• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରକୃତିର ସର୍ବୋତ୍ତମ ଉପହାର ହେଉଛି ନଦୀ । ନଦୀକୁ ଆମେ ଜୀବନଦାୟୀ ବୋଲି କହିଥାଉ । କେବଳ ମଣିଷ ନୁହଁନ୍ତି, ପ୍ରତ୍ୟେକ ଜୀବଙ୍କର ଅସ୍ତିତ୍ୱ ପାଇଁ ନଦୀର ଭୁମିକା ଅତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦୁନିଆରେ ଏମିତି କିଛି ନଦୀ ଅଛି, ଯାହାକୁ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍‌ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।

ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ୫ଟି ବିପଜ୍ଜନକ ନଦୀ ବିଷୟରେ:

୧.କଙ୍ଗୋ

କଙ୍ଗୋ ହେଉଛି ବିଶ୍ୱର ସବୁଠାରୁ ଗଭୀର ନଦୀ । ଏହାର ଗଭୀରତା ୭୨୦ ଫୁଟ୍‌ ରହିଛି । ଏହି ନଦୀର ଗଭୀରତା ଏତେ ଯେ, ସୂର୍ଯ୍ୟଙ୍କ କିରଣ ତଥା ଆଲୋକ ବି ଏହାର ଶେଷ ପର୍ଯ୍ୟନ୍ତ ପହଞ୍ଚିପାରି ନଥାଏ । ନଦୀର ଉପର ସ୍ତର ଅତ୍ୟନ୍ତ ବିପଜ୍ଜନକ ରହିଥିବା ସହ ଅନେକ ସ୍ଥାନରେ ଭଉଁରୀ ରହିଛି । ସେହିଭଳି ନିମ୍ନ ଭାଗରେ ଅନେକ ଘାଟି ଏବଂ ଝରଣା ରହିଛି । ଭଉଁରୀ ସେହି ସ୍ଥାନକୁ କୁହାଯାଏ ଯେଉଁଠାରେ ଅଧିକ ଗଭୀରତା ରହିଥାଏ ।

Most Dangerous River In The World, The Kango River(Most Dangerous River In The World, The Kango River)

୨.ଲା-ବୋମ୍ବା

ଏହା ଆମାଜନ ନଦୀର ଏକ ଉପନଦୀ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସମଗ୍ର ବିଶ୍ୱରେ ଏହା ହେଉଛି ଏକମାତ୍ର ନଦୀ ଯାହାର ଜଳ ସବୁବେଳେ ଟକମକ ଫୁଟୁଥାଏ । ୬.୪ କିଲୋମିଟର ଲମ୍ବା ଏହି ନଦୀର ଜଳ ସବୁବେଳେ ୪୫ ଡିଗ୍ରୀ ସେଲସିୟସରୁ ୧୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ ରହିଥାଏ । ଏହା ଲା-ବୋମ୍ବା ନାମରେ ମଧ୍ୟ ଜଣାଶୁଣା । କୁହାଯାଏ ଯେ, ଏହି ନଦୀ ଯେଉଁ ସ୍ଥାନ ଦେଇ ବହିଥାଏ, ସେହି ଭୂମି ଲାଭା ପରି ଫୁଟିଥାଏ । ତେଣୁ ଏହି ନଦୀର ପାଣି ଛୁଇଁବାକୁ ମଧ୍ୟ ଚିନ୍ତା କରିବା ଉଚିତ୍‌ ନୁହେଁ । କାରଣ ଏହା ଏତେ ଗରମ ଯେ, ନିମିଷେକେ ଜୀବନ ଯିବାର ସମ୍ଭାବନା ରହିଛି ।

Most Dangerous River In The World, The Lo-Bamba(Most Dangerous River In The World, The Lo-Bamba)

୩.ଉତ୍ତର ଆମେରିକାର ସବୁଠାରୁ ଲମ୍ବା ନଦୀ

ଏହା ଉତ୍ତର ଆମେରିକାର ସବୁଠାରୁ ଲମ୍ବା ନଦୀ ଏବଂ ଅନେକ ରାଜ୍ୟ ଦେଇ ବହିଯାଇଛି । ଏଥିରେ ଅନେକ ବିପଜ୍ଜନକ ବୁଲ୍ ସାର୍କ ଏବଂ ପାଇକ ମାଛ ରହିଛନ୍ତି । ଯେଉଁମାନେ କି କ୍ଷଣିକ ମଧ୍ୟରେ କଞ୍ଚା ଖାଇଯିବେ । ସେଥିପାଇଁ ଏହି ପାଣି ଭିତରକୁ କାହାକୁ ବି ଯିବା ପାଇଁ ପରାମର୍ଶ ଦିଆଯାଇନଥାଏ । ବେଳେବେଳେ ଏହି ନଦୀର ସ୍ରୋତ ବଦଳିଯାଏ, ଆଉ ଏହି ସ୍ରୋତରେ ଯିଏ ଆସିଥାଏ ତାର ବଞ୍ଚିବା ଅସମ୍ଭବ ହୋଇଯାଏ । ଅନେକ ସ୍ଥାନରେ ଏହାର ଗଭୀରତା କଳ୍ପନା କରିହୁଏ ନାହିଁ ।

North America's Most Dangerous River(North America's Most Dangerous River)

୪.ନୀଳ

ଦୁନିଆର ସବୁଠାରୁ ଲମ୍ବା ନଦୀ, ନୀଳ । ଏଠାରେ ବହୁ ସଂଖ୍ୟକ ଶିକାରୀ ବାସ କରନ୍ତି । ମଶାମାନଙ୍କ ପାଇଁ ଏହା ସବୁଠାରୁ ପ୍ରିୟ ବାସସ୍ଥାନ । ଯାହା ମାରାତ୍ମକ ରୋଗ ବିସ୍ତାର କରିଥାଏ । ଏହି ନଦୀ ୧୧ଟି ଦେଶ ଦେଇ ପ୍ରବାହିତ ହୁଏ ଏବଂ ଭୂମଧ୍ୟସାଗରରେ ଯାଇ ମିଶିଥାଏ । ଏହା ତୀବ୍ର ସ୍ରୋତ ଏବଂ ଭୟଙ୍କର ତଥା ଶିକାରୀ କୁମ୍ଭୀର ପାଇଁ ଖୁବ୍ ପ୍ରସିଦ୍ଧ । ଏଠାରେ ପ୍ରତିବର୍ଷ କୁମ୍ଭୀରମାନେ ପ୍ରାୟ ୨୦୦୦ ଲୋକଙ୍କୁ ମାରି ଖାଇଥାନ୍ତି । ଏଠାରେ ବିଷାକ୍ତ ସାପ ଏବଂ ମାରାତ୍ମକ ମଶା ଅଧିକ ପରିମାଣରେ ରୁହନ୍ତି, ଯେଉଁମାନେ ମୁହୁର୍ତ୍ତକ ମଧ୍ୟରେ କୌଣସି ବି ମଣିଷର ଜୀବନ ନେବାରେ ସମର୍ଥ ।

Nil River The Most Dangerous(Nil River The Most Dangerous)

୫. ନଦୀ ଘାଟ

ନଦୀ ଘାଟ ହେଉଛି ଇଂଲଣ୍ଡର ସବୁଠାରୁ ବିପଦପୂର୍ଣ୍ଣ ନଦୀ । ଏହି ନଦୀର ସୁନ୍ଦରତା ଦେଖି କେହି ବି ଫସିଯିବେ । କିନ୍ତୁ ଏହା ଖୁବ୍‌ ବିପଦପୂର୍ଣ୍ଣ । ଏଥିରେ ରହିଛି ଅନେକ ସୁଡ଼ଙ୍ଗ । ଅନେକ ଲୁକାୟିତ ସୁଡ଼ଙ୍ଗ ହିଁ ଏହି ନଦୀର ସବୁଠାରୁ ବଡ଼ ପରିଚୟ । ଏହି ସୁଡ଼ଙ୍ଗଗୁଡ଼ିକ କୌଣସି ବି ମୁହୁର୍ତ୍ତରେ ଲୋକଙ୍କୁ ତଳକୁ ଟାଣିପାରନ୍ତି । ଏହି ନଦୀର ଜଳରେ ଯିଏ ବି ପଡ଼ିବ ତାର ଜୀବନ ଯିବା ପ୍ରାୟ ସୁନିଚିତ । ଏହା ହିଁ ଏହି ନଦୀର ସବୁଠାରୁ ବଡ଼ ବିଶେଷତ୍ୱ । ଏଥିପାଇଁ ଲୋକମାନେ ଏହାକୁ ଖୁବ୍‌ ଡରନ୍ତି । ଏହି ନଦୀ ପାଖକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ ରହିଛି । କିନ୍ତୁ ଏହା ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ରମଣୀୟ ।

Nadi Ghat(Nadi Ghat)