Advertisment

Viral Video: କୁନି ହାତୀକୁ ଖୁଆଇଦେଲେ ତରଭୁଜ, ହାତୀ-ମଣିଷ ସମ୍ପର୍କର ନିଆରା ଦୃଶ୍ୟ

ସୋସିଆଲ ମିଡିଆରେ ଭାଇରାଲ ହେଉଛି କୁନି ହାତୀର ଭିଡିଓ । ରାସ୍ତାକଡ଼ରେ ଛିଡା ହୋଇ ତରଭୁଜ ଖାଇବାକୁ ମାଗୁଛି । କୁନି ହାତୀର ଏହି ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି । ଆଉ ଦୋକାନୀ ମଧ୍ୟ ତିଳେ ମାତ୍ର କୁଣ୍ଠାବୋଧ ନକରି ତାକୁ ତରଭୁଜ ଖୁଆଇ ଦେଉଛନ୍ତି ।

ଅଦ୍ୟତନ ହୋଇଛି
Baby elephant

Baby elephant

Advertisment

ସୋସିଆଲ ମିଡିଆରେ ଆଜିକାଲି ଅନେକ ଭିଡିଓ ଭାଇରାଲ ହେଉଛି । ସେଥି ମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏମିତି ଏକ ଭିଡିଓ ଏବେ ଟ୍ରେଣ୍ଡରେ ରହିଛି, ଯାହା ଆପଣଙ୍କ ମନକୁ ଛୁଇଁବ ନିଶ୍ଚୟ । ପାଖାପାଖି ୨.୯ ମିଲିୟନ ୟୁଜର୍ସ ଏହାକୁ ଦେଖିସାରିଥିବାବେଳେ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି । 

Advertisment

ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଏକ କୁନି ହାତୀ ଆସି ଜଣେ ଦୋକାନୀଙ୍କୁ ତରଭୁଜ ଖାଇବାକୁ ମାଗୁଛି । କଥା କହିପାରୁନି ସିନା, ହେଲେ ତାର ମାଗିବାର ଅନ୍ଦାଜ ଯେକେହି ବି ଦେଖିଲେ ଖୁସି ହୋଇଯିବେ । ଆଉ ସେଠାରେ ଉପସ୍ଥିତ ଥିବା ମହିଳା ଜଣଙ୍କ ତିଳେ ମାତ୍ର କୁଣ୍ଠାବୋଧ ନକରି ଖୁସିରେ ତା ପାଟିକୁ ବଢାଇ ଦେଉଛନ୍ତି କଟା ତରଭୁଜ । କୁନି ହାତୀଟି ମଧ୍ୟ ଖୁସିର ସହକାରେ ଏହାକୁ ଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

 ମୁଖ୍ୟତଃ ବନ୍ୟଜନ୍ତୁଙ୍କୁ ନେଇ ମନରେ ଭୟ ରହିଥାଏ । କାରଣ ସେମାନଙ୍କ ହିଂସା ଆଚରଣ ଜୀବନ ନେଇପାରେ । ହେଲେ ଏହି ଭିଡିଓରେ ରାସ୍ତାକଡ଼ରେ ଛିଡା ହୋଇଥିବା ହାତୀ ଛୁଆଟି ବନ୍ୟଜନ୍ତୁ ନୁହେଁ, ବରଂ ପୋଷା ହାତୀ ପରି ତରଭୁଜ ମାଗୁଥିବା ଦୃଶ୍ୟ ସମସ୍ତଙ୍କୁ ପସନ୍ଦ ଆସିଛି । 

Advertisment

ଅଧିକ ପଢନ୍ତୁ: ଅପେରସନ ଥିଏଟରରୁ ଡାକ୍ତରଙ୍କ ରିଲ୍ସ ଭାଇରାଲ,ଲୋକେ କହିଲେ...

Elephant Viral Video Baby Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ