• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ‘ଉପରବାଲା ଜବ ଭି ଦେତା ହେ ଛପର ଫାଡ଼ କେ ଦେତା ହେ’ । ନିଜ ଚାରି ପାଖରେ ଏମିତି ଅନେକ ଉଦାହରଣ ଆପଣ ଦେଖିଥିବେ । ଆଜି ଯିଏ ଗରିବ କାଲି ସିଏ ଧନୀ । ଆଜି ଜଣେ ଦୁଆର ଦୁଆର ବୁଲି ଚାକିରି ଖୋଜୁଛି କିନ୍ତୁ ତାକୁ ମିଳୁନି । ହଠାତ୍ ଏମିତି ବି ସମୟ ଆସିପାରେ ସେହି ଲୋକ ଅନ୍ୟମାନଙ୍କୁ ଚାକିରି ଦେଇପାରେ । ତେଣୁ କାହା ଭାଗ୍ୟରେ କ’ଣ ଅଛି ତାହା ଆକଳନ କରିବା ଅସମ୍ଭବ ।

ଆଉ ସବୁଠାରୁ ବଡ଼ କଥା ହେଲା କାହାକୁ କେବେ ବି ଆମେ ହୀନ ଚକ୍ଷୁରେ ଦେଖିବା ନାହିଁ, କିମ୍ବା କାହାର ପରିସ୍ଥିତିକୁ ତାତ୍ସଲ୍ୟ କରିବା ନାହିଁ । ସମୟ ସବୁବେଳେ ସମାନ ନଥାଏ । କେଉଁ ମୁହୁର୍ତ୍ତରେ ବି ବଦଳିପାରେ ଭାଗ୍ୟ । ଠିକ୍‌ ସେମିତି ଜଣେ ଶ୍ରମିକଙ୍କ ଅଚାନକ ବଦଳିଗଲା ଭାଗ୍ୟ । ଆସିଲା ପୁଳା ପୁଳା ଟଙ୍କା । 

କେରଳର ଜଣେ ଶ୍ରମିକଙ୍କ ଭାଗ୍ୟରେ ଫିଟିଛି ଲଟେରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରକେ ୭୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି । ଲଟେରୀ ଲାଗିବା ପରେ ସେ ନିଜକୁ ଅସୁରକ୍ଷିତ ମଣିଛନ୍ତି, ଆଉ ତୁରନ୍ତ ଯାଇ ସ୍ଥାନୀୟ ମୁଭାତୁପୁଝା ପୋଲିସର ସାହାରା ନେଇଛନ୍ତି । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି । ପଶ୍ଚିମବଙ୍ଗର ମୂଳ ବାସିଦା ହେଉଛନ୍ତି ଏସ୍‌କେ ବାଦେଶ । ସେ କେରଳରେ ରହି ଶ୍ରମିକ ଭାବେ କାମ କରନ୍ତି । କେରଳ ସରକାରଙ୍କ ସ୍ତ୍ରୀ ଶକ୍ତି ଲଟେରୀ ବିଜେତା ହେବା ପରେ ତାଙ୍କ ଭାଗ୍ୟ ଏବେ ବଦଳିଯାଇଛି ।

ଏସ୍‌କେ ବାଦେଶଙ୍କୁ ଲଟେରୀ ଟଙ୍କା ପାଇବାର କୌଣସି ପ୍ରକ୍ରୟା ଜଣାନଥିଲା । ଏହାସହ ତାଙ୍କର ଭୟ ମଧ୍ୟ ରହିଥିଲା ଯେ, କାଳେ ତାଙ୍କଠାରୁ କେହି ଲଟେରୀ ଟିକଟ ଛଡ଼ାଇନେବେ । ଏଥିପାଇଁ ସେ ପ୍ରଥମେ ପୋଲିସ ପାଖକୁ ଧାଇଁ ଯାଇଥିଲେ । ମୁଭାତୁପୁଝା ପୋଲିସ ତାଙ୍କୁ ସବୁ ପ୍ରକ୍ରିୟା ବିଷୟରେ ଟିକିନିଖି କରି ବୁଝାଇଥିଲା । ଏହାସହ ବାଦେଶଙ୍କୁ ପୋଲିସ ସୁରକ୍ଷା ମଧ୍ୟ ଦେଲା ।

ଏସ୍‌କେ ବାଦେଶ ପୂର୍ବରୁ ମଧ୍ୟ ଅନେକ ଥର ଲଟେରୀ ଟିକଟ କିଣି ନିଜ ଭାଗ୍ୟ ପରୀକ୍ଷା କରିସାରିଛନ୍ତି । କିନ୍ତୁ କେବେ ବି ତାଙ୍କର ଲଟେରୀ ଫିଟିନଥିଲା । ଏଥର ତାଙ୍କର ଲଟେରୀ ଫିଟିଥିବା ଜାଣିବା ପରେ ସେ ଦୁଲ୍‌ କି ତଳେ ବସିପଡ଼ିଲେ । ଆଉ ନିଜକୁ ବିଶ୍ୱାସ କରିପାରିଲେ ନାହିଁ ।

ବାଦେଶ ଚୋଟାନିକାରା ଏର୍ଣ୍ଣାକୁଲମ ରାସ୍ତା କାମ କରୁଥିବା ବେଳେ ଲଟେରୀ ଟିକଟ କିଣିଥିଲେ । ସେ ଖୁବ୍‌ କମ୍‌ ଦିନ ହେବ କେରଳରେ ରହି କାମ କରୁଛନ୍ତି । ମାଲାୟଲମ ଭାଷା ସହ ସେ ଜମାରୁ ଅଭ୍ୟସ୍ତ ନୁହଁନ୍ତି । ତେଣୁ ସବୁବେଳେ ତାଙ୍କ ବନ୍ଧୁ କୁମାରର ସହାଯ୍ୟ ନେଇଥାନ୍ତି ବାଦେଶ ।

ଲଟେରୀ ଲାଗିବା ପରେ ଏବେ ବାଦେଶ ନିଜ ଘର ପଶ୍ଚିମବଙ୍ଗକୁ ଫେରିବାର ଯୋଜନା କରିଛନ୍ତି । ଆଉ ଲଟେରୀ ଟଙ୍କାରେ ସେ ନିଜ ଘରର ମରାମତି କରିବେ । କାରଣ ତାଙ୍କର ଘର ଏବେ ଭାଙ୍ଗିରୁଜି ଯାଇଛି । ଖାଲି ସେତିକି ନୁହେଁ ଲଟେରୀ ଟଙ୍କା ପାଇବା ପରେ ସେ ଜମି କିଣି ଚାଷ କରିବେ ବୋଲି ମଧ୍ୟ ସ୍ଥିର କରିଛନ୍ତି ।