• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୋସିଆଲ ମିଡିଆରେ ଭାଇରାଲ ହେଉଛି ହାତୀ ଆକ୍ରମଣର ଛାତିଥରା ଭିଡିଓ । ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ଦନ୍ତାହାତୀ ସହର ଭିତରକୁ ପଶିଆସୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ବରଂ ହାତୀଟି ଖୁବ୍‌ ଜୋର୍‌ରେ ରାଗିଯାଇ ଲୋକମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ।

ହାତୀଟି ବହୁତ ଶୀଘ୍ର ଲୋକଙ୍କ ନିକଟକୁ ଦୌଡ଼ି ଆସୁଛି । ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ହାତୀର ଭୟରେ କିଛି ଲୋକ ନିଜର ଗାଡ଼ି ଧରି ସେହି ସ୍ଥାନ ଛାଡ଼ି ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ କିଛି ଲୋକ ନିଜର ଜୀବନ ବଞ୍ଚାଇବାକୁ ଗୋଟିଏ ଦୋକାନ ଭିତରେ ପଶିଯିବାକୁ ଚେଷ୍ଟା କରୁଛନ୍ତି ।

ଦୋକାନଟି ଭିତରେ ଅନେକ ଲୋକ ପଶିଯାଇଥିବା ବେଳେ କିଛି ଲୋକ ଦୋକାନ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖାଯାଇଛି । ହେଲେ ସୌଭାଗ୍ୟବଶତଃ ହାତୀଟି ଦୋକାନ ସମ୍ମୁଖରେ ଥିବା ଗୋଟିଏ ସ୍କୁଟର ଓ ଗୋଟିଏ ସାଇକେଲକୁ ରାଗରେ ତଳେ ପକାଇଦେଇ ସେଠାରୁ ଚାଲିଯାଉଛି । ଫଳରେ ଲୋକମାନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଉଛି ।

ସମ୍ପୂର୍ଣ୍ଣ ଘଟଣାଟିର ଭିଡିଓ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ବୋଲି ଜଣାପଡ଼ିଛି । ଭାଇରାଲ ହେଉଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ଓ ୨ଶହରୁ ଅଧିକ ଦର୍ଶକ ସେମାନଙ୍କ ମତାମତ ଦେଇଛନ୍ତି ।