• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେ ସମସ୍ତେ ଜନ୍ମ ଦିନ ପାଳୁଛନ୍ତି । କିଛି ଲୋକ କେବଳ ଶୁଭେଚ୍ଛା ଜଣାଇ ଜନ୍ମ ଦିନ ପାଳନ କରୁଛନ୍ତି ତ କିଛି ଲୋକ କେକ୍‌ କାଟି ଓ ନୂଆ ଡ୍ରେସ୍ ପିନ୍ଧି ଜନ୍ମଦିନକୁ ଉତ୍ସବ ଭାବେ ପାଳନ କରିଥାନ୍ତି । ହେଲେ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ଅନେକ ପରିବାରରେ ଗୃହ ପାଳିତ ପଶୁଙ୍କର ବି ଜନ୍ମଦିନ ପାଳନ କରାଯାଉଛି । ଗୃହପାଳିତ ପଶୁ, ସେ କୁକୁର ହେଉ କି ବିଲେଇ, ସେମାନଙ୍କର ଜନ୍ମ ଦିନ ମଧ୍ୟ ମାଲିକ ମାନେ ପାଳନ କରୁଛନ୍ତି । ଏବେ ଏହା ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ବିଶେଷ କରି ସୋସିଆଲ ମିଡିଆରେ ଖବର ଦେଖିବାକୁ ମିଳୁଛି ଯେ, ବଡ଼ ବଡ଼ ଧନୀ ଶ୍ରେଣୀର ଲୋକେ ନିଜ କୁକୁରର ଜନ୍ମଦିନ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ।

ଠିକ୍‌ ଏମିତି ଏକ ଖବର ଏବେ କର୍ଣ୍ଣାଟକରେ ସାମ୍ନାକୁ ଆସିଛି । ଜଣେ ମାଲିକ ନିଜ କୁକୁର (କ୍ରିସ୍)ର ଜନ୍ମ ଦିନରେ ୧୦୦ କିଲୋର ଏକ କେକ୍ କାଟିଛନ୍ତି । ଅର୍ଥାତ୍‌ ଏକ କ୍ୱିଣ୍ଟାଲ ଓଜନର ଏକ କେକ୍‌ ପ୍ରସ୍ତୁତ କରାଯାଇଥିଲା କେବଳ କୁକୁରର ଜନ୍ମଦିନ ପାଳନ କରିବା ଉଦେଶ୍ୟରେ । ଖାଲି ସେତିକି ନୁହେଁ ଏହି ଅବସରରେ ବିରାଟ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା । ପ୍ରାୟ ୪୦୦୦ ଲୋକଙ୍କ ପାଇଁ ସାଧା ଏବଂ ଆମିଷ ଭୋଜିର ଆୟୋଜନ କରାଯାଇଥିଲା । ଲୋକେ ଭୋଜିଭାତ ଖାଇବା ସହ ଧୁମ୍‌ ନାଚ ଗୀତ ମଧ୍ୟ କରିଥିଲେ ।

 

OTV is now on Whatsapp

Join and get latest news update delivered to you via whatsapp

Join Now