Advertisment

Stomach Burst: ଏମିତି ଖାଇଲେ ଯେ ଫୁଲିଗଲା ପେଟ; ଶେଷରେ ଫାଟିଲା ଆଉ ମୃତ୍ୟୁ ହେଲା

ଜଣେ ବ୍ୟକ୍ତି ଖାଦ୍ୟ ଖାଇବାର ଭିଡିଓ କରି ଟିକ୍‌ଟକ୍‌ରେ ଶେୟାର କରୁଥିଲେ। ଅଧିକ ଖାଦ୍ୟ ଖାଇବା କାରଣରୁ ତାଙ୍କର ଆକାର ବହୁତ ବଢିଯାଇଥିଲା। ବେପରୁଆ ଖାଇବା କାରଣରୁ ତାଙ୍କ ପେଟ ଫାଟିଗଲା ଆଉ ମୃତ୍ୟୁ ହେଲା।

ଅଦ୍ୟତନ ହୋଇଛି
24 year old young man stomach burst due to eating too much

24 year old young man stomach burst due to eating too much

Advertisment

ସୋସିଆଲ ମିଡିଆରେ ଖିଆପିଆକୁ ନେଇ ପ୍ରସିଦ୍ଧ ହୋଇଥିବା ୨୪ ବର୍ଷୀୟ ତୁର୍କୀ 'ମୁକବାଙ୍ଗ' ଷ୍ଟ୍ରିମର ଇଫେକାନ କୁଲଟୁରଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ଶେଷରେ ମୋଟାପଣ ସହ ଜଡିତ ଗୁରୁତର ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଛି।

Advertisment

ରିପୋର୍ଟ ଅନୁସାରେ କୁଲଟୁର ଖାଦ୍ୟ ଖାଇବାର ଭିଡିଓ କରି ଟିକ୍‌ଟକ୍‌ରେ ଶେୟାର କରୁଥିଲେ। ଅଧିକ ଖାଦ୍ୟ ଖାଇବା କାରଣରୁ ତାଙ୍କର ଆକାର ବହୁତ ବଢିଯାଇଥିଲା। ରିପୋର୍ଟ ଅନୁଯାୟୀ, ବେପରୁଆ ଖାଇବା କାରଣରୁ ମାର୍ଚ୍ଚ ୭ରେ ତାଙ୍କ ପେଟ ଫାଟି ଯାଇଥିଲା।

ଅଧିକ ପଢ଼ନ୍ତୁ: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍

ଇଫେକାନ କୁଲଟୁର ସୋସିଆଲ ମିଡିଆରେ ନିଜର ଖାଦ୍ୟ ଏବଂ ଖାଇବାର ଅନନ୍ୟ ଷ୍ଟାଇଲ୍ ପାଇଁ ଜଣାଶୁଣା ସେ ଜଣେ 'ମୁକବାଙ୍ଗ' ଷ୍ଟ୍ରିମର ଥିଲେ, ଯିଏ କ୍ୟାମେରା ଆଗରେ ବହୁତ ଖାଦ୍ୟ ଖାଉଥିବା ଭିଡିଓ ତିଆରି କରୁଥିଲେ। ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ମଧ୍ୟ ଥିଲେ। ସମସ୍ତେ, ତାଙ୍କର ଖାଇବା ଷ୍ଟାଇଲ୍‌କୁ ପସନ୍ଦ କରୁଥିଲେ। ଅବଶ୍ୟ, ତାଙ୍କର ଏହି ଅଭ୍ୟାସ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଲା |

Advertisment

ଖବର ଅନୁଯାୟୀ, ଇଫେକାନ୍ କୁଲ୍‌ଟୁରଙ୍କ ଓଜନ କ୍ରମାଗତ ଭାବେ ବଢୁଥିଲା ଏବଂ ସେ ଓବେସିଟି ସହ ଜଡିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଥିଲେ, କିନ୍ତୁ 'ମୁକବାଙ୍ଗ' ଭିଡିଓ ହେତୁ ସେ ଅଧିକ ଖାଉଥିଲେ।

Advertisment

ତାଙ୍କର ଦେହାନ୍ତ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅଫିସିଆଲି ଭାବେ ପ୍ରକାଶ କରାଯାଇ ନାହିଁ, କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଏହା ମୋଟାପଣ ସହ ଜଡିତ ଜଟିଳତା କାରଣରୁ ହୋଇଛି।

ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହିପରି ଖାଇବା ବାଲା କଣ୍ଟେଣ୍ଟ୍‌ର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅତୀତରେ 'ମୁକବାଙ୍ଗ' ଟ୍ରେଣ୍ଟ୍‌କୁ ନେଇ ସମାଲୋଚନା କରାଯାଇଥିଲା, କାରଣ ଏଥିରେ ଷ୍ଟ୍ରିମର୍‌ମାନେ ବହୁ ପରିମାଣର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥା’ନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

'ମୁକବାଙ୍ଗ' ହେଉଛି ଏପରି ଏକ ଅନ୍‌ଲାଇନ୍ ଟ୍ରେଣ୍ଡ୍‌ ଯାହା ଦକ୍ଷିଣ କୋରିଆରୁ ଆରମ୍ଭ ହୋଇଥିଲା। ଏଥିରେ ଲୋକମାନେ ପ୍ରଚୁର ପରିମାଣର ଖାଦ୍ୟ ଖାଇବାର ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ଦର୍ଶକଙ୍କ ସହିତ କଥାବାର୍ତ୍ତା କରନ୍ତି। ଏହି ଟ୍ରେଣ୍ଡ୍ ସାରା ବିଶ୍ୱରେ ଲୋକପ୍ରିୟ ହେଲା, କିନ୍ତୁ ଅନେକ ବିଶେଷଜ୍ଞ ଏହାକୁ ଅସ୍ୱାସ୍ଥ୍ୟକର ଅଭ୍ୟାସକୁ ପ୍ରୋତ୍ସାହିତ କରୁଥିବା ବିଚାର କରନ୍ତି।

ଅଧିକ ପଢ଼ନ୍ତୁ: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍

Obesity Risk Of Obesity Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ