Advertisment

ମାହଲ ମାଣ୍ଡା ନୁହେଁ ଏଥର ପୋଲିସ ପରୀକ୍ଷାରେ ସନ୍ନି ଲିଓନି

ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।

author-image
Satyendu Shekher Mishra
Sunny Leone

Sunny Leone

ଏଥର ଆଉ ମହାଲ ମାଣ୍ଡା ନାହିଁ । ଏଥର ସନ୍ନି ଲିଓନି । ହଁ, ଆମେ କହୁଛୁ ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନିଙ୍କ କଥା । କିଛି ଦିନ ପୂର୍ବରୁ ଆପଣ ଦେଖିଥିବେ ଜଣେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ଲେଖାଥିଲା ମାହଲ ମାଣ୍ଡା । ଅର୍ଥାତ ପରୀକ୍ଷାର୍ଥୀଙ୍କ ନାଁ ସ୍ଥାନରେ ଲେଖାଥିଲା ମାହଲ ମାଣ୍ଡା, ଆଉ ତାଙ୍କ ପିତାଙ୍କ ନାଁ ସ୍ଥାନରେ ଥିଲା ମାହଲ ମାଣ୍ଡା ପ୍ରୋ । ଏହି ଘଟଣା ସାମ୍ନାକୁ ଆସିବ ପରେ ରାଜ୍ୟ ରାଜନୀତି ବି ବେଶ ସରଗରମ ହୋଇଥିଲା । ଏହି ଘଟଣା ତ ଥିଲା ଓଡ଼ିଶାର । ହେଲେ ଏବେ ଉତ୍ତରପ୍ରଦେଶରୁ ବି ସମାନ ଘଟଣା ସାମ୍ନାକୁ ଆସିଛି ।

Advertisment

ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି ପାଇଁ ୨ ଦିନିଆ ପରୀକ୍ଷା କରାଯାଇଥିଲା । ଏଥିରେ ୪୮ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥି ପରୀକ୍ଷା ଦେଇଥିଲେ । ଏଥିରେ ଅନେକ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରା ପଡ଼ିଥିଲେ । ଏହାଭିତରେ କନୌଜ ଜିଲ୍ଲାରେ ଏକ ଆଡମିଟ କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଧିରେ ଧିରେ ସାରା ଭାରତରେ ଏହି ଆଡମିଟ କାର୍ଡର ଫଟୋ ଭାଇରାଲ ହେଉଛି । କାରଣ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।

ଆଡମିଟ୍ କାର୍ଡ ଅନୁଯାୟୀ, ପ୍ରାର୍ଥୀ ତିରୱା ସ୍ମିଥ୍ ସୋନେଶ୍ରୀ ମେମୋରିଆଲ୍ ବାଳିକା ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ପ୍ରାର୍ଥୀ ତାଲିକାରେ ଏହି ପରୀକ୍ଷାର୍ଥୀଙ୍କ ବିଷୟରେ ଜାଣିବା ପରେ ଡ୍ୟୁଟିରେ ଥିବା ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କିଛି ସମୟ ମଧ୍ୟରେ ସନ୍ନି ଲିଓନିଙ୍କ ନାମରେ ଜାରି ହୋଇଥିବା ଏହି ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Advertisment

ଆଡମିଟ୍ କାର୍ଡ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ୍ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ ଏହାକୁ ନକଲି ଆଡମିଟ୍ କାର୍ଡ ବୋଲି ସୂଚନା ଦେଇଛନ୍ତି। ଫର୍ମ ପୂରଣ କରିଥିବା କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ରିଲିଜ୍ ସମୟରେ ଭୁଲ ଫଟୋ ଅପଲୋଡ୍ ହୋଇଥିଲା । ନିଯୁକ୍ତି ବୋର୍ଡ ଅଭିଯୋଗ ପାଇବା ମାତ୍ରେ ଏହିପରି ଆଡମିଟ୍ କାର୍ଡଗୁଡିକରେ ସଂଶୋଧନ ମୂଳକ ଫଟୋ ପାଇଁ ସ୍ଥାନ ଫାଙ୍କା ଦିଆଯାଇଛି । ଏହାପରେ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଟୋଗ୍ରାଫ ଏବଂ ଆଧାର କାର୍ଡ ସହିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ପୋଲିସ ଭର୍ତ୍ତି ପାଇଁ ‘ସନି ଲିଓନି’ଙ୍କ ଏହି ଆଡମିଟ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Sunny Leone
Advertisment
Advertisment