Advertisment

କାଳ ହେଲା ସାପ ସହ ସେଲ୍‌ଫି...ଗୋଟିଏ ଚୋଟରେ ଚାଲିଗଲା ସେଲ୍‌ଫି ମ୍ୟାନ୍‌ଙ୍କ ଜୀବନ

କଣ୍ଡୁକୁର ସହରରେ ଏକ ଫଳରସ ଦୋକାନ କରି ମଣିକଣ୍ଠ ନାମକ ଯୁବକ ପରିବାର ଚଳାନ୍ତି । ତେବେ ତାଙ୍କର ନିଶା ହେଉଛି ସେଲ୍‌ଫି। ଏଥିପାଇଁ ତାଙ୍କୁ କେହି କେହି ସେଲ୍‌ଫି ମ୍ୟାନ୍ ବୋଲି ଡାକନ୍ତି।

ଅଦ୍ୟତନ ହୋଇଛି
Andhra Youth Dies After Selfie With Snake

Social Media

Advertisment

ଆଜିକାଲି ସେଲ୍‌ଫି ଏକ ସାଧାରଣ ଘଟଣା। କିଏ କେତେ ଢଙ୍ଗରେ ସେଲ୍‌ଫି ନେଉଛି, ତା’ର ହିସାବ ନାହିଁ। କିନ୍ତୁ ଟିକେ ଅସାବଧନତା କାରଣରୁ ଏହି ସେଲ୍‌ଫି ବେଳେବେଳେ ମୃତ୍ୟୁର କାରଣ ହେଉଛି । ନିକଟରେ ଆନ୍ଧ୍ରପ୍ରଦେଶର କଣ୍ଡୁକୁର ଅଞ୍ଚଳରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି, ଯେଉଁଠି ଜଣେ ଯୁବକର ଜୀବନ ଯାଇଛି ।

Advertisment

କଣ୍ଡୁକୁର ସହରରେ ଏକ ଫଳରସ ଦୋକାନ କରି ମଣିକଣ୍ଠ ନାମକ ଏହି ଯୁବକ ପରିବାର ଚଳାନ୍ତି। ତେବେ ତାଙ୍କର ନିଶା ହେଉଛି ସେଲ୍‌ଫି। ଏଥି ପାଇଁ ତାଙ୍କୁ କେହି କେହି ସେଲ୍‌ଫି ମ୍ୟାନ୍ ବୋଲି ଡାକନ୍ତି। ସେ ବି ଏଥିରେ ଉତ୍ସାହିତ ହୋଇ ନୂଆ ନୁଆ ସେଲ୍‌ଫି ଷ୍ଟାଇଲ୍‌ ଆପଣାନ୍ତି।

ଦିନକର ଘଟଣା। ଜଣେ ସାପ ଧରାଳୀ ତାଙ୍କ ଦୋକାନ ଆଗରେ ସାପଖେଳ ଦେଖାଉଥାଏ। କିଛି ସମୟ ଖେଳ ଦେଖିବା ପରେ ସେଲ୍‌ଫି ମ୍ୟାନ୍ ମଣିକଣ୍ଠଙ୍କ କ’ଣ ଇଚ୍ଛା ହେଲା କେଜାଣି ସେ ଦୋକାନ ତଳକୁ ଆସି ଗୋଟେ ସାପ ସହ ସେଲ୍‌ଫି ନେବାକୁ ଅନୁରୋଧ କଲେ।

Advertisment

ଅଧିକ ପଢ଼ନ୍ତୁ: ଘାଟି ରାସ୍ତାରେ କାର୍‌ ଅଟକାଇ ମାଙ୍କଡ଼ ସହ ସେଲ୍‌ଫି ନେଉଥିଲେ, ପାହାଡ଼ରୁ ଖସି ପଡ଼ିଲେ...

ମଣିକଣ୍ଠଙ୍କ ଅନୂରୋଧ ଶୁଣି ସାପ ଧରାଳୀ ପ୍ରଥମେ ଅନିଚ୍ଛା ପ୍ରକାଶ କରିଥିଲେ। ତେବେ ବାରମ୍ବାର ଅନୁରୋଧ ପରେ ସେଲ୍‌ଫି ପାଇଁ ଏକ ସାପକୁ ନେଇ ସାପ ଧରାଳୀ ଜଣଙ୍କ ମଣିକଣ୍ଠର ବେକରେ ଗଳେଇ ଦେଇଥିଲେ।

Advertisment

ତେବେ ସାପଟି ତଳେ ପଡ଼ିଯିବା ପରେ ମଣିକଣ୍ଠ ଟିକେ ତରବର ହୋଇ ସାପକୁ ତଳୁ ଉଠେଇ ବେକରେ ପକାଇବା ବେଳେ ସାପଟି ତାଙ୍କ ଡାହାଣ ହାତକୁ ଏକ ଚୋଟ ମାରିଥିଲା। ସୂଚନାଯୋଗ୍ୟଯେ, ସାପକୁ ବିଷହୀନ କରାଯାଇଛି ବୋଲି ପୂର୍ବରୁ ସାପ ଧରାଳୀ ଜଣଙ୍କ ମଣିକଣ୍ଠକୁ କହିଥିଲେ।

ସାପ ଚୋଟ ମାରିବା ପରେ ମଣିକଣ୍ଠ ଅସୁସ୍ଥ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ପୋଲିସ ସଂପୃକ୍ତ ସାପ ଧରାଳୀକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ