• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫିଲ୍ମ ଷ୍ଟାଇଲ୍‌ରେ ଚୋରି କରିବାକୁ ଚେଷ୍ଟା କରିଥିଲେ ଚୋର । ହେଲେ ଫେଲ୍‌ ମାରିଲେ । ବହୁ ଚର୍ଚ୍ଚିତ ତଥା ଖୁବ୍‌ ଲୋକପ୍ରିୟ ହଲିଉଡ୍‌ ୱେବ୍‌ ସିରିଜ୍ ‘ମନି ହିଷ୍ଟ’ ଷ୍ଟାଇଲ୍‌ରେ ଚୋର ଆସିଥିଲେ ଚୋରି କରିବାକୁ । ହେଲେ ତାଙ୍କ ପାଖରେ ନଥିଲେ ପ୍ରଫେସର । ଯେଉଁଥିପାଇଁ ତାଙ୍କର ଚୋରି ପ୍ଲାନ୍‌ ଫେଲ୍‌ ମାରିଲା । ଗୋଟିଏ ଅଳଙ୍କାର ଦୋକାନରୁ ଚୋରି କରିବା ଉଦେଶ୍ୟରେ କିଛି ଚୋର ପ୍ଲାନ୍‌ କରିଥିଲେ । ଏଥିପାଇଁ ସେମାନେ ପାଖାପାଖି ୧୫ ଫୁଟ୍‌ର ଏକ ଟନେଲ୍‌ ମଧ୍ୟ ଖୋଳିଥିଲେ । ଏହି ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍‌ କରିଥିଲେ । ହେଲେ ସବୁ ପ୍ଲାନ୍‌ ଫ୍ଲପ୍‌ ହୋଇଗଲା ।

ତେବେ ଏହି ଚୋରି କାହାଣୀଟି ଏତିକିରେ ସରି ନାହିଁ । ମଜାଦାର କଥା ହେଲା ଚୋରମାନେ ନିଜ ପ୍ଲାନ୍‌ରେ ଫ୍ଲପ୍‌ ହେବାରୁ ବା ତାଙ୍କର ଚୋରି ଉଦ୍ୟମ ବିଫଳ ହେବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଆଉ କାନ୍ଥରେ ଇଂରାଜୀରେ ‘Sorry’ ବୋଲି ଲେଖିଛନ୍ତି । ତେବେ ଚୋରି ନକରି ପାରିବାରୁ ଚୋରମାନେ ସରି ଲେଖିବା ଘଟଣା ଏବେ ସବୁଠି ଚର୍ଚ୍ଚାରେ ।

ଅଧିକ ପଢ଼ନ୍ତୁ: ଚୋରି କରିବାକୁ ଯାଇ ମଦ ପିଇ ଶୋଇପଡ଼ିଲା ଚୋର, ସକାଳୁ ଉଠିଲା ପରେ ଧରିଲା ପୋଲିସ

ଏହି ଘଟଣା ମିରଟ ସହରରେ ଥିବା ଦୀପକ ନାମକ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଦୋକାନରେ ଘଟିଛି । ଗୁରୁବାର ଯେତେବେଳେ ଦୀପକ ନିଜ ଦୋକାନ ସଟର ଖୋଲିଥିଲେ । ସେତେବେଳେ ସେ ଦେଖିଥିଲେ ଯେ, ଦୋକାନ ଭିତରେ ଏକ ବିରାଟ ଟନେଲ ଖୋଳାଯାଇଛି । ଏହି ଟନେଲ ସିଧା ସଳଖ ଅଳଙ୍କାର ଦୋକାନ ବାହାରେ ଯାଇଥିବା ଏକ ଡ୍ରେନ୍‌ ସହ ଯୋଡ଼ି ହୋଇଛି ।

ଦୋକାନ ଭିତରେ ଏବଂ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଗୁଡ଼ିକୁ ଚୋରମାନେ ନଷ୍ଟ କରିଦେଇଛନ୍ତି । କାଳେ ସେମାନେ କ୍ୟାମେରାରେ କଏଦ୍‌ ହୋଇଯିବେ ସେଥିପାଇଁ ଏହାର ମୂଳ ମେସିନ ବା ଡିଭିଆର ବି ନଷ୍ଟ କରିଦେଇଛନ୍ତି । ତେବେ ମଜାଦାର କଥା ହେଲା ଚୋରମାନେ ଟ୍ରେଜେରୀ ଭାଙ୍ଗିବାରେ ବିଫଳ ହେଲେ । ଆଉ ତାଙ୍କ ଚୋରି ଉଦ୍ୟମ ସଫଳ ହେଲା ନାହିଁ । ତେଣୁ ସେମାନେ ଏକ କାନ୍ଥରେ ଲେଖିଦେଇ ଗଲେ Sorry । ଖାଲି ସେତିକି ନୁହେଁ ଦୋକାନ ମାଲିକଙ୍କ ଉଦେଶ୍ୟରେ ଏକ ନୋଟ୍ ବି ସେ/ମାନେ ଛାଡ଼ିଥିଲେ । ସେଥିରେ ଲେଖାଥିଲା ଯେ, ଚାରି ଜଣ ଚୋରି କରିବା ଉଦେଶ୍ୟରେ ଆସିଥିଲେ କିନ୍ତୁ ବିଫଳ ହେଲୁ । ସେଥିପାଇଁ ଦୁଃଖିତ ।

ପୋଲିସର କହିବାନୁଯାୟୀ, ଚୋରମାନେ ସିସିଟିଭି ରେକର୍ଡିଂ ସବୁ ଚୋରି କରିନେଇଥିବା ବେଳେ ଦୋକାନରେ ଭଗବାନଙ୍କ କୃଷ୍ଣଙ୍କ ହାତରେ ଥିବା ରୁପା ବଂଶିକୁ ନେଇ ଯାଇଛନ୍ତି । ଏନେଇ ଏକ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଚାଲିଛି ।