/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659765292.jpg)
Book an Uber cab on WhatsApp NOW!
ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର । ଏଣିକି ଏହି ସୋସିଆଲ୍ ମିଡ଼ିଆ ଆପରେ ୟୁଜର ବୁକ୍ କରିପାରିବେ କ୍ୟାବ୍ । ଭାରତରେ ଅଧିକାଂଶ ଲୋକ ହ୍ୱାଟ୍ସଆପ ବ୍ୟବହାର କରିଥାନ୍ତି । ଏମିତିକି କୋଟି କୋଟି ଲୋକ ଏହି ପ୍ଲାଟଫର୍ମକୁ ବ୍ୟବହାର କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି କ୍ୟାବ ବୁକିଂ କରିବା ପାଇଁ 'ଉବେର' କମ୍ପାନୀ- ହ୍ୱାଟ୍ସଆପ ସହ ହାତ ମିଳାଇଛି । ଫଳରେ ୟୁଜର୍ସ ହ୍ୱାଟ୍ସଆପ ମାଧ୍ୟମରେ କ୍ୟାବ୍ ବୁକ୍ କରିପାରିବେ ।
କେବେ ଆସିବ ଏହି ଫିଚର ?
ଆସନ୍ତା ଡିସେମ୍ୱର ମାସରୁ ହ୍ୱାଟ୍ସଆପରେ ଏହି ଫିଚର ଉପଲବ୍ଧ କରାଯିବ । ପୂର୍ବରୁ ଲକ୍ଷ୍ନୌରେ ଏହି ଟେଷ୍ଟ କରାଯାଇଥିଲା। ଯାହା ସଫଳତାର ସହ ପରୀକ୍ଷଣ କରାଯାଇଛି । ଦିଲ୍ଲୀ ଏନସିଆର୍ ବାସୀଙ୍କୁ ଏହି ଫିଚର ଏହି ସପ୍ତାହରେ ହିଁ ମିଳିଯିବ । ଏହା ଦ୍ୱାରା ଲୋକେ ଅତି ସହଜରେ କ୍ୟାବ୍ ବୁକ୍ କରିପାରିବେ । ଏହି ସେବା ଉଭୟ ହିନ୍ଦୀ ଓ ଇଂରାଜୀରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା କିପରି ହ୍ୱାଟ୍ସଆପରେ କ୍ୟାବ୍ ବୁକ୍ କରିପାରିବେ...
କିପରି କରିବେ କ୍ୟାବ୍ ବୁକ୍ ?
ହ୍ୱାଟ୍ସଆପର ଏହି ନୂଆ ସେବାର ଉପଭୋଗ କରିବାକୁ ଚାହୁଁଥିବା ୟୁଜର ଉବେରର ବିଜନେସ୍ ହ୍ୱାଟ୍ସଆପ ନଂରେ 'HI' ସେଣ୍ଟ୍ କରିବାକୁ ପଡିବ । ଯାହା ପରେ ଇଚ୍ଛା ଅନୁଯାୟୀ ଭାଷା ଚୟନ କରିପାରିବେ । ଯାହା ପରେ ଚାର୍ଟବକ୍ସରେ ଏକ ବିକଳ୍ପ ଲୋକେସନ୍ ଉପଲବ୍ଧ ହେବ । ସେଥିରେ ୟୁଜର୍ସଙ୍କୁ ତାଙ୍କ ଲୋକେସନ୍ ସମେତ ଡ୍ରପ୍ ଲୋକେସନ୍ ଶେୟାର କରିବେ ।
ଲୋକେସନ୍ ଶେୟାର କରିବା ପରେ ୟୁଜର୍ସଙ୍କ ରେଜିଷ୍ଟର ନଂକୁ ଏକ OTP ଆସିବ । ସେହି OTPକୁ ଚାର୍ଟବକ୍ସରେ ଲେଖିବେ । OTP କନଫର୍ମ କରିବା ପରେ ଯାତ୍ରାର ଅପସନ୍ ଚୟନ କରିବାକୁ ପଡିବ । ଏହାସହ ଯାତ୍ରା ବିବରଣୀ ବିଷୟରେ ଏଡିଟ୍(edit), କ୍ୟାନ୍ସଲ୍(cancel) କିମ୍ୱା କନଫର୍ମ(conform) ଅପସନ୍ ଆସିବ । ଏହି ସବୁ ବିବରଣୀକୁ କନଫର୍ମ କରିବା ପରେ ୟୁଜରଙ୍କୁ କ୍ୟାବ୍ ଓ ଡ୍ରାଇଭରର ସମସ୍ତ ତଥ୍ୟ ମିଳିଯିବ ।
ଏହା ଦ୍ୱାରା ୟୁଜର୍ସଙ୍କୁ କେଉଁ ଫାଇଦା ମିଳିବ ?
ଏହି ସେବା ଅତି ସହଜ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୟାବ୍ ବୁକ୍ ପାଇଁ ୟୁଜରଙ୍କୁ ଅନ୍ୟ କୌଣସି ଆପ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ । ଏହି ସେବା ଦ୍ୱାରା ୟୁଜର କାର୍ ସମେତ ଅଟୋ ଓ ବାଇକ୍ ମଧ୍ୟ ବୁକ୍ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)