/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676186652.jpg)
Bread Packet Ordered From App
ଅନଲାଇନ୍ ମାଧ୍ୟମରେ ଆପଣ ଖାଦ୍ୟ ଆର୍ଡର କରୁଛନ୍ତି କି ? ଆପଣ ଅର୍ଡର କରୁଥିବା ଖାଦ୍ୟ କେତେ ସୁରକ୍ଷିତ ? ଆପଣ ନିଶ୍ଚୟ କିଛି ନା କିଛି ଖାଦ୍ୟ ଅନଲାଇନ୍ ମଧ୍ୟମରେ ଅର୍ଡର କରୁଥିବେ । ବେଳେବେଳେ କିଛି ଖାଦ୍ୟ ନିମ୍ନ ମାନର ହୋଇଥିବ ନେଇ ରେଟିଂ ମଧ୍ୟ ଦେଇଥିବେ । ହେଲେ ଆପଣ କେବେ ଭାବିଛନ୍ତି ? ଆପଣ ମଗାଇଥିବା ଖାଦ୍ୟରେ ଯଦି ଜୀଅନ୍ତା ଚୁଚୁନ୍ଦ୍ରା ଆସେ ତେବେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ ।
ଆଜ୍ଞା ହାଁ ନିକଟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି । ଜଣେ ଗ୍ରାହକ ଅନଲାଇନ୍ ମଧ୍ୟମରେ ବ୍ରେଡ୍ ମଗାଇଥିବା ବେଳେ ତାଙ୍କ ନିକଟକୁ ବ୍ରେଡ୍ ସହ ଏକ ଚୁଚୁନ୍ଦ୍ରା ଆସିଥିବା ଦେଖିବାକୁ ମିଳିଛି । ଚୁଚୁନ୍ଦ୍ରାଟି ବ୍ରେଡ୍ ଜରି ଭିତରେ ଫଶି ରହିଛି । ଯାହାକୁ ନେଇ ବ୍ୟକ୍ତି ଜଣକ ଟ୍ୱିଟ୍ କରି କମ୍ପାନୀକୁ ଜବାବ ମାଗିଛନ୍ତି ।
ସୂଚନା ମୁତାବକ ଦରାସଲର ନିତିନ ଆରୋରା ନାମକ ଜଣେ ବ୍ୟକ୍ତି ଫେବୃୟାରୀ ୧ ତାରିଖରେ ଅନଲାଇନ୍ ମାଧ୍ୟମରେ ବ୍ରେଡ୍ ଅର୍ଡର କରିଥିଲେ । ଅର୍ଡର କରାଯାଇଥିବା ବ୍ରେଡ୍ ପ୍ୟାକେଟ ଭିତରେ ଏକ ଜୀଅନ୍ତା ଚୁଚୁନ୍ଦ୍ରା ଥିବା ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ନିତିନ ରାଗିଯିବା ସହ ବ୍ରେଡ୍ ପ୍ୟାକେଟ୍ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ନିତିନ ଘଟଣାର ଭିଡିଓ ଓ ଫଟୋ ପୋଷ୍ଟ କରିବା ସହ ନିଜର କ୍ଷୋଭକୁ ଭିଡିଓଟିର କ୍ୟାପସନରେ ଲେଖିଥିଲେ ।
ମାତ୍ର ୧୦ ମିନିଟର ଅର୍ଡରରେ ଏମିତି ଜିନିଷ ଆସିଛି । ଏମିତି ଜିନିଷ ନେବା ପାଇଁ କିଛି ଘଣ୍ଟା ଅପେକ୍ଷା କରିବାକୁ ପସନ୍ଦ କରିବି ବୋଲି କ୍ଷୋଭରେ କହିବା ସହ କମ୍ପାନୀକୁ ଟ୍ୟାଗ୍ ମଧ୍ୟ ନିତିନ କରିଥିଲେ ।
ନିତିନଙ୍କ ଏହି ଟ୍ୱିଟ୍ ଭାଇରାଲ ହେବା ପରେ କମ୍ପାନୀ ପକ୍ଷରୁ ମଧ୍ୟ ଉତ୍ତର ଦିଆଯାଇଥିଲା । କମ୍ପାନୀ ପକ୍ଷରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଥିବା ବେଳେ ନିତିନଙ୍କୁ ତାଙ୍କ ଫୋନ୍ ନମ୍ବର ଏବଂ ଅର୍ଡର ବିବରଣୀ ମଗାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)