• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯାହାକୁ ଦେଖିଲେ ଆପଣଙ୍କ ମନକୁ ବି ଲାଗିବ ଆଘାତ । ଏକ ପେଟ୍‌ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଆସିଥିବା କୁକୁରକୁ ବିଧା ଗୋଇଠା ମାରୁଛନ୍ତି ଦୁଇ ଯୁବବ । ଭିଡିଓକୁ ଦେଖିଲେ ଯାହା ଜଣାପଡ଼ୁଛି କୁକୁରକୁ ମାଡ଼ ମାରୁଥିବା ଦୁଇ ବ୍ୟକ୍ତି ହେଲେ ସେହି ପେଟ୍‌ କ୍ଲିନିକ୍‌ର କର୍ମଚାରୀ । କୁକୁରର ମାଲିକ ଚିକିତ୍ସା ପାଇଁ କୁକୁରକୁ ଛାଡ଼ିଥିବା ବେଳେ ଏମାନେ ଏଭଳି ବ୍ୟବହାର କରୁଛନ୍ତି । ଯାହାକି କଦାପି ଗ୍ରହଣୀୟ ନୁହେଁ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି । ମଙ୍ଗଳବାର ପୋଲିସ ପାଖରେ ମଧ୍ୟ ଏନେଇ ଖବର ପହଞ୍ଚିଥିଲା । ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାଟି ମହାରାଷ୍ଟ୍ର ଥାନେ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇ ଯୁବକ କୁକୁରଙ୍କୁ ଏତେ ଜୋରରେ ମାଡ଼ ମାରୁଛନ୍ତି ଯେ, ମାଡ଼ ବାଜିବା ଶବ୍ଦ ମଧ୍ୟ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ।

କୁକୁରକୁ ଏକ ଟେବୁଲ ଉପରେ ଜୋର ଜବରଦସ୍ତ ବସାଇବା ପରେ ତାକୁ ପ୍ରଥମେ ମୁଥା ବା ବିଧା ମରାଯାଇଥିଲା । କଷ୍ଟ ସହି ନପାରି ଛାଟିପିଟି ହୋଇ କୁକୁରଟି ଟେବୁଲ ଉପରୁ ତଳକୁ ଖସିପଡ଼ିଥିଲା । ଏହି ସମୟରେ ବ୍ୟକ୍ତି ଜଣକ ତାକୁ ପୁଣି ଏକ ଗୋଇଠା ମାରିଥିଲେ । ପରେ କୁକୁରଟି ଭୟରେ ସେଠାରୁ ଦୌଡ଼ି ବାହାରି ଯାଇଥିଲା । ଭିଡିଓରେ ଜଣେ ବ୍ୟକ୍ତିଙ୍କ ଛବି ସମ୍ପୂର୍ଣ୍ଣ ଜଣାପଡ଼ୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କର କେବଳ ହାତ ଦେଖାଯାଉଛି ।

ଅନେକ ବଲିଉଡ କଳାକାର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ନିରିହ ପଶୁମାନଙ୍କ ପ୍ରତି ଏଭଳି ଅତ୍ୟାଚାର ଠିକ୍‌ ନୁହେଁ ବୋଲି ସୋସିଆଲ ମିଡିଆରେ ଅନେକ ମତ ରଖିଛନ୍ତି ।