• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚୋରି, ଲୁଟ୍‌ ଓ ଛିନ୍‌ତାଇ ଭଳି ଅପରାଧିକ ଖବର ପ୍ରାୟ ନିତିଦିନିଆ ଘଟଣା ପାଲଟିଲାଣି । ପ୍ରତ୍ୟେକ ଦିନ କେଉଁଠିନା କେଉଁଠି ଏପରି ଖବର ଘଟୁଥିବାବେଳେ ନଜରକୁ ମଧ୍ୟ ଆସୁଛି । ଚୋରି କହିଲେ ଆପଣ ରାତିର ଅନ୍ଧକାର ହେଉ କି ଦିନର ଆଲୁଅରେ ଚୋରମାନେ ଲୁଚି ଲୁଚି ଚୋରିକରୁଥିବା କଥା ଜାଣିଥିବେ । ହେଲେ ସମସ୍ତଙ୍କ ସାମ୍ନାରେ ରାଜରାସ୍ତାରେ ଚୋର ଚୋରି କରିନେଉଥିବା କଥା କେବେ ବି ଜାଣିନଥିବେ ।

ହେଲେ ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି । ବିଚ୍‌ ରାସ୍ତାରେ ସେ ପୁଣି ହାଇୱେରୁ ଲୁଟୁଛି ଚୋର । ଏମିତି ସେମିତି ଜିନିଷ ଚୋରି ହେଉନାହିଁ, ଚୋରି କରାଯାଉଛି ବଡ଼ ବଡ଼ ଛୋଳି । ଜଣେ ବ୍ୟକ୍ତି ହାଇୱେରେ ଯାଉଥିବା ଏକ ବଡ଼ ଟ୍ରକ୍‌ରୁ ଗୋଟିଏ ପରେ ଗୋଟିଏ ଛେଳିକୁ ଲୁଟି ଚାଲିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଘଟଣାଟି ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି । ଜଣେ ବ୍ୟକ୍ତି ଏକ ଚଳନ୍ତା ବଡ଼ ଟ୍ରକ୍‌ ଉପରେ ଚଢ଼ିବା ସହ ଗୋଟିଏ ପରେ ଗୋଟିଏ ଛେଳି ଗୁଡ଼ିକୁ ଟ୍ରକ୍‌ ଭିତରୁ ବାହାରକରି ରାସ୍ତା ଉପରକୁ ଫିଙ୍ଗିଦେଉଛନ୍ତି । ପାଖାପାଖି ଟ୍ରକ୍‌ ଭିତରୁ ୧୦ଟି ଛେଳି ଚୋରି କରାଯାଇଥିବା ଅନୁମାନ କରାଯାଉଛି । ଖାଲି ସେତିକି ନୁହେଁ, ଛେଳି ଚୋରି କରିବା ପରେ ସମ୍ପୃକ୍ତ ଯୁବକ ଜଣକ ଧୀରେ ଧୀରେ ଏକ କାର୍‌ର ଛାତ ଉପରେ ପାଦ ଦେଇ ବାହାରକୁ ଚାଲିଆସୁଛନ୍ତି ।

ଏହି ସମସ୍ତ ଘଟଣାର ଦୃଶ୍ୟକୁ ଟ୍ରକ୍‌ ପଛରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କ ଫୋନ୍‌ରେ ଭିଡିଓ କରିଥିବା ଜଣାପଡ଼ିଛି । ଭିଡିଓଟିକୁ ‘ମୋହିତ ଶର୍ମା’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଥିବାବେଳେ ଅନେକ ଦର୍ଶକ ଏହାକୁ ଲାଇକ୍‌ କରିବା ସହ ନିଜର ମତାମତ ଦେଇଛନ୍ତି ।