Advertisment

Viral Video: ୟୁଟ୍ୟୁବ୍ ଚ୍ୟାନେଲ୍ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ୮୫ ବର୍ଷର ଜେଜେମା’

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କ ହୃଦୟ ଜୁତୁଛି। ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଜଣେ ଜେଜେମା’ଙ୍କ ଷ୍ଟାଇଲ୍ ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରଶଂସକ ପାଲଟିଯାଇଛନ୍ତି। ଏହି ଜେଜେମା’ ଏବେ ‘ରୋଷେୟା ଦାଦି’ ନାମରେ ବେଶ ପରିଚିତ।

author-image
Pramod Behera
85 year old dadi is winning internet with her cooking

85 year old dadi is winning internet with her cooking

ପ୍ରତିଭା କୌଣସି ବୟସ ଉପରେ ନିର୍ଭରଶୀଳ ନୁହେଁ। ଜଣେ ଯେଉଁ ବୟସରେ ଚାହିଁଲେ ବି ନିଜ ପ୍ରତିଭାକୁ ବିକଶିତ କରିପାରିବେ ଆଉ ବିଶ୍ୱକୁ ଦେଖେଇପାରିବେ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଏହାର ପ୍ରମାଣ ଦେଉଛି। ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଜଣେ ଜେଜେମା’ଙ୍କ ଷ୍ଟାଇଲ୍ ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରଶଂସକ ପାଲଟିଯାଇଛନ୍ତି। ଏହି ଜେଜେମା’ ଏବେ ‘ରୋଷେୟା ଦାଦି’ ନାମରେ ବେଶ ପରିଚିତ।

Advertisment

‘ରୋଷେୟା ଦାଦୀ’ ବା ବିଜୟ ନିଶ୍ଚଲ୍‌ଙ୍କୁ ଏବେ ୮୫ ବର୍ଷ ବୟସ। ବୟସର ଏହି ଆପରାହ୍ଣରେ ବି ସେ ୟୁଟ୍ୟୁବ୍ ଚ୍ୟାନେଲ୍ 'ଦାଦୀ କୀ ରସୋଇ' ସହିତ ବିଷୟବସ୍ତୁ ସୃଷ୍ଟି କରିବାର ଯାତ୍ରା ଆରମ୍ଭ କରି ଦେଖୁ ଦେଖୁ ସୋସିଆଲ୍ ମିଡିଆରେ ହିଟ୍ ହୋଇଗଲେ। ବିଜୟ ନିଶ୍ଚଲ୍‌ କୁକିଂ ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ମାତ୍ର ୯୦ ସେକେଣ୍ଡରେ କିପରି ରୋଷେଇ କରିହେବ ତାହା ଶିଖଉଛନ୍ତି।

ତାଙ୍କ ସହଜ ପ୍ରସ୍ତୁତ ରେସିପି ଏବଂ ଅନନ୍ୟ କ୍ୟାପ୍ସନ୍ ସହିତ ବିଜୟ ନିଶ୍ଚଲ୍ ସୋସିଆଲ ମିଡିଆରେ ହୃଦୟ ଜିତିଛନ୍ତି। ତାଙ୍କର ଡିଜିଟାଲ୍ ଯାତ୍ରା ପ୍ରମାଣ କରେ ଯେ ଯେତେବେଳେ ଉତ୍ସାହର କଥା ଆସେ ସେତେବେଳେ ବୟସ କେବଳ ଏକ ମାତ୍ର ସଂଖ୍ୟା।

Advertisment

ବିଜୟ ନିଶ୍ଚଲ ତାଙ୍କ ବାପାଙ୍କଠାରୁ ରୋଷେଇ ଶିଖିଥିଲେ ଏବଂ ୮୫ ବର୍ଷ ବୟସରେ ନାତି ତାଙ୍କୁ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍‌ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୮୩୧,୦୦୦ରୁ ଅଧିକ ଫଲୋର୍ସ ଅଛନ୍ତି।

ବର୍ତ୍ତମାନ ଏହି ଜେଜେମା’ଙ୍କର ଗୀତରେ ନାଚିବା ଏବଂ 'ଅଣ୍ଡା ବିହୀନ କେକ୍'ର ରେସିପି ଶେୟାର କରିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓର କ୍ୟାପ୍‌ସନ୍‌ରେ ଲେଖା ଅଛି, “ଏଗ୍‌ଲେସ୍ କେକ୍ ଫିଚରିଂ ଦାଦି ଡ୍ରେକ୍… ସବୁଠାରୁ ସହଜ ଅଣ୍ଡାହୀନ କେକ୍ ରେସିପି... ନମସ୍ତେ।”

ଲୋକମାନେ କମେଣ୍ଟ୍ ଦେଇ କହୁଛନ୍ତି ଯେ- ସବୁଠୁ ସୁନ୍ଦର ଜେଜେମା’। ନଭେମ୍ବର ୧୭ରେ ପୋଷ୍ଟ୍‌ ହୋଇଥିବା ଏହି ଭିଡିଓକୁ ଅନେକ ମନ୍ତବ୍ୟ ସହିତ ଖବର ଲେଖାହେବା ବେଳକୁ ୧ ମିଲିୟନ୍ ଅଧିକ ଥର ଦେଖାଯାଇଛି।

Social Media Viral Video
Advertisment
Advertisment