛି ଜିନିଷ ବାପାମା’ଙ୍କୁ ଶେୟାର କରୁଥିବାବେଳେ ଆଉ କିଛି ଜିନିଷ ଶେୟାର କରିବା ପାଇଁ ଚାହାଁନ୍ତି ନାହିଁ। କାରଣ ସେମାନେ ଏହାକୁ ସିକ୍ରେଟ୍‌ ରଖିବାକୁ ଚାହାଁନ୍ତି। ଖାସ୍‌ କରି ମଦ ପିଇବା, ସିଗାରେଟ୍‌ ଟାଣିବା, ନାଇଟ୍‌ ଆଉଟ୍‌ ଓ ଅନ୍ୟ କିଛି ଅଭ୍ୟାସ ଇତ୍ୟାଦି। କାରଣ ସେମାନେ ଭାବନ୍ତି, ହୁଏତ ଘର ଲୋକ ଏସବୁ ଜାଣିଲା ପରେ ସେମାନଙ୍କୁ ଗାଳିଗୁଲଜ କରିବେ। ଏହି ଭୟରେ ସେମାନେ ଘର ଲୋକଙ୍କୁ ଏସବୁ କିଛି ଜଣାନ୍ତି ନାହିଁ।

Advertisment

ଯଦି ଆମେ କିଛି ଘଟଣାକୁ ଦେଖିବା ତା’ହେଲେ କେତେକାଂଶରେ ପିଲାମାନେ ଠିକ୍‌ ଥିବାବେଳେ ଆଉ କେତେକାଂଶରେ ପରିବାର ଲୋକ ଠିକ୍‌ ଥାନ୍ତି। କାରଣ କୌଣସି ବାପାମା’ ଚାହାଁନ୍ତି ନାହିଁ ସେମାନଙ୍କ ପିଲାମାନେ ଖରାପ ବାଟକୁ ଚାଲି ଯାଆନ୍ତୁ। ଏଥିପାଇଁ ସେମାନେ ସବୁବେଳେ ପିଲାମାନଙ୍କୁ ଗାଇଡ୍‌ କରିଥାନ୍ତି। ହେଲେ ଜଣେ ଯୁବକଙ୍କ ସହ ‌ଏମିତି କିଛି ଘଟିଛି, ଯାହା ସେ କେବେ କଳ୍ପନା ବି କରିନଥିଲେ। ଯୁବକ ଜଣ ଭୁଲ୍‌ବଶତଃ ଫ୍ୟାମିଲି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଏମିତି ଫଟୋ ଶେୟାର କରି ଦେଇଥିଲେ, ଯାହାକି ଘରର ଲୋକଙ୍କ ସାମ୍ନାରେ ତାଙ୍କ ପୋଲ୍‌ ଖୋଲି ଦେଇଥିଲା।

ସମ୍ପୃକ୍ତ ଯୁବକ, ଯିଏକି ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ଫ୍ୟାନ୍‌ ଫ୍ୟାମିଲି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଭୁଲ୍‌ରେ ବିୟର କେନ୍‌ ଶେୟାର କରିଦେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚିୟରିଂ କରି ସେ ଏହି ଫଟୋ ଶେୟାର କରିଥିଲେ। ହଠାତ୍‌ ଯୁବକଙ୍କ ବାପା ଦେଖି ରିପ୍ଲାଏରେ କହିଥିଲେ, ‘କ’ଣ’। ତା’ପରେ ଯୁବକଙ୍କ ମା’ କହିଥିଲେ, ତୁ ବିୟର ପିଉଛୁ’ ? ଶେଷରେ ଘର ଲୋକଙ୍କ ସାମ୍ନାରେ ଯୁବକଙ୍କ ଏହି ସିକ୍ରେଟ୍‌ ଖୋଲି ଯାଇଥିଲା ଓ ସେ ଧରାପଡ଼ି ଯାଇଥିଲେ। ହ୍ୱାଟ୍ସଆପ୍‌ରେ ହୋଇଥିବା ଏହି ବାର୍ତ୍ତାଳାପ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। 

Advertisment

ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହାପରେ ସେ(ଯୁବକ) ଆଉ ବଞ୍ଚିଥିବେ ତ ?’ ଆଉ ଜଣେ ୟୁଜର କହିଛନ୍ତି, ‘ତାଙ୍କୁ କହିଦିଅ ଆଜି ସେ ଆଉ ଘରକୁ ଫେରିବେ ନାହିଁ’।

WhatsApp Viral News
Advertisment
Advertisment