/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701270878.jpg)
Alia Bhatt's deepfake video goes viral after Rashmika and Katrina
ଭାଇରାଲ ହେଲା ଆଲିଆଙ୍କ ଡିପ୍ଫେକ୍ ଭିଡିଓ । ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପ୍ଫେକ୍ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଅଭିନେତ୍ରୀ ରଶ୍ମୀକା ମନ୍ଦନା, କାଟ୍ରିନା କାଇଫ୍ ଓ କାଜଲଙ୍କ ଭିଡିଓ ଭାଇରାଲ ହୋଇଥିଲା । ଆଉ ଏବେ ପୁଣି ବଲିଉଡ୍ ଅଭିନେତ୍ରୀ ଆଲିଆଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି ।
ଭଇରାଲ ହେଉଥିବା ଡିପ୍ଫେକ୍ ଭିଡିଓରେ ଆଲିଆଙ୍କୁ ଅଜବ ତରିକାରେ ପ୍ରସାରିତ କରାଯାଇଛି । ପୂର୍ବରୁ ଅଭିନେତ୍ରୀମାନଙ୍କ ଡିପ୍ଫେକ୍ ଭିଡିଓ ଭାଇରାଲ ହେବାପରେ କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ବିବୃତି ମଧ୍ୟ ରୋଖିଥିଲେ । ପରେ ପରେ ଏହାକୁ ନେଇ ବୈଠକ ମଧ୍ୟ କରାଯାଇଥିଲା । ଆଉ ଏହାକୁ ନେଇ ଆଗକୁ ଆଇନ୍ ଆସିବ ବୋଲି କୁହାଯାଇଥିଲା ।
After Rashmika Mandanna, Alia Bhatt's Deepfake video is now being Circulated. Disgusting Act 😠😡#AliaBhatt#deepfake#Rolex#RashmikaMandanna#ShubmanGill#kajol#aksharasingh#DominosIndia#HardikPandya#IPLretention#ViratKohli#TejRan#Biggboss17#Abhiyapic.twitter.com/nUvfvAT9zg
— Syed Haroon (@syedharoon11) November 27, 2023
ହେଲେ ଏସବୁ ପରେ ବି ଆଲିଆଙ୍କୁ ନେଇ କରାଯାଇଥିବା ଡିପ୍ଫେକ୍ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଅଭିନେତ୍ରୀଙ୍କୁ ଏପରି ଭାବେ ପ୍ରଦର୍ଶୀତ କରିବା ଚିନ୍ତା ଓ ପରିତାପର ବିଷୟ। ଏଆଇ ବା ଆର୍ଟିଫିକାଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଏପରି କରାଯାଉଛି ।
ଜଣେ ଯୁବତୀଙ୍କ ଭିଡିଓରେ, ଆଲିଆ ଭଟ୍ଟଙ୍କ ଚେହେରାକୁ ମିଶାଯାଇ ଭିନ୍ନ ତରିକାରେ ଏହାକୁ ଏଡିଟ୍ କରାଯାଉଛି। ଯାହାକୁ ଦେଖିଲେ ଆପଣଙ୍କୁ ଲାଗିବ, ଆଲିଆ ବେଶ୍ ବୋଲ୍ଡ ଓ ସିହ୍ୟୁସିଭ୍ ଅନ୍ଦାଜରେ ସାମ୍ନାକୁ ଆସୁଛନ୍ତି। ରଶ୍ମିକା ମନ୍ଦନାଙ୍କ କ୍ଲିପ୍ ପ୍ରଥମେ ଭାଇରାଲ ହେବା ପରେ ଜଣେ ପରେ ଜଣେ ଅଭିନେତ୍ରୀଙ୍କ ଡିପ୍ଫେକ୍ ଭିଡିଓ ଏବେ ସାମ୍ନାକୁ ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)