• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚା’ ବାଲା । ଚା’ ବାଲା କହିଲେ ଆପଣ ସାଧାରଣତଃ ଟି-ଷ୍ଟଲ ବା ବୁଲି ବୁଲି ବିକ୍ରି କରୁଥିବା ଚା’ ବାଲାଙ୍କୁ ବୁଝୁଥିବେ । ହେଲେ ଜଣେ ଚା’ ବାଲା କାର୍‌ରେ ବୁଲିବୁଲି ଚା’ ବିକ୍ରି କରୁଥିବା ଆପଣ କେବେ ଜାଣିନଥିବେ । ତାହା ପୁଣି ସାଧାରଣ କାର୍‌ ନୁହେଁ, ଅଡି କାର୍ । ହଁ ଆଜ୍ଞା ଯେଉଁ କାର୍‌ର ଦାମ୍‌ କୋଟିଏ ଟଙ୍କାରୁ ଅଧିକ ।

ହଁ ଦର୍ଶକ ବନ୍ଧୁ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ଅଡି କାର୍‌ଧରି  ରାସ୍ତାକଡ଼ରେ ଚା’ ବିକ୍ରି କରୁଛନ୍ତି । ଖାଲି ଚା’ ନୁହେଁ, ଚା’ ସହ ଅନ୍ୟ କିଛି ପାନୀୟ ମଧ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।

ରାସ୍ତାକାଡ଼ରେ ବ୍ୟକ୍ତି ଜଣକ ଏକ ଛୋଟ ଟେବୁଲ ପକାଇଛନ୍ତି । ସେଥିରେ ଚା’ ସହ ଅନ୍ୟ କିଛି ପାନୀୟ ମଧ୍ୟ ରଖିଛନ୍ତି । କିଛି ଗ୍ରାହକ ତାଙ୍କ ନିକଟରେ ଛିଡ଼ା ହୋଇଥିବାବେଳେ ପାଖରେ ଅଡି କାର୍‌ର ଡିକି ଖୋଲାରହିଛି । ସେଥିରେ ଏକ ଚା’ ପାତ୍ର ରହିଥିବା ଦେଖିବାକୁ ମିଳୁଛି ।

ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୩ଲକ୍ଷରୁ ଅଧିକ ୟୁଜର୍ସ ଭିଡିଓଟିକୁ ଲାଇକ୍‌ କରିଥିବାବେଳେ ଅଢ଼େଇ ହଜାରରୁ ଅଧିକ ଦର୍ଶକ କମେଣ୍ଟ ବକ୍ସରେ ନିଜର ମତାମତ ଜଣାଇଛନ୍ତି । ଆଶିଷ ତ୍ରିବେଦୀ ନାମକ ଜଣେ ୟୁଜର୍ସ ଏହି ଭିଡିଓଟିକୁ ପୋଷ୍ଟ କରିଥିବା ବେଳେ କ୍ୟାପ୍ସନରେ ଲେଖିଛନ୍ତି ‘ଏହି ବ୍ୟକ୍ତି ଜଣକ ଚା’ ବିକ୍ରି କରି ଅଡି କିଣିଛନ୍ତି ନା ଚା’ ବିକ୍ରି କରିବାକୁ ଅଡି କିଣିଛନ୍ତି’ । ଏଥିସହ ଆହୁରି ଅନେକ ୟୁଜର୍ସ ମଜାଳିଆ କମେଣ୍ଟ ଦେଇଛନ୍ତି।