• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସିଙ୍ଗଡ଼ା ଖାଇଲେ ମିଳିବ ୭୧ ହଜାର ଟଙ୍କାର ପୁରସ୍କାର । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ...କେହି କେହି ଏହାକୁ ମିଛ ବୋଲି ଭାବୁଥିବେ । ଆଉ କହୁଥିବେ ସିଙ୍ଗଡାର ଦାମ୍‌ ବେଶୀରୁ ବେଶୀ ୧୦ କି ୨୦ ହୋଇଥିବ । ଆଉ ତାହାକୁ ଖାଇଦେଲେ କିଏ ୭୧ ହଜାର ଦେବ ? କାହିଁକି ବା ଦେ ବ? କଥାଟା ହୁଏତ ଆପଣଙ୍କୁ ମିଛ ଲାଗୁଥିବ କିନ୍ତୁ କଥାଟା ପୂରା ସତ ।

ଉତ୍ତରପ୍ରଦେଶ ମେରଟରେ ବର୍ତ୍ତମାନ ‘ବାହୁବଳି’ ସିଙ୍ଗଡ଼ାଙ୍କୁ ନେଇ ଭାରି ଚର୍ଚ୍ଚା । କାରଣ ଏହି ସିଙ୍ଗଡାକୁ ନେଇ ଅନେକ ବାଜି ବି ଲଗାଯାଉଛି । ଆଳୁ, ମଟର, ମସଲା, ପନିରରୁ ତିଆରି ଏହି ସିଙ୍ଗଡ଼ା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବି ପାଲଟିଛି । କାରଣ ଇଏ ସାଧାରଣ ସିଙ୍ଗଡା ନୁହେଁ ବରଂ ବାହୁବଳି ସିଙ୍ଗଡା । ଦେଖିବାକୁ ଯେତିକି ଆକର୍ଷଣୀୟ, ଖାଇବାକୁ ସେତିକି ସ୍ୱାଦିଷ୍ଟ । ଓଜନ ଜାଣିବା ପରେ ତ ଆପଣଙ୍କର ଉଡିଯିବ ହୋସ୍‌ । କାରଣ ୧୦୦ କି ୨୦୦ ନୁହେଁ ବରଂ ପୂରା ୧୨ କିଲିଆ ହେଉଛି ସିଙ୍ଗଡ଼ା ।

୧୨ କିଲୋର ସିଙ୍ଗଡାକୁ ଯିଏ ୩୦ ମିନିଟ୍‌ରେ ପୂରା ଖାଇଦେବ ତାଙ୍କୁ ସାଙ୍ଗେ ସାଙ୍ଗେ ନଗଦ ଆକାରରେ ୭୧ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ଦୋକାନୀ ମାଲିକ ଶୁଭମ୍ କୌଶଳ । ଜାଣି ଆଶ୍ଚର୍ଯ୍ୟ ହେବେ କି, ଲୋକମାନେ ଜନ୍ମଦିନରେ କେକ୍‌ କାଟିବା ବଦଳରେ ଏବେ ସିଙ୍ଗଡା କାଟିବାକୁ ପସନ୍ଦ କରୁଛନ୍ତି । ଆଉ ଏହି ସିଙ୍ଗଡା ତିଆରି କରିବାକୁ ପୂରା ୬ ଘଂଟା ସମୟ ଲାଗୁଥିବାରୁ ପୂର୍ବରୁ ଅର୍ଡର ଦେଲେ ହିଁ ଏହା ତିଆରି କରାଯାଉଥିବା କହିଛନ୍ତି ଦୋକାନୀ ।

ଖାଲି ଏତିକି ନୁହେଁ ବରଂ ଏହି ୧୨ କିଲିଆ ସିଙ୍ଗଡା ତିଆରି କରିବାକୁ ପ୍ରାୟ ୧୫୦୦ ଟଙ୍କା ଖର୍ଚ୍ଚ ହେଉଛି । ଏଯାଏଁ ଏମିତି ସିଙ୍ଗଡା ନେବାକୁ ପ୍ରାୟ ୪୦ ଅର୍ଡର ଆସିଥିବା ଦୋକାନୀଙ୍କ ପକ୍ଷରୁ କୁହାଯାଇଛି । ହେଲେ ସୋସିଆଲ ମିଡିଆରେ ଏହି ସିଙ୍ଗଡାକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା ।