Advertisment

ଅଟୋ ଡ୍ରାଇଭରଙ୍କ ନନଷ୍ଟପ୍‌ ଇଂରାଜୀ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ର ଅମରାବତୀର ଜଣେ ବୟସ୍କ ଅଟୋ ଡ୍ରାଇଭର। ବୟସ ପ୍ରାୟ ୭୦ଡେଇଁଯାଇଛି। ହେଲେ ମୁହଁରୁ ବାହାରୁଛି ନନଷ୍ଟପ୍‌ ଇଂରାଜୀ। ସେ ନିଜେ ଇଂରାଜୀ କହୁଥିବା ବେଳେ ସମସ୍ତେ ଏହାକୁ ଶିଖିବା ଉଚିତ୍ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Viral Video: Amravati Auto Driver Speaks Fluent Englis

Auto driver's fluent English

Advertisment

ଇଂରାଜୀ କହିବା ଏବଂ ବୁଝିବାରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଅନେକ ସମୟରେ ଇଂରାଜୀ ବୁଝି ପାରୁଥିଲେ ବି କହିବାରେ ଅସୁବିଧା ହୁଏ। ତେବେ ଜଣେ ବୃଦ୍ଧ ଅଟୋ ଚାଳକ ଅନର୍ଗଳ ଇଂରାଜୀ କହୁଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସମସ୍ତେ କାହିଁକି ଇଂରାଜୀ ଶିଖିବା ଉଚିତ ଓ ଏହା ଦ୍ୱାରା କଣ ସବୁ ଲାଭ ହେବ ସେ ଏହି ଭିଡିଓରେ କହିଛନ୍ତି।

Advertisment

ମହାରାଷ୍ଟ୍ର ଅମରାବତୀର ଜଣେ ବୟସ୍କ ଅଟୋ ଡ୍ରାଇଭର। ବୟସ ପ୍ରାୟ ୭୦ଡେଇଁଯାଇଛି। ହେଲେ ମୁହଁରୁ ବାହାରୁଛି ନନଷ୍ଟପ୍‌ ଇଂରାଜୀ। ସେ ନିଜେ ଇଂରାଜୀ କହୁଥିବା ବେଳେ ସମସ୍ତେ ଏହାକୁ ଶିଖିବା ଉଚିତ୍ ବୋଲି କହିଛନ୍ତି। ଯେହେତୁ ଇଂରାଜୀ ଏକ ଅନ୍ତର୍ଜାତୀୟ ଭାଷା ଏହା ଶିଖିବାରେ କୌଣସି ଅସୁବିଧା ନାହିଁ। ଏହି ଭାଷା ଶିଖିଥିବା ବ୍ୟକ୍ତି ଲଣ୍ଡନ, ଆମେରିକା, ପ୍ୟାରିସ ଆଦି ସ୍ଥାନକୁ ଅନାୟାସରେ ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: Viral Video: ଭାରତୀୟ ଅଟୋ ଚାଳକଙ୍କ ଭୁସ୍ ଭାସ୍ ଇଂରାଜୀ ଶୁଣି ଫ୍ୟାନ୍ ହୋଇଗଲେ ବିଦେଶୀ

Advertisment

ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ଅଟୋ ଡ୍ରାଇଭରଙ୍କ ଭିଡିଓ ସେୟାର କରିଛନ୍ତି। ଅଟୋରେ ସେ ନିଜେ ଥିବା ବେଳେ ପଛ ସିଟରେ ଜଣେ ପାସେଞ୍ଜର ବସିଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରିଥିବା ୟୁଜର କ୍ୟାପସନରେ ଲେଖିଛନ୍ତି, "ମୁଁ ତାଙ୍କ ସହ କଥାବାର୍ତ୍ତା କରିବା ସମୟରେ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି, ମୁଁ ଇଂରାଜୀରେ ତାଙ୍କର ଦକ୍ଷତା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।"

ସେ ଆହୁରି ମଧ୍ୟ ଲେଖିଛନ୍ତି, "ଆଜି ମୁଁ ଜଣେ ଅତି ଆଶ୍ଚର୍ଯ୍ୟଜନକ ଭଦ୍ରଲୋକଙ୍କୁ ଭେଟିଥିଲି ଯିଏକି ଜଣେ ଅଟୋ ଡ୍ରାଇଭର । ମୁଁ ତାଙ୍କ ସହ ଅନେକ ଥଟ୍ଟାମଜା କଲି। କିନ୍ତୁ ତାଙ୍କ ଇଂରାଜୀ ଶୁଣି ମୁଁ ବି ଆଶ୍ଚର୍ଯ୍ୟ ହୋଇଗଲି। ସେ ଇଂରାଜୀରେ ବହୁତ ଭଲଭାବରେ କଥା ହେଉଛନ୍ତି। ଏଥିସହ ସେ ଅନ୍ୟମାନଙ୍କୁ ଇଂରାଜୀ ଶିଖିବାକୁ ପରାମର୍ଶ ଦେଉଛନ୍ତି। "

Advertisment

ଭିଡିଓରେ ଅଟୋ ଡ୍ରାଇଭର କହିଛନ୍ତି, “ମୁଁ କ’ଣ କହୁଛି, ମୋ କଥାକୁ ଭଲଭାବେ ଶୁଣ, ଯଦି ତୁମେ ଇଂରାଜୀ ଜାଣିଛ, ତୁମେ ଲଣ୍ଡନ, ପ୍ୟାରିସ, ଆମେରିକା ଯାଇ ପାରିବ… ଯଦି ତୁମେ ଇଂରାଜୀ ଜାଣି ନାହଁ, ତୁମେ ସେଠାକୁ ଯାଇପାରିବ ନାହିଁ। ତା’ପରେ ସେ ଇଂରାଜୀର ଗୁରୁତ୍ୱକୁ ଦର୍ଶାଇ ଏକ ଉଦାହରଣ ଦେଇଥିଲେ । ସେ କହିଛନ୍ତି ଯେ ଯଦି ଆପଣ ଲଣ୍ଡନର ଏକ ହୋଟେଲରେ ଅଛନ୍ତି ଏବଂ ୱେଟରଙ୍କୁ ଏକ ଗ୍ଲାସ ପାଣି ମାଗନ୍ତି, ତେବେ ସେ ଆପଣଙ୍କୁ ଏକ ଗ୍ଲାସ ପାଣି ଦେବେ । ମାତ୍ର ଯଦି ଆପଣ ଏହାକୁ ମରାଠୀରେ କୁହନ୍ତି ତେବେ ସେ ସେଠାରୁ ଆପଣଙ୍କୁ ଯିବାକୁ କହିବେ।‘’ସେ କହିଛନ୍ତି, "ତେଣୁ ମୁଁ ଆପଣଙ୍କୁ କହୁଛି, ଆପଣ ଇଂରାଜୀ ଶିଖନ୍ତୁ ଓ କୁହନ୍ତୁ । ଏହା ଏକ ଅନ୍ତର୍ଜାତୀୟ ଭାଷା।"ଜୁନ୍ ୨୫ରେ ଏହି ଭିଡିଓ ସେୟାର ହୋଇଥିଲା। ସେୟାର ପରଠାରୁ ଏହି ଭିଡିଓକୁ ତିନି ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି।

ଅଧିକ ପଢ଼ନ୍ତୁ: Viral Video: ଏହି ଗାଉଁଲି ମହିଳାଙ୍କ ଇଂରାଜୀ ଶୁଣି ଲାଜରେ ନଇଁଯିବେ ପ୍ରଫେସର୍

Viral Video Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ