/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678705830.jpg)
China Worm Rain
ଆକଶରୁ ବର୍ଷିଲା କୀଟ । କଥାଟି ଅବିଶ୍ୱସନୀୟ ମନେ ହେଉଥିଲେ ସୁଦ୍ଧା ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ଚୀନର ଲିଆଓନିଙ୍ଗ ପ୍ରାନ୍ତରେ ଏଭଳି ଅଜବ ଧରଣର ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡ଼ରେ ପାର୍କିଂ ହୋଇଥିବା କାର୍ ଉପରେ କୀଟ ବର୍ଷା ହୋଇଛି । ଆକାଶମାର୍ଗରୁ ଖସିଥିବା କୀଟର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଫଳରେ କାର୍ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କୀଟପରେ ଆଚ୍ଛାଦିତ ହୋଇଥିବା ବେଳେ ରାସ୍ତାରେ ମଧ୍ୟ ମେଞ୍ଚା ମେଞ୍ଚା କୀଟ ପଡ଼ିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଚୀନ୍ର ଲିଆଓନିଙ୍ଗ ପ୍ରଦେଶରେ ରହୁଥିବା ଲୋକଙ୍କ ଅନୁସାରେ, ହଠାତ୍ ଆକାଶରୁ କୀଟପତଙ୍ଗ ଭଳି ଜିନିଷ ବର୍ଷା ହୋଇଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ସେଗୁଡ଼ିକ ବଡ଼ ବଡ଼ ଜିଆ ପରି . . । କୀଟ ଗୁଡ଼ିକ କାରରେ ଏବଂ ଲିଆଓନିଙ୍ଗ ରାସ୍ତାରେ ବିଛାଡି ହୋଇପଡ଼ିଥିବା ଦେଖାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଥିପାଇଁ ଚୀନର ଅଧିକାରୀମାନେ ଲୋକଙ୍କୁ ବାହାରକୁ ବାହାରିଲେ ଛତା ନେଇ ବାହାରିବାକୁ ପରାମର୍ଶ ଦେଇଥିଲେ ।
Breaking: China citizens told to find shelter after it looked like it started to rain worms.
pic.twitter.com/oTu4t4u86v— Antonio Sabato Jr (@AntonioSabatoJr) March 11, 2023
ତେବେ ଏହା ପଛରେ ଭିନ୍ନ ଭିନ୍ନ କାରଣ ଥିବା କୁହାଯାଉଛି । ଏଗୁଡ଼ିକ କୀଟ ନୁହେଁ ବରଂ ଚୀନରେ ବହୁଳ ଭାବେ ଦେଖାଯାଉଥିବା ଏକ ଫୁଲର କଢ ବୋଲି କୁହାଯାଉଛି । ଲିଆଓନିଙ୍ଗ ପ୍ରାନ୍ତରେ ସେହି ଫୁଲ ଫୁଟୁଥିବା ଗଛ ଅନେକ ସଂଖ୍ୟାରେ ଦେଖିବାକୁ ମିଳେ । ତେବେ ଗଛରେ ଯେବେ କଢ ହୁଏ, ତାହା ପ୍ରାୟତଃ ଏପରି କୀଟ ପରି ତଥା ଜିଆ ପରି ଦେଖାଯାଏ । ଆଉ କିଛି ଲୋକଙ୍କ କହିବା ଅନୁସାରେ ଏହା ଆସପେନ ଗଛର ମଞ୍ଜି । ବସନ୍ତ ଋତୁରେ ଏହି ଗଛର ମଞ୍ଜି ଖସିପଡ଼ିଥାଏ । ତେବେ ଏନେଇ ସରକାରଙ୍କ ପକ୍ଷରୁ ଏନେଇ କୌଣସି ବୟାନ୍ ଜାରି କରାଯାଇ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)