Advertisment

ଅଧା ବାଟରେ ପୋଲିସ ଗାଡ଼ିରୁ ସରିଗଲା ପେଟ୍ରୋଲ...ଠେଲି ଠେଲି ନେଲେ ଅଭିଯୁକ୍ତ

ଗାଡିରେ ଥିବା ୪ ଅଭିଯୁକ୍ତ ଗାଡ଼ିଟିକୁ ଠେଲି ଠେଲି ଆଗକୁ ନେଇଥିଲେ। ଅଭିଯୁକ୍ତଙ୍କ ଅଣ୍ଟାରେ ଦଉଡି ବନ୍ଧା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Accused Men Pushing Police Van

Accused Men Pushing Police Van

ଡ୍ରାଏ ଷ୍ଟେଟ ବିହାରରେ ମଦ୍ୟପାନ କରି ଗିରଫ ହୋଇଥିଲେ ୪ ଅଭିଯୁକ୍ତ। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ପାଇଁ ନେଉଥିଲା ପୋଲିସ। ହେଲେ ଅଧା ରାସ୍ତାରେ ପୋଲିସ ଭ୍ୟାନରୁ ଶେଷ ହୋଇଗଲା ପେଟ୍ରୋଲ । ଆଉ ଅଟକି ଗଲା ଗାଡି । ତେବେ ଗାଡିରେ ଥିବା ୪ ଅଭିଯୁକ୍ତ ଗାଡିକୁ ଠେଲି ଠେଲି ନେବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନା ଅନୁସାରେ, ରବିବାର ମଦ୍ୟପାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଥିବା ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯିବା ବେଳେ ଏହି ଘଟଣା ଘଟିଥିଲା। ଭାଗଲପୁରର କାଚାହାରୀ ଛକ ନିକଟରେ ପୋଲିସ ଗାଡିରୁ ପେଟ୍ରୋଲ ସରିଯିବା ପରେ ଅଧା ରାସ୍ତାରେ ଅଟକି ଯାଇଥିଲା।

ଗାଡିରେ ଥିବା ୪ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଗାଡିଟିକୁ ଠେଲି ଠେଲି ଆଗକୁ ନେଇଥିଲେ। ଅଭିଯୁକ୍ତଙ୍କ ଅଣ୍ଟାରେ ଦଉଡି ବନ୍ଧା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଭ୍ୟାନ୍ ଚଳାଇବା ପାଇଁ ଅଭିଯୁକ୍ତ ଏବଂ ପୋଲିସ୍ ଅଧିକାରୀଙ୍କ ମିଳିତ କାର୍ଯ୍ୟର ବିଚିତ୍ର ଦୃଶ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଅନେକ ୟୁଜର୍ସ ପୋଲିସ ବିଭାଗର ମଜାକ୍ ଉଡ଼ାଇଛନ୍ତି।

Advertisment

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହକାରୀ କମିଶନର ପ୍ରମୋଦିତ ନାରାୟଣ ସିଂ ପ୍ରତିକ୍ରିୟାରେ କହିଛନ୍ତି ଘଟଣାର ତଦନ୍ତ ଚାଲିଛି। ପ୍ରକୃତ କାରଣ ଏଯାଏ ଜଣାପଡିନି। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Social Media Viral Video Liquor
Advertisment
Advertisment