Advertisment

Social Media Ban: ଐତିହାସିକ ଆଇନ୍ ! TikTok, Insta, X, SnapChat ବ୍ୟବହାରକୁ ନା...

୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା ।

Social Media Ban

ପିଲାଙ୍କୁ ମନା ସୋସିଆଲ ମିଡିଆ

Advertisment

ଅଷ୍ଟ୍ରେଲିଆରେ ଐତିହାସିକ ଆଇନ୍ । ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋଶାଲ ମିଡିଆ ମନା। ଗତକାଲି ଅଷ୍ଟ୍ରେଲିଆ ସରକାରଙ୍କ ପାର୍ଲମେଣ୍ଟରେ କିଶୋରମାନଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏଭଳି ଏକ ବିଲକୁ ଅନୁମୋଦନ 
ମିଳିଛି। ଏହି ବିଲରେ କିଶୋରମାନେ ଟିକଟକ, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଓ ଏକ୍ସ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ ବୋଲି ପ୍ରାବଧାନ ରହିଛି।

Advertisment

୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଆଉ ଏଭଳି ସୁଯୋଗ ମିଳିପାରିବନି। ଯଦି କୌଣସି ସୋଶାଲ ମିଡିଆ କମ୍ପାନୀ ଏ ସମ୍ପର୍କୀତ ଆଇନକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା କଷିବାକୁ  ଆଇନରେ ବ୍ୟବସ୍ଥା ରହିଛି। ଏଭଳି ଆଇନ୍ ଦେଶରେ ଯୁବ ଓ କିଶୋରମାନଙ୍କ ହେଉଥିବା କ୍ଷତିକୁ ରୋକିପାରିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ କହିଛନ୍ତି।

ଏହାସହ ପଢ଼ନ୍ତୁ: ଟଙ୍କା ଦେବେ କହି, ଖାଲି କରି ଦେଉଛନ୍ତି ଆକାଉଣ୍ଟ !

ସେପଟେ ବିଶ୍ୱର ସବୁଠୁ କଠିନ ଆଇନ୍ କୁହାଯାଉଥିବା ଏହି ଆଇନକୁ ଆଗକୁ କିଭଳି କାର୍ଯ୍ୟକାରୀ ହେଉଛି, ତା ଉପରେ ସାରା ବିଶ୍ୱର ନଜର ରହିଛି।

Advertisment

ଏହାପୂର୍ବରୁ ଚାଇନାରେ ଛୋଟ ପିଲାଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଥିଲା। ୨୦୨୧ରୁ ଚାଇନା ନିୟମ ପ୍ରଣୟନ କରିଛି ଯେ ୧୪ ବର୍ଷରୁ କମ ବୟସ୍କମାନେ ଦିନକ ମଧ୍ୟରେ ୪୦ ମିନିଟରୁ ଅଧିକ ସମୟ Douyinକୁ ବ୍ୟବହାର କରିପାରିବେ ନାହିଁ। Douyin ହେଉଛି ଚାଇନାର ଟିକଟକ ଭର୍ସନ। ସେହିପରି ପିଲାମାନଙ୍କ ପାଇଁ ଅନଲାଇନ ଗେମ ଉପରେ ମଧ୍ୟ କଟକଣା ରହିଛି। ହେଲେ ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଭାବେ ଛୋଟ ପିଲାଙ୍କ ପାଇଁ ସୋଶାଲ ମିଡିଆର ବ୍ୟବହାର ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇବାକୁ ଯାଉଛି।

ସୋଶାଲ ମିଡିଆ ସର୍ବନିମ୍ନ ବୟସ ବିଲକୁ ଅଷ୍ଟ୍ରେଲିଆର ଅଧିକାଂଶ ସାଂସଦ ସମର୍ଥନ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ସଦସ୍ୟ ସୋଶାଲ ମିଡିଆର ବ୍ୟବହାର ଉପରେ କଟକଣା ଲଗାଇବାକୁ ଦାବି କରି ଆସୁଥିଲେ। ସୋଶାଲ ମିଡିଆରେ ଆସୁଥିବା କଣ୍ଟେଣ୍ଟ ପିଲାମାନଙ୍କ ମାନସିକତା ଉପରେ ଖରାପ ପ୍ରଭାବ ପକାଉଥିବା ସେମାନେ ଯୁକ୍ତି କରିଥିଲେ। ଏବେ ଏହି ବିଲ୍‌ ପାସ ହୋଇଥିଲେ ହେଁ ଅଷ୍ଟ୍ରେଲିଆରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଏହି ନିୟମର ଟ୍ରାଏଲ ପ୍ରକ୍ରିୟା ଜାନୁଆରୀ ମାସରୁ ଆରମ୍ଭ ହେବ। ବର୍ଷକ ମଧ୍ୟରେ ପୂରା ଦେଶରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ କେମିତି ଜଣେ ୧୬ ବର୍ଷର ପିଲା ଆକାଉଣ୍ଟ ଖୋଲିବାକୁ ଚେଷ୍ଟା କରୁଛନ୍ତି, ସେକଥା ଜାଣିବେ ସେସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ମିଳିନାହିଁ। ସମ୍ଭବତଃ ଏନେଇ ନୂଆ ଗାଇଡଲାଇନ ଜାରି କରାଯିବ କିମ୍ବା ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ନିଜ ଆଡ଼ୁ ଏନେଇ ନିୟମ ପ୍ରଣୟନ କରିବେ।

ଏହାସହ ପଢ଼ନ୍ତୁ: ଆରମ୍ଭ ଶୁଭଙ୍କର, ମୋହନଙ୍କ ପାଇଁ ଆଗକୁ ପଥ ବହୁ ଦୂର

Australia TikTok
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ