Boy falls 17th floor after parents take his phone and ipad
ଆଜିକାଲି ସ୍ମାର୍ଟଫୋନ୍ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଏହା ବିଶେଷତଃ ପିଲାମାନଙ୍କ ପାଇଁ ଜୀବନ ପାଲଟି ଯାଇଛି। ଆଜିକାଲି ପିଲାମାନେ ଏତେ ଜିଦିଆର ହୋଇଯାଇଛନ୍ତି ନିଜ ଇଛା ପୂରଣ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ବେଳେବେଳେ ଏପରିକି ସେମାନଙ୍କ ଜୀବନ ବିପଦରେ ପଡିବା ଉଦାହରଣ ରହିଛି।
ଏବେ ସୋସିଆଲ ମିଡିଆ ରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯେତେବେଳେ ବାପା ଫୋନ୍ ଏବଂ ଆଇପ୍ୟାଡ୍ ଛଡ଼ାଇ ନେଇଥିଲେ, ପିଲାଟି ଏତେ ରାଗିଗଲା ଯେ ସେ ୧୭ ମହଲାରୁ ଡେଇଁବାକୁ ପ୍ରସ୍ତୁତ ହୋଇଗଲା। ତା’ପରେ କ’ଣ ଦେଲା ଦେଖନ୍ତୁ…
ଅଧିକ ପଢ଼ନ୍ତୁ: ସ୍କୁଲରେ ଭିଡିଓ ଗେମ୍ ଖେଳୁଥିଲା ଛାତ୍ର, ଶିକ୍ଷୟିତ୍ରୀ ମନା କରିବାରୁ ମାରିଲା ପ୍ରବଳ ମାଡ଼
ଏହି ଭିଡିଓରୁ ଜଣାଯାଉଛି ଯେ ଏହା ସିଙ୍ଗାପୁରର। ଏହି ଘଟଣା କିଛି ଦିନ ପୂର୍ବରୁ ଘଟିଥିଲା ​​କିନ୍ତୁ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଆପଣ ଦେଖିପାରିବେ ଯେ ଗୋଟିଏ ଛୋଟ ପିଲା ଝରକା ବାହାରେ ବସିଛି। ଏଥିରୁ ଜଣାଯାଉଛି ଯେ ସେ ବର୍ତ୍ତମାନ ଡେଇଁବାକୁ ଯାଉଛି। ସେ ତା ବାପାମା’ଙ୍କୁ ଧମକ ଦେଉଛି ଯେ ଯଦି ଆଇଫୋନ୍ ଏବଂ ଆଇପ୍ୟାଡ୍ ତା ପାଖକୁ ନ ଆସେ ତେବେ ସେ ଡେଇଁ ଆତ୍ମହତ୍ୟା କରିବ।
ଖୁସିର କଥା ଯେ ବାପାମା’ ଏନେଇ ସତର୍କ ଥିଲେ। ସେ ତୁରନ୍ତ ଅଗ୍ନିଶମ ସେବାକୁ ଏ ବିଷୟରେ ସୂଚନା ଦେଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ସବୁ ବ୍ୟବସ୍ଥା ହୋଇଯାଇଥିଲା।
ଆପଣ ଏହି ଭିଡିଓରେ ଦେଖିପାରିବେ ଅସାବଧାନତାବଶତଃ ପିଲାଟି ସନ୍ତୁଳନ ହରାଇ ୧୭ ମହଲାରୁ ତଳକୁ ପାରା ଭଳି ଗଳିପଡେ। ଭାଗ୍ୟ ଭଲ ଏହା ପୂର୍ବରୁ ଅଗ୍ନିଶମ ଦଳ ତଳେ କୁଶନ ବିଛେଇ ଦେଇଥିଲେ। ପିଲାଟି ପଡିବା ବେଳେ ଲାଗୁଥିଲା ତା’ର ମୃତ୍ୟୁ ହୋଇପାରେ। କିନ୍ତୁ ଅଗ୍ନିଶମ ବିଭାଗ ସତର୍କ ଥିବାରୁ ସେ ଉଦ୍ଧାର ପାଇଗଲା।।
ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଦେଖାଯାଇଥିଲା ଯେ ତା’ର ହୃଦସ୍ପନ୍ଦନ ବଢିଯାଇଛି। ହୃଦଘାତ ହେବାର ଆଶଙ୍କା ଦେଖାଦେଇଥିଲା। ଦୁଇ ଦିନ ଡାକ୍ତରଖାନାରେ ରଖାଯିବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା।
ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୭.୮ ଲକ୍ଷରୁ ଅଧିକ ଥର ଦେଖାସରିଥିଲା। ହଜାର ହଜାର ଲୋକ ଏଥିରେ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678025514.jpg)