• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଷ୍ଟଣ୍ଟ ମାରିବା ହେଲା କାଳ । ହାଇସ୍ପିଡ୍‌ରେ ଗାଡ଼ି ଚଳାଉଥିଲେ, ରାସ୍ତାରେ ଘୋଷାଡ଼ି ହୋଇପଡ଼ିଲେ । ଏମିତି ପଡ଼ିଲେ ଯେ ଉଠିବା ଅସମ୍ଭବ ହୋଇପଡ଼ିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଖୋଦ୍‌ ଦିଲ୍ଲୀ ପୋଲିସ ନିଜ ଟ୍ୱିଟର୍‌ ପେଜ୍‌ରେ ସେୟାର କରିଛନ୍ତି । ଦିଲ୍ଲୀ ପୋଲିସ ଏହି ଭିଡିଓ ସେୟାର କରି ସତର୍କ କରିଦେଇଛନ୍ତି ଯେ, ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ରାସ୍ତାରେ କରନ୍ତୁ ନାହିଁ ।

ଭାଇରାଲ ହେଉଥିବା ୨୮ ସେକେଣ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣକ ଯୁବତୀଙ୍କୁ ଗାଡ଼ିରେ ବସାଇ ବିଚ୍‌ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି । ଶେଷରେ ଗାଡ଼ିର ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ିଯାଉଛନ୍ତି । ଦିଲ୍ଲୀ ପୋଲିସ ଏହି ଭିଡିଓକୁ ଟ୍ୱିଟର୍‌ ପେଜ୍‌ରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଯେ ‘ବେପରୁଆ ଗାଡ଼ି ଚଳାଇଲେ ଏମିତି ଅଚାନକ୍‌ ଦୁର୍ଘଟଣା ଘଟିବ । ତେଣୁ ସୁରକ୍ଷିତ ଭାବେ ଗାଡ଼ି ଚଲାନ୍ତୁ’ । ଏହି ଭିଡିଓରେ ଦିଲ୍ଲୀ ପୋଲିସ ଫିଲ୍ମ ‘ଜବ ୱି ମେଟ୍‌’ର ‘ୟେ ଇସ୍କ ହାଏ, ବେଠେ ବିଠାଏଁ’ ଗୀତକୁ ବ୍ୟବହାର ମଧ୍ୟ କରିଛନ୍ତି ।

 

ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ହଜାର ହଜାର ଲୋକ ଦେଖିସାରିଲେଣି । ସୋସିଆଲ୍‌ ମିଡିଆରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି । କେତେକ ୟୁଜର୍ସ ଲେଖିଛନ୍ତି ଯେ, ଜୋର୍‌ରେ ଯିବାର ମଜା ସଜା ପାଲଟିଯାଏ । ଏହି ଭିଡିଓ ଦ୍ୱାରା ଲୋକମାନେ ସଚେତନ ହେବେ। ଏଭଳି ବାର୍ତ୍ତା ଦିଆଯାଇଥିବାରୁ ଦିଲ୍ଲୀ ପୋଲିସକୁ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି ।