Advertisment

Viral Video: ମଣିଷ ନା ରୋବଟ୍ ! ଯୁଆଡେ ଚାହିଁଲେ ସିଆଡେ ମୋଡି ହେଇଯାଉଛନ୍ତି...

ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ ଏପରି ପ୍ରତିଭା କ୍ୱଚିତ୍ ଦେଖିଥିବେ।

author-image
Pramod Behera
ଅଦ୍ୟତନ ହୋଇଛି
Amazing stunt video robotic stunt viral video

Amazing stunt video robotic stunt viral video

କିଛି ଲୋକଙ୍କ ପାଖରେ ଏମିତି ଖାସ୍ ଦକ୍ଷତା ଅଛି, ଯାହା ଅନ୍ୟମାନଙ୍କ ପାଇଁ ହାସଲ କରିବା କିମ୍ବା କରିବା ଅସମ୍ଭବ ହୋଇପଡେ। ସେମାନଙ୍କ ମଧ୍ୟରୁ ଏପରି ଜଣେ ବାଳକ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ସେ କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ ଏପରି ପ୍ରତିଭା କ୍ୱଚିତ୍ ଦେଖିଥିବେ।

Advertisment

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @ankush_kumar666 ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଶେୟାର କରାଯାଇଛି। ଖବର ଲେଖା ହେବା ବେଳକୁ ତାଙ୍କର ଏହି ପୋଷ୍ଟ ୨.୫ ଲକ୍ଷରୁ ଅଧିକ ଭ୍ୟୁ ପାଇସାଇଥିଲା। ଏହା ବ୍ୟତୀତ ଅନେକ ଲୋକ ଏହି ଭିଡିଓ ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ମାତ୍ର ୯ ସେକେଣ୍ଡର ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।

ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଦର୍ଶାଯାଇଛି ଯେ ଏହି ଷ୍ଟଣ୍ଟ ବାଳକର ନାମ ଅଙ୍କୁଶ କୁମାର। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ତାଙ୍କ ପ୍ରତିଭା ଆଧାରରେ ସେ ଇଣ୍ଟରନେଟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

Advertisment

ଅଙ୍କୁଶ ୟୁଟ୍ୟୁବ୍, ଟିକ୍‌ଟକ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ଏଭଳି ଅନେକ ଭିଡିଓ ପୋଷ୍ଟ କରନ୍ତି। ୟୁଟ୍ୟୁବରେ ତାଙ୍କର ଏକ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି। ଅଙ୍କୁଶଙ୍କର ଏହିପରି ଅନେକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଖିବାକୁ ମିଳେ।

ତାଙ୍କ ଷ୍ଟଣ୍ଟର ଭିଡିଓ ଦେଖିବା ପରେ ନେଟିଜେନ୍ସ ଅଙ୍କୁଶଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଲେଖିଛନ୍ତି, “ଭାଇ ରୋବଟକୁ ମଧ୍ୟ ଫେଲ୍ କରିଦେଲେ। ମହାନ ପ୍ରତିଭା।” ଅନ୍ୟ ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ଭାଇ, ଭିଡିଓ ଦେଖି ମାନିଗଲି, ଭାଇ କି ପ୍ରତିଭା!” ଆଉ ଜଣେ ମନ୍ତବ୍ୟ ଦେଇ ପୋଷ୍ଟ କରିଛନ୍ତି, “ ଏ କେଉଁ ଦୁନିଆରୁ ଆସିଛନ୍ତି?”

ସେହିପରି ଅନ୍ୟଜଣେ କହିଛନ୍ତି, 'ରୋବଟ୍ ଷ୍ଟାଇଲ୍‌ରେ ଆଶ୍ଚର୍ଯ୍ୟଜନକ କାମ, ପ୍ରତିଭା ଦେଖି ଲୋମ୍ ଟାଙ୍କୁରି ଉଠୁଛି।” ଅନ୍ୟଜଣେ ଲେଖିଛନ୍ତି, “ୱା... ଚମତ୍କାର ପ୍ରତିଭା, ଆପଣଙ୍କୁ ଶୁଭେଚ୍ଛା।” ଏମିତି ଶହ ଶହ ନେଟିଜେନ୍‌ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି।


 
 
 
 
 
 
 
 
 
 
 
 
 
 

A post shared by Ankush Kumar (@ankush_kumar666)

Robotics Social Media Ajab Gajab Weird News OMG News Viral Video
Advertisment
Advertisment