/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704881244.jpg)
Delivery Boy
ବ୍ୟସ୍ତ ବହୁଳ ସହର ବେଙ୍ଗାଲୁରୁରେ ପ୍ରତିଦିନ କିଛି ନା କିଛି ଅଜବ ଗଜବ ଘଟଣା ଦେଖିବାକୁ ମିଳେ । ଯାହାକି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗେ । ଫୁଡ୍ ଡେଲିଭରି ବୟଙ୍କୁ ନେଇ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ନିକଟରେ ଜଣେ ଡେଲିଭରି ବୟ ଘୋଡ଼ାରେ ବସି ଫୁଡ୍ ଡେଲିଭରି କରିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଡେଲିଭରି ବୟର ଫଟୋ ଭାଇରାଲ ହେଉଛି । ଯାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରକୃତରେ ଏହି ଡେଲିଭରି ବୟ କାହା ପାଇଁ କାମ କରୁଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ଫୁଡ୍ ଡେଲିଭରି ବୟ ଯିଏକି ଦୁଇଟି ଭିନ୍ନ କମ୍ପାନୀର ଲୋଗୋରେ ଖାଦ୍ୟ ଡେଲିଭରି କରୁଛନ୍ତି । ଅର୍ଥାତ ସେ ଗଞ୍ଜିଟି ସ୍ୱିଗିର ପିନ୍ଧିଥିବା ବେଳେ କାନ୍ଧରେ ପକାଇଥିବା ବ୍ୟାଗ୍ଟି ଜୋମାଟୋର । ଏବେ ପ୍ରଶ୍ନ ଉଠୁଛି ସେ କେଉଁ କମ୍ପାନୀ ପାଇଁ କାମ କରୁଛନ୍ତି । ଏହାକୁ ମଞ୍ଜୁ ନାମକ ଜଣେ ମହିଳା ନିଜ ଏକ୍ସ ପେଜ୍ରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ‘ଏଥିପାଇଁ ମୁଁ ବେଙ୍ଗାଲୁରୁ ସହରକୁ ଭଲ ପାଏ..ଏହା ମୋର ବେଙ୍ଗାଲୁରୁର ବ୍ୟସ୍ତ ମୁହୂର୍ତ୍ତ’ ।
ମଞ୍ଜୁ କହିବା କାରଣ ହେଉଛି, ବେଙ୍ଗାଲୁରୁରେ ପ୍ରତିଦିନ ନୂଆ ନୂଆ କମ୍ପାନୀ ଆରମ୍ଭ ହେବାରେ ଲାଗିଛି । ତେବେ ଡେଲିଭରି ବୟ ଜଣକ ଭିନ୍ନ କମ୍ପାନୀର ଲୋଗୋରେ ଖାଦ୍ୟ ଡେଲିଭରି କରୁଥିବାରୁ ସେ ମଧ୍ୟ ନିଜର ଏକ ନୂଆ କମ୍ପାନୀ ଆରମ୍ଭ କଲେ କି ବୋଲି ପ୍ରଶ୍ନ କରିଛନ୍ତି ।
ବସନ୍ତରେ ଫୁଲ ଫୁଟିବା ଆଗରୁ ବେଙ୍ଗାଲୁରୁ ନୂଆ କମ୍ପାନୀ ଆରମ୍ଭ ହୋଇଯାଏ । ସେଠାକାର ଲୋକ ଏତେ ବ୍ୟସ୍ତ ଯେ, କେତେବେଳେ କଣ କରନ୍ତି, ଜାଣିପାରନ୍ତି ନାହିଁ । କେତେବେଳେ ସକାଳୁ ସଞ୍ଜ ହୋଇଯାଏ, ଜଣାପଡ଼େନି । ବେଙ୍ଗାଲୁରୁ ଆଇଟି ସହର ପାଇଁ ବେଶ୍ ପରିଚିତ । କାହିଁକି ନା ବଡ଼ ବଡ଼ ଆଇଟି କମ୍ପାନୀ ଏଠି ପ୍ରତିଷ୍ଠିତ । ଦେଶ, ବିଦେଶରୁ ଅନେକ ଯୁବପିଢ଼ି ଏଠାରେ କାମ କରିବାକୁ ସୁଅ ଭଳି ଛୁଟି ଆସନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)