Advertisment

Viral Video: ଆଶ୍ଚର୍ଯ୍ୟ କଲା କୁନି ପୁଅର ପ୍ରତିଭା; ପାଟିରେ ମୟୂର ଆଉ କୋଇଲିର ଅଦ୍ଭୁତ ସ୍ୱର

ଗତ ସପ୍ତାହରେ, ଅଗଷ୍ଟ ୧୫ରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ପ୍ରତ୍ୟେକ ଥର ପରି ଏହି ବିଶେଷ ଉତ୍ସବରେ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ କାର୍ଯ୍ୟଗୁଡ଼ିକର ବିଭିନ୍ନ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Amazing video school student imitates animal and birds sounds

Amazing video school student imitates animal and birds sounds

ସ୍କୁଲ୍ ଦିନର ମଜା ଖୁବ୍ ଅଲଗା। ବର୍ତ୍ତମାନ ଯିଏ ଯେଉଁ ପଦବୀରେ ଥାଉ ନା କାହିଁ ସ୍କୁଲ୍ ଜୀବନ କେହି ବି ଭୁଲି ନ ଥିବେ। ସେ ସ୍କୁଲର ବଗିଚା କାମ ହେଉ କି ଖେଳ ପ୍ରତିଯୋଗିତା ବା ବିଭିନ୍ନ ପୂଜା କାର୍ଯ୍ୟକ୍ରମ। ସବୁଠାରୁ କିନ୍ତୁ ନିଆରା ହୋଇଥାଏ ୧୫ ଅଗଷ୍ଟରେ ବାର୍ଷିକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା।

Advertisment

ଗତ ସପ୍ତାହରେ, ଅଗଷ୍ଟ ୧୫ରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ପ୍ରତ୍ୟେକ ଥର ପରି ଏହି ବିଶେଷ ଉତ୍ସବରେ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ କାର୍ଯ୍ୟଗୁଡ଼ିକର ବିଭିନ୍ନ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଜସ୍ଥାନର ପାଲି ସହରର ରାଣାୱାସ ଗ୍ରାମର ସରକାରୀ ବିଦ୍ୟାଳୟର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଏକ ଭିଡିଓ ଆଜିକାଲି ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ, ଏକ କୁନି ପୁଅ ବିଭିନ୍ନ ପଶୁ-ପକ୍ଷୀମାନଙ୍କର ସ୍ୱରକୁ ଅତି ନିଖୁଣ ଭାବେ ବାହାର କରୁଥିବା ଦେଖାଯାଉଛି।

Advertisment

କୁକୁର ଠାରୁ ମୟୂର ପର୍ଯ୍ୟନ୍ତ ସ୍ୱର:

ଭାଇରାଲ୍‌ ଭିଡିଓରେ ପ୍ରାୟ ୮ ବର୍ଷର ଏହି ପିଲା ମଞ୍ଚ ଉପରେ ଛିଡା ହୋଇଛି ଆଉ ହାତରେ ମାଇକ୍ରୋଫୋନ୍ ଧରିଛି। ସର୍ବପ୍ରଥମେ ଯେତେବେଳେ ପିଲାଟି ଏକ କୁକୁରର ସ୍ୱର ବାହାର କରୁଛି, ସେତେବେଳେ ସେଠାରେ ଥିବା ଲୋକେ ଅଧିକ ଆଗ୍ରହ ନ ଦେଖାଉଥିବା ଦେଖାଯାଏ। କିନ୍ତୁ ପିଲାଟି ପରେ କୁକୁରର ଶବ୍ଦ କରିବାରୁ କରତାଳି ଶୁଣାଯାଏ।

କୁକୁର ପରେ ପିଲାଟି ଏକ ମୟୂରର ଶବ୍ଦ କରେ, ଯାହା କରତାଳିରେ ପୂରି ଉଠେ। ଏହା ପରେ ସେ କୋଇଲି ଏବଂ ମେଣ୍ଡାର ଶବ୍ଦ ବାହାର କରେ। କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ପିଲାଟିର ପ୍ରଦର୍ଶନରେ ଜୋରରେ କରତାଳି ଦେବା ଦେଖାଯାଏ। ଷ୍ଟେଜ୍ ମ୍ୟାନେଜର ମଧ୍ୟ ପିଲାଟିର ପ୍ରତିଭାକୁ ଖୁବ୍ ପ୍ରଶଂସା କରନ୍ତି।


ଭିଡିଓ ହେଉଛି ଭାଇରାଲ୍‌:

ଆଜିକାଲି ଇନଷ୍ଟାଗ୍ରାମରେ ପିଲାଟିର ଭିଡିଓ ଟ୍ରେଣ୍ଡ୍‌ କରୁଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ୫.୭ କୋଟିରୁ ଅଧିକ ଲୋକ ଦେଖିସାରିଥିଲେ। ଏଥିରେ ୩୫ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଥିଲା ଏବଂ ଏହି ଭିଡିଓକୁ ୨୧ ଲକ୍ଷରୁ ଅଧିକ ଲୋକ ଶେୟାର କରିଥିଲେ।

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, “କିଛି ସମୟ ପାଇଁ ଲାଗିଲା ଯେପରି ଗୋଟିଏ କୁକୁର ଛୁଆ ଗୋଡ ତଳେ ପଶିଯାଇଛି... ମୟୂରର ସ୍ୱର ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ ହୋଇଛି... ଆଶ୍ଚର୍ଯ୍ୟଜନକ ପ୍ରତିଭା... ସାଲ୍ୟୁଟ୍।" ଅନ୍ୟ ଜଣେ ଲେଖିଛନ୍ତି, ମୟୂର ସ୍ୱର ବହୁତ ଭଲ ଲାଗିଲା ... ପ୍ରକୃତ ପ୍ରତିଭା।”

Social Media Viral Video Talented Child
Advertisment
Advertisment