/odishatv-khabar/media/post_attachments/uploadimage/library/16_9/16_9_0/Auto_1683218834.jpg)
Auto
ବିଚ୍ ରାସ୍ତାରେ ଫୁଲ୍ ସ୍ପିଡ୍ରେ ଯାଉଥିଲା ଅଟୋ । ହଠାତ୍ ଗାଡି ପଙ୍କଚର ହୋଇଗଲା । ଏହାପରେ କଣ ହୋଇଥିବ ? ଆମେ ସମସ୍ତେ ଜାଣନ୍ତି ସ୍ପିଡ୍ରେ ଯାଉଥିବା ବେଳେ ଗାଡି ଚକା ପଙ୍କଚର ହୋଇଗଲେ ଗାଡି ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଥାଏ । ହେଲେ ଭାଇରାଲ ହେଉଥିବାର ଭିଡିଓ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଫୁଲ୍ ସ୍ପିଡରେ ଗାଡି ଯିବା ପରେ ମଧ୍ୟ ଦୁର୍ଘଟଣା ହେଉନି ବରଂ ଚଳନ୍ତା ଗାଡିର ଟାୟାର ଚେଞ୍ଜ ହେଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।
ରାସ୍ତା ଉପରେ ଏକ ଅଟୋ ଯାଉଛି, ହଠାତ୍ ଗାଡିଟି ପଙ୍କଚର ହୋଇଯାଉଛି । ଏହାପରେ ରାସ୍ତାରେ ଅଟୋ ଦୁଇ ଚକାରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ଅଟୋ ଭିତରୁ ବାହାରି ପଙ୍କଚର ଚକା ବାହାର କରୁଛନ୍ତି । ଆଉ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ ଅଟୋରୁ ଜଣେ ବାଳକଙ୍କ ଠାରୁ ଭଲ ଚକ ଆଣି ନିଜ ଅଟୋରେ ଲଗାଉଛନ୍ତି ଡ୍ରାଇଭର ଜଣକ । ଆଉ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
Changing a tire on the road pic.twitter.com/KLUq0iOb6e
— Skills (@finetraitt) April 24, 2023
ଭାଇରାଲ ହେଉଥିବା ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ । ଆଉ ଆପଣ ବି କହିବେ, ଏମିତି ଭୟାନକ ସ୍ଥିତିରେ ଡ୍ରାଇଭର ଜଣକ କେମିତି ଅଟୋର ଚକ ବଦଳାଉଛନ୍ତି? ହେଲେ ଡ୍ରାଇଭର କୌଣସି ବି ବିପଦକୁ ଖାତିର ନକରି ଚଳନ୍ତା ଗାଡିର ଟାୟାର ବଦଳାଇ ଦେଉଛନ୍ତି । ତେବେ ଭାଇରାଲ ଭିଡିଓ ଦେଖିବା ପରେ ଏମିତି ବିପଦପୂର୍ଣ୍ଣ କାମ ନକରିବାକୁ ୟୁଜର୍ସମାନେ କମେଣ୍ଟ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)