/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698514254.jpg)
bear attacks security guard inside resort
ଏକ ରିସୋର୍ଟର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଭାଲୁକୁ କିଛି ଦିନ ଖୋଜାଖୋଜି ପରେ ଧରି ହତ୍ୟା କରାଯାଇଛି। ଏହି ଦୁର୍ଘଟଣାଜନିତ ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭାଲୁ କିପରି ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ​​ତାହା ଦେଖିବାକୁ ମିଳିଛି।
ଏହି ଘଟଣା କଲୋରଡୋର St. Regis Aspen ରିସର୍ଟରେ ଘଟିଥିଲା। ଭିଡିଓରେ ଏକ ଭାଲୁ ସିକ୍ୟୁରିଟି ଗାର୍ଡଙ୍କୁ ଏକ ପଞ୍ଚ୍ ମାରୁଥିବା ଦେଖିବାକୁ ମିଳେ।
ରିପୋର୍ଟ ଅନୁଯାୟୀ, କଲରାଡୋ ପାର୍କ ଏବଂ ୱାଇଲ୍ଡ ଲାଇଫ୍ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛି ଯେ ହୋଟେଲରେ ଭାଲୁ ପଶିବାର ଖବର ପାଇବା ପରେ ଜଣେ ସୁରକ୍ଷାକର୍ମୀ ରୋଷେଇ ଘରକୁ ଯାଇ ଭାଲୁକୁ ସାମ୍ନା କରିଥିଲେ। ଏହି ସମୟରେ ଭାଲୁ ପଛ ଗୋଡରେ ଠିଆ ହୋଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁ ସୁରକ୍ଷାକର୍ମୀଙ୍କୁ ଏମିତି ଏକ ପଞ୍ଚ୍ ମାରିଥିଲା ଯେ ସେ ଛିଟିକି ପଡିଥିଲେ।
ଭାଲୁର ଏହି ଆକ୍ରମଣରେ ସୁରକ୍ଷାକର୍ମୀ ଜଣଙ୍କର ସେମିତି କିଛି କ୍ଷତି ହୋଇନାହିଁ। ସେ ଭାଲୁର ଆକ୍ରମଣରୁ ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଏହା ପରେ ସେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଫୋନ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କ ପିଠିରେ ହୋଇଥିବା କ୍ଷତର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା।
This CCTV captures the moment a bear attacked a security guard in a hotel kitchen in Colorado.
Colorado Parks and Wildlife said that the bear was euthanised following the attack.https://t.co/C3AamD1tuKpic.twitter.com/httNJFPDdo
— Sky News (@SkyNews) October 27, 2023
ଯେତେବେଳେ ବନ୍ୟପ୍ରାଣୀ ଅଧିକାରୀମାନେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ଭାଲୁକୁ ଖୋଜିବା ଆରମ୍ଭ କଲେ। ପରଦିନ ସକାଳେ ସେମାନେ ତା ବିଷୟରେ ଜାଣିବାକୁ ପାଇଲେ କିନ୍ତୁ ଜନସାଧାରଣଙ୍କ ସୁରକ୍ଷା କାରଣରୁ ସେମାନେ ତାକୁ ଧରିବାରେ ଏବଂ ଚେତାଶୂନ୍ୟ କରିବାରେ ବିଫଳ ହୋଇଥିଲେ।
ସେମାନେ ଶେଷରେ ପାର୍କରେ ଭାଲୁକୁ ଘେରାଉ କରିବାରେ ସଫଳ ହେଲେ। ପରେ ବନ୍ୟପ୍ରାଣୀ କର୍ମଚାରୀମାନେ ଭାଲୁକୁ ସେହି ସ୍ଥାନରୁ ଦୂରକୁ ନେଇଯାଇଥିଲେ ଏବଂ ଏହାକୁ ସିପିଡବ୍ଲ୍ୟୁ ନୀୟମ ଅନୁଯାୟୀ ଭାଲୁ ହତ୍ୟା କରାଯାଇଥିବା ଏଜେନ୍ସି କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)