Advertisment

ଯୁବକଙ୍କ ବଦମାସୀ; ଲିପ୍ଟ ଭିତରେ କରିଦେଲେ ପରିସ୍ରା; କ’ଣ ହେଲା ଦେଖନ୍ତୁ…

ଜଣେ ଯୁବକ ଲିଫ୍ଟ ଭିତରେ ପରିସ୍ରା କରିଦେଲେ। ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି। ପରିସ୍ରା କରିବା ପରେ ଯାହା ହେଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଦେଖନ୍ତୁ ଏହି ଭିଡିଓ…

ଅଦ୍ୟତନ ହୋଇଛି
Boy Urinate On Elevator Button

Boy urinate on elevator button

Advertisment

ପ୍ରାୟତଃ ବୟସ୍କ ଲୋକେ ଏହା କହିବା ଶୁଣାଯାଏ ଯେ କାହାରି ଅନିଷ୍ଠ ଚିନ୍ତା କରନି କି ଏଭଳି କୌଣସି କାମ କରନ୍ତି। ଯଦି କାହାର ଖରାପ ଚିନ୍ତା କରାଯାଏ ତେବେ ବା ଅନ୍ୟ ପାଇଁ ଗାତ ଖୋଳାଯାଏ, ସେହି ଗାତ ନିଜେ ପଡିବାର ସମ୍ଭାବନା ଥାଏ। ଏକଥାର ପ୍ରମାଣ ଏବେ ମିଳିଛି।

Advertisment

ଜଣେ ଯୁବକ ସହ ଏମିତି କିଛି ହେବାର ଦେଖାଯାଇଛି। ଏହି ଘଟଣା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଅନ୍ୟର କ୍ଷତି କରିବା ପାଇଁ ଯୁବକ ଜଣକ ଲିଫ୍ଟ ଭିତରେ ଥିବା ବଟନ୍ ଉପରେ ପରିସ୍ରା କରିଥିଲେ, କିନ୍ତୁ ସେ ଜାଣି ନଥିଲେ ଯେ ଏହି କାମ ତାଙ୍କୁ ହିଁ ଅସୁବିଧାରେ ପକେଇବ।

ଟ୍ୱିଟର ଆକାଉଣ୍ଟ @HumansNoContext ରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ଯାହା ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଜଣେ ଯୁବକଙ୍କର ବଦମାସୀ ତା’ ପାଇଁ ଅସୁବିଧାର କାରଣ ହୋଇଛି। କୌଣସି କାରଣ ନ ଥାଇ ଯୁବକ ଜଣଙ୍କ ଲିଫ୍ଟରେ ଥିବା ବିଭିନ୍ନ ବଟନ୍ ଉପରେ ପରିସ୍ରା କରୁଥିବା ଦେଖାଯାଏ।

Advertisment

ଯୁବକର ଏହି କାରନାମା ଲିଫ୍ଟରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ଭିଡିଓରେ ଦେଖାଯାଏ, ଯୁବକ ଜଣକ ଲିଫ୍ଟର ବଟନ୍‌ଗୁଡିକ୍ ଉପରେ ପରିସ୍ରା କରୁଛନ୍ତି। ସେ ଏହାକୁ ଏମିତି ଭାବରେ କରୁଛନ୍ତି ତାଙ୍କ କାମରୁ ସ୍ପଷ୍ଟ ଜଣାଯାଉଛି ଯେ ସେ ଏହାକୁ ଉଦ୍ଦେଶ୍ୟମୂଳକ ଭାବରେ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଫ୍ଲାଇଟ୍‌ରୁ ଓହ୍ଲାଇଲେ, ସିଧା ଯାଇ ଏୟାରପୋର୍ଟ ଡିପାର୍ଚର ଗେଟ୍‌ରେ ପରିସ୍ରା କଲେ...

Advertisment

ଏହି ବଦମାସୀ ପରେ ସେ ଯେତେବେଳେ ଲିଫ୍ଟ ଖୋଲି ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି ବଟନ୍‌ରୁ ସ୍ପାର୍କ ବାହାରିବା ଆରମ୍ଭ ହେଉଛି ଏବଂ କବାଟ ଖୋଲୁ ନାହିଁ। ଲିଫ୍ଟ ଭିତରେ ଥିଲା ଲାଇଟ୍ ମଧ୍ୟ ଧପ ଧପ ହେବା। ଏହା ଦେଖି ସେ ଡରିଯାଉଛନ୍ତି କିନ୍ତୁ ବାହାରକୁ ଯାଇପାରୁ ନାହାନ୍ତି।

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୭୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ ‘ଏହାକୁ ହିଁ କରିସ୍ମା କୁହାଯାଏ।’ ଆଉ ଜଣେ କହିଛନ୍ତି ଯେ ‘ଏହା ଅତ୍ୟନ୍ତ ଘୃଣ୍ୟ କାମ।’

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ