Advertisment

JEE ପରୀକ୍ଷା ପାଇଁ ହଜିଗଲାଣି ନିଦ; ଦିନକୁ ଶୋଉଛନ୍ତି ଏତିକି ଘଣ୍ଟା..ଫଟୋ ଭାଇରାଲ୍‌

JEE ପରୀକ୍ଷାରେ ସଫଳ ହେବା ପାଇଁ ଶୋଇବା ଭୁଲିଗଲେଣି ଛାତ୍ରଛାତ୍ରୀ। ଦିନକୁ ମାତ୍ର ଶୋଉଛନ୍ତି ସାଢ଼େ ୪ ଘଣ୍ଟା। ତେବେ ମିଷ୍ଟର ଆର୍‌ ସି ନାମକ ଜଣେ ଏକ୍ସ ୟୁଜର ନିଜ ସାଙ୍ଗର ପରୀକ୍ଷା ଟାଇମ୍‌ ଟେବୁଲ୍‌କୁ ସେୟାର କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
JEE Exams Preparation

JEE Exams Preparation

JEE ଛାତ୍ରଙ୍କ ପରୀକ୍ଷା ପ୍ରସ୍ତୁତିର ଟାଇମ୍‌ ଟେବୁଲ୍‌। ଦିନକୁ ଶୋଉଛନ୍ତି ମାତ୍ର ସାଢ଼େ ୪ଘଣ୍ଟା। ଆଉ ବାକି ସମୟରେ ପଢୁଛନ୍ତି, ନିତ୍ୟକ୍ରମ ସାରୁଛନ୍ତି ଓ ଖାଇବା ଖାଉଛନ୍ତି। UPSC, IIT ଏବଂ JEE ଆଦି ପରୀକ୍ଷା ଦେଶର ସବୁଠୁ କଠିନ ପରୀକ୍ଷା। ଏଥିପାଇଁ ଦିନରାତି ଏକ କରିଦିଅନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ପାଖେଇ ଆସିଲେ ପିଲାଙ୍କ ନିଦ ହଜିଯାଏ। ଏମିତିକି ଖାଇବା ପିଇବା ଭୁଲି ଯାଆନ୍ତି ପରୀକ୍ଷାର୍ଥୀ। ତେବେ ସୋସିଆଲ ମିଡିଆରେ ଏମିତି ଏକ ଛାତ୍ରଙ୍କ ପଢ଼ା ରୁଟିନ୍‌ ସେୟାର କରାଯାଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

JEE ପରୀକ୍ଷାରେ ସଫଳ ହେବା ପାଇଁ ଶୋଇବା ଭୁଲିଗଲେଣି ଛାତ୍ରଛାତ୍ରୀ। ଦିନକୁ ମାତ୍ର ଶୋଉଛନ୍ତି ସାଢ଼େ ୪ ଘଣ୍ଟା। ତେବେ ମିଷ୍ଟର ଆର୍‌ ସି ନାମକ ଜଣେ ଏକ୍ସ ୟୁଜର ନିଜ ସାଙ୍ଗର ପରୀକ୍ଷା ଟାଇମ୍‌ ଟେବୁଲ୍‌କୁ ସେୟାର କରିଛନ୍ତି। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ଫଟୋରେ ଲେଖିଛନ୍ତି ଯେ ତାଙ୍କ ବନ୍ଧୁ JEE ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏହା ତାଙ୍କର ପରୀକ୍ଷା ଟାଇମ୍‌ ଟେବୁଲ୍‌।

ଭାଇରାଲ ହେଉଥିବା ଫଟୋରେ ୟୁଜର ଜଣକ ସାଙ୍ଗର ଦୈନିକ କାର୍ଯ୍ୟସୂଚୀ ବିଷୟରେ ଦର୍ଶାଇଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ଛାତ୍ର ଜଣକ ପ୍ରତିଦିନ ଭୋର୍‌ ୪.୩୦ ରେ ଉଠୁଛନ୍ତି। ରାତିରେ ମାତ୍ର ସାଢ଼େ ୪ ଘଣ୍ଟା ଶୋଉଛନ୍ତି। ବାକି ସମୟରେ ପାଠ ପଢ଼ିବା ସହ ନିତ୍ୟକର୍ମ ସାରିବା, କ୍ଲାସ୍‌ କରିବା, ପଢ଼ିଥିବା ପାଠକୁ ରିଭାଇଜ୍(ଆଉ ଥରେ ମନେପକାଇବା) କରିବା ଆଦି କରୁଛନ୍ତି। ତେବେ ସବୁଠୁ କମ ସମୟ ଶୋଇବାରେ ଦେଉଛନ୍ତି। ଯାହା ବେଶ୍‌ ଆଶ୍ଚର୍ଯ୍ୟଜନକ। ନିଜକୁ ପ୍ରେରଣା ଯୋଗାଇବା ପାଇଁ ଲେଖିଛନ୍ତି, ‘ଆପଣଙ୍କୁ ଏହିଦିନ ଆଉ ମିଳିବନି, ତେଣୁ ଏହାକୁ ଗଣି ଗଣି ଚାଲ’।

Advertisment
Exam Time TableExam Time Table

ଫଟୋରୁ ଜଣାପଡୁଛି ଯେ, ଛାତ୍ର ଜଣକ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଟାଇମ୍‌ ଟେବୁଲ୍‌ ଅନୁଯାୟୀ ପାଠପଢ଼ାରେ ସମୟ ଦେଉଛନ୍ତି। ତେବେ କେତେକ ୟୁଜର୍ସ ଏହାକୁ ପ୍ରଶଂସା କରି ଶୁଭେଚ୍ଛା ଦେଇଥିବା ବେଳେ କେତଜଣ ଏହାର ମଜା ଉଡ଼ାଇଛନ୍ତି। ଜଣେ ୟୁଜର୍‌ ଲେଖିଛନ୍ତି, ଟାଇମ୍‌ ଟେବୁଲ୍‌ରେ ଅଧଘଣ୍ଟା ଖେଳ ପାଇଁ ବି ରଖନ୍ତୁ।

JEE Exams Viral Photo Exam Preparation
Advertisment
Advertisment