• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’.. ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ସ୍କୁଲ ଛାତ୍ର। ଯାହାଙ୍କର ପରୀକ୍ଷା ଖାତାରେ ଅଙ୍କା ଯାଇଥିବା ବିଜ୍ଞାନର ଚିତ୍ରକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ପରୀକ୍ଷା ଖାତାରେ ଉତ୍ତର ଲେଖିବା ବଦଳରେ ପ୍ରେମିକାଙ୍କ ନାଁ ଲେଖିଛନ୍ତି କୁନି ଛାତ୍ର। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି।

ସ୍କୁଲ୍‌ରେ ପାଠ ପଢ଼ିବା ବେଳେ ଆମକୁ ବିଜ୍ଞାନ ପରୀକ୍ଷାରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆଙ୍କିବାକୁ ଦିଆଯାଏ। ଯାହା କେତେକଙ୍କୁ ବେଶ୍‌ କଷ୍ଟକର ହୋଇଥାଏ। ଆପଣ ବି ବୋଧ ହୁଏ ବିଜ୍ଞାନ ପରୀକ୍ଷା ଖାତାରେ ହୃତପିଣ୍ତ, ଫୁସଫୁସ ଆଦି ବିଭିନ୍ନ ଅଙ୍ଗର ଚିତ୍ର ଆଙ୍କିଥିବେ ଏବଂ ସେଥିରେ ଥିବା ଅଂଶକୁ ନାମକରଣ ବି କରିଥିବେ। କିନ୍ତୁ ଜଣେ କୁନି ଛାତ୍ର ଆଙ୍କିଥିବା ତିତ୍ରକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବ। ସେ ହୃତପିଣ୍ତ ଚିତ୍ର ତ ଆଙ୍କିଛି। କିନ୍ତୁ ହୃତପିଣ୍ତର ବିଭିନ୍ନ ଭାଗରେ ଭିନ୍ନ ଝିଅଙ୍କ ନାଁ ମଧ୍ୟ ଲେଖିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି।

ଛାତ୍ରଟି ଚିତ୍ରରେ ପ୍ରେମିକାଙ୍କ ନାଁ ଲେଖିବା ସହିତ କାହା ସହ କିପରି ମଧୁର ସମ୍ପର୍କ ସେନେଇ ମଧ୍ୟ ବିସ୍ତୃତ ବର୍ଣ୍ଣନା କରିଛନ୍ତି। ହରିଥା, ପ୍ରିୟା, ପୂଜା, ନମିଥା ଏବଂ ରୂପା ନାମକ ପାଞ୍ଚଟି ଝିଅଙ୍କ ନାଁ ସେହି ଚିତ୍ରରେ ଦର୍ଶାଇଛନ୍ତି। ସେମାନଙ୍କ ବିଷୟରେ ବର୍ଣ୍ଣନା ମଧ୍ୟ କରିଛନ୍ତି।

ସେ ଚିତ୍ରର ଠିକ୍‌ ତଳେ ପ୍ରିୟା ପାଇଁ ଲେଖିଛନ୍ତି, ସେ ମୋ ସହ ସବୁବେଳେ ଇନଷ୍ଟାଗ୍ରାମରେ କଥା ହୁଏ ଏବଂ ମୁଁ ତାକୁ ବହୁତ ପସନ୍ଦ କରେ। ରୂପା ପାଇଁ ଲେଖିଛନ୍ତି, ସେ ବହୁତ ସୁନ୍ଦର ଓ ସେ ମୋ ସହ ସବୁବେଳେ ସ୍ନାପ୍‌ଚାଟ୍‌ରେ କଥା ହୁଏ। ନମିଥାଙ୍କୁ କହିଛନ୍ତି, ସେ ମୋ ପଡ଼ୋଶୀଙ୍କ ଝିଅ। ତାର ଲମ୍ବା ଚୁଟି ଓ ବଡ଼ ବଡ଼ ଆଖି। ହରିଥା ହେଉଛନ୍ତି ତାଙ୍କ କ୍ଲାସମେଟ୍‌ ଓ ତାଙ୍କ ପାଇଁ ଡାହାଣ ପଟ ହୃଦୟରେ ବଡ଼ ଜାଗାଟେ ଅଛି। ସେହିପରି ପୂଜାକୁ କହିଛନ୍ତି, ପୂଜା ତାଙ୍କର ପୁରୁଣା ପ୍ରେମିକା, ସେ ତାଙ୍କୁ ଭୁଲି ପାରିବେନି। ସେଥିପାଇଁ ସେ ତାଙ୍କ ହାର୍ଟର ଡାହାଣ ଭେଣ୍ଟ୍ରିକିଲ୍‌ରେ ରହିଛନ୍ତି।

ତେବେ ଛାତ୍ରଙ୍କ ଏହି ଅଦ୍ଭୂତ ଚିତ୍ର ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ସେହି ଫଟୋରେ ୬୪.୩ ମିଲିୟନ ଲାଇକ୍‌ ବି ମିଳିଛି। ଅନେକ ସେଥିରେ ଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now